ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

୩ ସିଆରପିଏଫ୍ ସ୍କୁଲକୁ ବମ୍‌ରେ ଉଡାଇବା ଧମକ, ମ୍ୟାନେଜମେଣ୍ଟକୁ ପଠାଇଲେ ଇ-ମେଲ

Published By : Harapriya Biswal | October 22, 2024 7:00 PM

ନୂଆଦିଲ୍ଲୀ,୨୨।୧୦:  ସାରା ଦେଶର ବହୁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆରପିଏଫ୍)ସ୍କୁଲକୁ ବମ୍‌ରେ ଉଡାଇବାର ଧମକ। ଏହି ସ୍କୁଲ ଭିତରେ ଦୁଇଟି ଦିଲ୍ଲୀ ଓ ଗୋଟିଏ ହାଇଦ୍ରାବାଦର ରହିଛି। ଏହି ଧମକ ଇ-ମେଲ ଜରିଆରେ ସ୍କୁଲ ମ୍ୟାନେଜମେଣ୍ଟକୁ ସୋମବାର ବିଳମ୍ବିତ ରାତିରେ ଦିଆଯାଇଛି। ଏହି ଧମକ ରୋହିଣୀର ପ୍ରଶାନ୍ତ ବିହାରରେ ହୋଇଥିବା ଜୋରଦାର ଆକ୍ରମଣର ଠିକ୍ ତା ପରଦିନ ହୋଇଥିଲା। ଏହି ବିସ୍ଫୋରଣରେ ସିଆରପିଏଫ୍‌ ସ୍କୁଲର କାନ୍ଥ ଭାଙ୍ଗି ଯାଇଥିଲା। ତେବେ ଏହି ବିସ୍ଫୋରଣରେ କେହି ଆହତ ହୋଇ ନାହାନ୍ତି। କିନ୍ତୁ ପାଖରେ ଥିବା ଏକ ଦୋକାନର ସାଇନବୋର୍ଡ ଓ ବାହନ କ୍ଷତିଗ୍ରସ୍ତ ହୋଇଥିଲା।

ଦିଲ୍ଲୀ ପୋଲିସ ଏହି ମାମଲାରେ ଖଲିସ୍ତାନୀ ଲିଙ୍କ ଯାଞ୍ଚ କରୁଛି। ସୋମବାର ଦିଳ୍ଲୀ ପୋଲିସ ଏହି ମାମଲାରେ ଟେଲିଗ୍ରାମ ଆପ୍‌କୁ ଚିଠି ଲେଖିଛି। ଏହି ଚିଠିରେ ଟେଲିଗ୍ରାମ୍କୁ ସେହି ଚ୍ୟାନେଲ ବିଷୟରେ ସୂଚନା ମଗାଯାଇଛି, ଯାହା ଉପରେ ବମ୍‌ ଧମକ ଦିଆଯାଇଥିଲା। ଉଲ୍ଲେଖନୀୟ ଯେ, ଗତ କିଛି ଦିନ ହେବ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣକୁ ବୋମା ବିସ୍ଫୋରଣ ନେଇ ମିଛ ଧମକ ଦିଆଯାଇଥିଲା। ଏଥିରେ   ୧୦୦ରୁ ଅଧିକ ବିମାନକୁ ଧମକ ଦିଆଯାଇଥିଲା।

ପୋଲିସ ଏହା ମଧ୍ୟ କହିଛି ଯେ, ଘଟଣାର ପୂର୍ବ ରାତିରେ ଜଣେ ସନ୍ଦିଗ୍ଧର ସିସିଟିଭି କ୍ୟାମେରା ଫୁଟେଜ୍ ଜବତ କରାଯାଇଥିଲା। ବିସ୍ଫୋରଣର ଠିକ୍ ପୂର୍ବରୁ ସାଇଟ୍‌ ପାଖରେ ଦେଖିବାକୁ ମିଳିଥିବା ୧୦-୧୨ରୁ ଜଣ ଲୋକଙ୍କୁ ପଚରା ଉଚରା କରାଯାଇଛି। ରବିବାର ହୋଇଥିବା ବିସ୍ଫୋରଣର କିଛି ଘଣ୍ଟା ପରେ ‘ଜଷ୍ଟିସ୍ ଲିଗ୍ ଇଣ୍ଡିଆ’ ନାମକ ଏକ ଚ୍ୟାନେଲ କଥିତ ଟେଲିଗ୍ରାମ୍‌ ପୋଷ୍ଟ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ପୋଷ୍ଟରେ ବିସ୍ଫୋରଣର ଏକ ଭିଡିଓ ଥିଲା, ଯାହାର ତଳେ ‘ଖଲିସ୍ତାନ ଜିନ୍ଦାବାଦ’ ଓ୍ବାଟରମାର୍କ ଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.