ଭୁବନେଶ୍ବର, ୨୪/୨ : ରାଜଧାନୀରେ ଝଡ଼ବର୍ଷାର ତାଣ୍ଡବ । ଖସି ପଡ଼ିଲା ହୋର୍ଡିଂ । ଚାଳିଗଲା ଯୁବକଙ୍କ ଜୀବନ । ଆଇଗିଣିଆ ଅଞ୍ଚଳରେ ଘଟିଛି ଅଘଟଣ । ମୃତକ ଜଣକ ହେଲେ ଡୁଡୁଡୁମା ଅଞ୍ଚଳର ସୁରେନ୍ଦ୍ର । ରାଜଧାନୀରେ କାଳବୈଶାଖୀ ପ୍ରଭାବରେ ମଙ୍ଗଳବାର ପ୍ରବଳ ବର୍ଷା ସହ ପବନ ହୋଇଥିଲା । ଏହି ସମୟରେ ସୁରେନ୍ଦ୍ରଙ୍କ ଉପରେ ଖସି ପଡ଼ିଥିଲା ହୋର୍ଡିଂ । ତାଙ୍କୁ ଏମସ ଚିକିତ୍ସା ପାଇଁ ଆଣୁଥିବାବେଳେ ରାସ୍ତାରେ ମୃତ୍ୟୁ ହୋଇଛି ।

କହି ରଖୁଛୁ କି,କାଳବୈଶାଖୀ ପ୍ରଭାବରେ ଟ୍ବିନସିଟିରେ ବର୍ଷାସହ ଘଡ଼ଘଡ଼ି ହୋଇଛି । ରାଜଧାନୀରେ ପ୍ରବଳ ବର୍ଷା ହୋଇଛି । ଏଭଳି ଅନେକ ସ୍ଥାନରେ ପାଣି ଜମିଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ରାଜଧାନୀକୁ ୩ ଘଣ୍ଟାର ଓ୍ବାର୍ଣ୍ଣିଂ ଦିଆଯାଇଛି । ଆସନ୍ତା ୩ ଘଣ୍ଟା ଯାଏ ବର୍ଷା ହେବ । ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଜାରି ରହିଛି । ଏହାସହ ରାଜଧାନୀରେ ପବନର ବେଗ ମଧ୍ୟ ଅଧିକ ରହିଥିବାମିଳିଥିଲା ।

​​​​​​​ଏହାସହ ପଢ଼ନ୍ତୁ : ଶୀତ-ଖରା ଭିତରେ ବର୍ଷାର ଏଣ୍ଟ୍ରି : କାଳବୈଶାଖୀ ପ୍ରଭାବରେ ଟ୍ବିନସିଟିରେ ଛେଚିଲା