ମେଷ :ଦଶମଚନ୍ଦ୍ର, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି, ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବ । ଆୟ ବୃଦ୍ଧି ହେବ ଏବଂ ନେତୃତ୍ୱ ଗୁଣ ପ୍ରକାଶ ପାଇବ । ସରକାରୀ କାର୍ଯ୍ୟରେ ଉନ୍ନତି ଆସିବ ଏବଂ ଗୃହେ ଆନନ୍ଦ, ଧନ ପ୍ରାପ୍ତି, ମନ ବ୍ୟାକୁଳ ରହିବ । ଚାକିରି କ୍ଷେତ୍ରରେ ସ୍ଥାନାନ୍ତର ଯୋଗ ରହିଛି । ପାରିବାରିକ କ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖା ଦେବ ଓ ଶାରୀରିକ ପୀଡ଼ା ଭୋଗିବେ ।
ଶୁଭ ରଙ୍ଗ : ଲାଲ, ହଳଦିଆ, କମଳା ।
ବୃଷ :ନବମ ଚନ୍ଦ୍ର ଯୋଗୁ ବାଦ ବିବାଦରୁ ଦୂରେଇ ରହିବେ, କର୍ମ କ୍ଷେତ୍ରରେ ସମସ୍ୟା ବୃଦ୍ଧି ପାଇ ପାରେ । ବ୍ୟବସାୟରେ ଆର୍ଥିକ ଲାଭ ହେବାର ଯୋଗ ନାହିଁ । ପାରିବାରିକ କ୍ଷେତ୍ରରେ ଆନନ୍ଦ ମିଳିବ ଏବଂ ମାଲି ମକଦ୍ଦମାରେ ପଡ଼ି ପାରନ୍ତି ଏବଂ ଶତ୍ରୁତା ବୃଦ୍ଧି ଘଟି ପାରେ । ଆକସ୍ମିକ ମାମଲା, ଝମେଲା, କଳହ ଭୟ, ଅଯଥା ଖର୍ଚ୍ଚ ଯୋଗ ରହିଛି ।
ଶୁଭ ରଙ୍ଗ : ଧଳା, ସବୁଜ ।
ମିଥୁନ :ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ । ମୂଲ୍ୟବାନ ଜିନିଷ ଚୋରି ହେବାର ସମ୍ଭାବନା ଅଛି । ଟଙ୍କା ଦେବା ନେବାରେ ସତର୍କତା ଅବଲମ୍ବନ କରିବେ । ଦୂର ଯାତ୍ରା ନିଷେଧ, ବୃଥା ଚିନ୍ତା ଲାଗି ରହିବ । ଅଙ୍ଗେ ପୀଡ଼ା, କର୍ମକ୍ଷେତ୍ରରେ ଶୁଭ ଫଳ ମିଳିପାରେ । କର୍ମକ୍ଷେତ୍ରରେ ଭଲ ବାତାବରଣ ସୃଷ୍ଟି ହେବ ।
ଶୁଭ ରଙ୍ଗ : ଈଷତ୍ ଧଳା ଓ ସବୁଜ ।
କର୍କଟ :ସପ୍ତମଚନ୍ଦ୍ର, ଅର୍ଥ ପ୍ରାପ୍ତି, ବନ୍ଧୁ ଦର୍ଶନ, କର୍ମଚାରୀମାନଙ୍କର ପ୍ରମୋଶନ ଯୋଗ, ହଜି ଯାଇଥିବା ଦ୍ରବ୍ୟ ପ୍ରାପ୍ତି, ରାଜନୀତି କ୍ଷେତ୍ରରେ ଉନ୍ନତି, ଲୋକ ପ୍ରିୟତା, ଗୃହେ ଆନନ୍ଦ, ମାନସିକ ଶାନ୍ତି ରହିବ । ଦୂରଯାତ୍ରା ଯୋଗ, ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରିବେ ଏବଂ ପରିବାରରେ ସୁଖ ଶାନ୍ତି ଲାଗି ରହିବ । ବ୍ୟବସାୟୀମାନେ ସାମାନ୍ୟ ଲାଭ ପ୍ରାପ୍ତ କରିବେ ଏବଂ କ୍ରୀଡ଼ା ବିତ୍ମାନେ ସଫଳତା ପାଇବେ ।
ଶୁଭ ରଙ୍ଗ : ଧଳା, ପାଉଁଶିଆ ଓ ନାଲି ।
ସିଂହ :ଷଷ୍ଠଚନ୍ଦ୍ର, ଘାତଚନ୍ଦ୍ର, ଘାତବାର, ମାନସିକ ଦୁଶ୍ଚିନ୍ତା ରହିବ । କୌଣସି ଶୁଭ କାର୍ଯ୍ୟ କରିପାରିବେ ନାହିଁ । ଶରୀରରେ ଆଘାତ ଦେଖା ଦେଇପାରେ, ଦୂରଯାତ୍ରା ନିଷେଧ । ପଡ଼ୋଶୀଙ୍କ ସହ ବାଦ ବିବାଦ ଘଟିପାରେ । ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ । କର୍ମକ୍ଷେତ୍ରରେ ସର୍ତକତା ରକ୍ଷା କରିବେ । ଋଣ ଦେବା ନେବାରେ ସତର୍କତା ଅବଲମ୍ବନ କରିବେ ।
ଶୁଭ ରଙ୍ଗ : ସୁନେଲି, କମଳା, ହଳଦିଆ ।
କନ୍ୟା :ପଞ୍ଚମ ଚନ୍ଦ୍ରଯୋଗୁ ଆୟ ବୃଦ୍ଧିର ଯୋଗ ରହିଛି । ମନରେ ସାମାନ୍ୟ ଚିନ୍ତା ରହିପାରେ ଏବଂ ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଭଲ ଦିନ । ପରିବାର ବା ପ୍ରିୟଜନଙ୍କ ସହ ମତାନ୍ତର ହେବାର ସମ୍ଭାବନା, ପାରିବାରିକ ଏବଂ ପ୍ରିୟଜନଙ୍କ ସହ ମନୋମାଳିନ୍ୟ ହେବାର ସମ୍ଭାବନା ରହିଛି । କଥାବାର୍ତ୍ତାବେଳେ ବାକ୍ ସଂଯମତା ରକ୍ଷା କରିବେ ।
ଶୁଭ ରଙ୍ଗ : ସବୁଜ ଓ ଖଇରିଆ ।
ତୁଳା :ଚତୁର୍ଥ ଚନ୍ଦ୍ର, କୃଷ୍ଣପକ୍ଷ, ବନ୍ଧୁମିଳନ, ବନ୍ଧୁ କୁଳେ ବ୍ୟୟ, ଗୃହରେ ମାନସିକ ଅଶାନ୍ତି, ସାମାନ୍ୟ ଶରୀର ପୀଡ଼ା, ମନ ବ୍ୟାକୁଳ, ମାଲି ମକଦ୍ଦମାରେ ପଡ଼ିପାରନ୍ତି ଏବଂ କର୍ମରେ ସାମାନ୍ୟ ବାଧା ଘଟିପାରେ । ନୂତନ ବସନ ଭୂଷଣ କ୍ରୟ କରିପାରନ୍ତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସାମାନ୍ୟ ସୁଫଳ ପାଇବେ ।
ଶୁଭ ରଙ୍ଗ : ଆକାଶିଆ, ଗୋଲାପି ଓ ଧଳା ।
ବିଛା :ତୃତୀୟଚନ୍ଦ୍ର ଯୋଗୁ ଅର୍ଥ ଲାଭ, କାର୍ଯ୍ୟରେ ସଫଳତା, ନୂତନ ବନ୍ଧୁ ଦର୍ଶନ, ଆକସ୍ମିକ ଅର୍ଥପ୍ରାପ୍ତି ଏବଂ ମାଲିମକଦ୍ଦମାରେ ପଡ଼ି ପାରନ୍ତି । ଭ୍ରାତୃ, ଭଗ୍ନୀଙ୍କ ସାହାଯ୍ୟ ପ୍ରାପ୍ତି, ନୂତନ ଯାନବାହନ କ୍ରୟ କଲେ ଶୁଭ । ବ୍ୟବସାୟୀମାନେ ସଫଳତା ଲାଭ କରିବେ ଏବଂ ମନ ପ୍ରଫୁଲ୍ଲ, ମିଷ୍ଠାନ୍ନ ଭୋଜନ ପ୍ରାପ୍ତି ରହିବା ସହିତ ଦୂର ଯାତ୍ରାରେ ସଫଳତା ପାଇବେ ।
ଶୁଭ ରଙ୍ଗ : ଧଳା ଓ ନାଲି ।
ଧନୁ :ଦ୍ୱିତୀୟଚନ୍ଦ୍ର, ବୃଥା ଭ୍ରମଣ, ମନ ବ୍ୟାକୁଳ, ଆକସ୍ମିକ ଖର୍ଚ୍ଚ ଯୋଗ, ପେଟ ଓ ମୁଣ୍ଡବିନ୍ଧା, ବ୍ୟବସାୟ କ୍ଷେତ୍ରରେ ସାମାନ୍ୟ ଫଳ ପ୍ରାପ୍ତି, ପରିବାରରେ ସାମାନ୍ୟ ବିବାଦ ଦେଖା ଦେବ ।
ଶୁଭ ରଙ୍ଗ : ଧଳା ଓ କମଳା ।
ମକର :ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ର ଯୋଗୁ ଅର୍ଥ ଲାଭ, ଦେବ ଦର୍ଶନ ଶୁଭ, ନୂତନ କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ ପାଇବ ଏବଂ ନୂତନ ଯାନବାହନ କ୍ରୟ କରିପାରନ୍ତି । ଦେଇଥିବା ଧନ ପ୍ରାପ୍ତି, ହୃତଧନ ପାଇପାରନ୍ତି । ଗୃହେ ଆନନ୍ଦ ଓ ଉତ୍ସବପାଳନ ହୋଇପାରେ ।
ଶୁଭ ରଙ୍ଗ : କଳା, ଖଇରିଆ ।
କୁମ୍ଭ :ଦ୍ୱାଦଶଚନ୍ଦ୍ର, ବ୍ୟୟ ବହୁଳ, ମନ ବ୍ୟାକୁଳ, ଦୂର ଯାତ୍ରାଯୋଗ ରହିଛି । କର୍ମରେ ଶୁଭ ଫଳ ମିଳି ନ ପାରେ । କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ବୁଝାମଣା ଭୁଲ୍ ହେବ ନାହିଁ । ମାଲି ମକଦ୍ଦମା କାର୍ଯ୍ୟରେ ବିଳମ୍ବ ଘଟି ପାରେ । ଅଯଥା ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି ।
ଶୁଭ ରଙ୍ଗ : ବାଇଗଣୀ, ଧଳା ଓ ନୀଳ ।
ମୀନ :ଏକାଦଶଚନ୍ଦ୍ର, ଆଶାନୁରୂପ ଫଳ ମିଳିବ । ଧାତୁ ଲାଭ ଯୋଗ ରହିଛି । ମଙ୍ଗଳ କର୍ମରେ ଯୋଗଦାନ କରିପାରନ୍ତି ଏବଂ ଦେବ ତୀର୍ଥ ଭ୍ରମଣ ହେବ । ନୂତନ ଦ୍ରବ୍ୟ କ୍ରୟ କଲେ ଶୁଭ ଏବଂ ବ୍ୟବସାୟ କ୍ଷେତ୍ରରେ ଭୁଲ୍ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳ ହେବେ ଏବଂ ଜମିଜମା କ୍ରୟ ଯୋଗ ରହିଛି । ଗୃହରେ ଆନନ୍ଦ, ଉତ୍ସବ ହୋଇପାରେ ।
ଶୁଭ ରଙ୍ଗ : ହଳଦିଆ ଓ ଗୋଲାପି ।
ଜ୍ୟୋତିର୍ବିଦ୍ : ଅନାମିକା
ଯୋଗାଯୋଗ : ୯୭୭୭୭୧୧୭୩୩