ନୂଆଦିଲ୍ଲୀ,୮।୩:  ମୋରାଦାବାଦରୁ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀକ ଗିରଫ। ଉତ୍ତର ପ୍ରଦେଶ ପୋଲିସ ଏବଂ ୟୁପି ATS ର ମିଳିତ ଦଳ ଟିମ୍ ଗିରଫ କରିଛି। ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାର ବାସିନ୍ଦା ଉଲଫତ ହୁସେନ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା। ତା  ଉପରେ ୨୫,୦୦୦ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ଏବଂ ସେ ୧୮ ବର୍ଷ ଧରି ପଳାତକ ଥିଲା। ୨୦୦୨ ମସିହାରେ ଗିରଫ ହେବା ପରେ, ସେ ୨୦୦୮ ମସିହାରେ ଜାମିନରେ ମୁକ୍ତ ହୋଇଥିଲା ଏବଂ ତା’ପରେ ସେ କୋର୍ଟରେ ହାଜର ହେଉନଥିଲା। ATS ୟୁନିଟ୍ ଏବଂ ମୋରାଦାବାଦ ପୋଲିସ ତାକୁ ଜମ୍ମୁ ଓ କାଶ୍ମୀରର ପୁଞ୍ଚରୁ ଗିରଫ କରିଛି। 

ହିଜବୁଲ ମୁଜାହିଦ୍ଧିନ୍‌ର ଆତଙ୍କବାଦୀ ଉଲଫତ ହୁସେନ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିଲା। ୨୦୦୨ ମସିହାରେ ଗିରଫ ହେବା ପରେ, ସେ ୨୦୦୮ ମସିହାରେ ଜାମିନରେ ଜେଲରୁ ବାହାରି ଆସିଥିଲେ। ସେବେଠାରୁ ସେ କୋର୍ଟରେ ହାଜର ହେଉନଥିଲେ। ତାଙ୍କୁ ATS ୟୁନିଟ୍ ଏବଂ ମୋରାଦାବାଦ ପୋଲିସ ୭ ମାର୍ଚ୍ଚ ୨୦୨୫ ରେ ଗିରଫ କରିଥିଲା।   

ଆତଙ୍କବାଦୀ ଉଲଫତ ହୁସେନ ଓରଫ ମହମ୍ମଦ ସୈଫୁଲ୍ଲା ୧୯୯୯-୨୦୦୦ ମସିହାରେ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ତାଲିମ ନେଇଥିଲା। ତା'ପରେ ସେ ମୋରାଦାବାଦ ଆସି ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିଲା। ତଦନ୍ତରୁ ପଡିଛି ଯେ ଉଲଫତ ହୁସେନ ହିଜବୁଲ ମୁଜାହିଦ୍ଦିନର ଜଣେ ସକ୍ରିୟ ସଦସ୍ୟ ଥିଲା। ୨୦୧୫  ଓ ୨୦୨୫ରେ ମୋରାଦାବାଦର ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ-୧୪  ସ୍ଥାୟୀ ୱାରେଣ୍ଟ ଜାରି କରିଥିଲେ। ଗିରଫ ହୋଇଥିବା ଆତଙ୍କବାଦୀକୁ ପଚରା ଉଚରା ଜାରି ରହିଛି। ତାକୁ ଖୁବ୍ ଶୀଘ୍ର କୋର୍ଟରେ ହାଜର କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।