ମେଷ:ଦ୍ୱାଦଶଚନ୍ଦ୍ର ଯୋଗୁ ମନରେ ସାମାନ୍ୟ ଅସ୍ଥିରତା,ବିନିଯୋଗ କରନ୍ତୁ ନାହିଁ,ଦୂର ଯାତ୍ରା କରିପାରନ୍ତି,ଅନାବଶ୍ୟକ ଖର୍ଚ୍ଚଯୋଗ,ଅର୍ଥ ବ୍ୟୟ,ଶରୀରରେ କ୍ଳାନ୍ତି ଦେଖା ଦେଇପାରେ,କଥାବାର୍ତ୍ତା ବେଳେ ଧର୍ଯ୍ୟ ରଖନ୍ତୁ,ଋଣ ନବା ଦବାରେ ସତର୍କତା ଅବଲମ୍ବନ କରନ୍ତୁ,ଯାନବାହନ ପ୍ରତି ସତର୍କତା,କାର୍ଯ୍ୟ କ୍ଷେତ୍ରରେ ସତର୍କ ରହିବେ ।
ଶୁଭରଙ୍ଗ : ହଳଦିଆ ଓ ସୁନେଲି
ବୃଷ:ଏକାଦଶଚନ୍ଦ୍ର ଯୋଗୁ ଶତ୍ରୁମାନେ ପରାଜିତ ହେବେ,ଚାକିରୀ କ୍ଷେତ୍ରରେ ପ୍ରତିପତ୍ତି ବଢ଼ିବ,କାର୍ଯ୍ୟ କ୍ଷେତ୍ରରେ ସଫଳତାପ୍ରାପ୍ତି,ବ୍ୟବସାୟରେ ଉନ୍ନତି,ଆୟ ବୃଦ୍ଧି ହେବ,ହଠାତ୍ ଧନପ୍ରାପ୍ତି ଯୋଗ,ଶରୀରରେ ଉତ୍ସାହ ରହିବ,ରୋଗମୁକ୍ତ ହୋଇ ପାରିବେ,ଯାନବାହନ କ୍ରୟ କରିପାରନ୍ତି,ଗୃହେ ଆନନ୍ଦ,ଆତ୍ମବିଶ୍ୱାସ ବୃଦ୍ଧିହେବ,ସମାଜରେ ସମ୍ମାନ ବୃଦ୍ଧି ।
ଶୁଭରଙ୍ଗ : କ୍ରିମ୍ ଓ ହଳଦିଆ
ମିଥୁନ:ଦଶମଚନ୍ଦ୍ର ଯୋଗୁ ମନରେ ଉତ୍ସାହ ରହିବ,ଚାକିରୀ କ୍ଷେତ୍ରରେ ପଦୋନ୍ନତି ଯୋଗ,ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ଅଛି,ପୁରୁଣା ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ,ନିବେଶ କରିପାରନ୍ତି,କାର୍ଯ୍ୟରେ ସଫଳତା ମିଳିବ,ଧନପ୍ରାପ୍ତି ଯୋଗ,ସ୍ୱାସ୍ଥ୍ୟ ସାଧାରଣ ରହିବ,ଗୃହେ ଆନନ୍ଦ,ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି,ସମାଜରେ ସମ୍ମାନ ବୃଦ୍ଧି ।
ଶୁଭରଙ୍ଗ : ସୁନେଲି ଓ ହଳଦିଆ
କର୍କଟ:ନବମ ଚନ୍ଦ୍ରଯୋଗୁ ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ,ବ୍ୟବସାୟରେ ଉନ୍ନତି,ଅଟକି ରହିଥିବା କାର୍ଯ୍ୟ ସଫଳ ହେବ,ଦୂର ଯାତ୍ରା କରିପାରନ୍ତି,ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି,ଆର୍ଥିକ ଉନ୍ନତି,ପରିବାରରେ ସୁଖଶାନ୍ତି ପରିବେଶ ରହିବ,ମାନସିକ ଶାନ୍ତି,ଶରୀର ସୁସ୍ଥ ରହିବ,ଯାନବାହନ କ୍ରୟ କରିପାରନ୍ତି ।
ଶୁଭରଙ୍ଗ : ଧଳା ଓ ରୂପେଲି
ସିଂହ:ଅଷ୍ଟମଚନ୍ଦ୍ର ଯୋଗୁ କାର୍ଯ୍ୟ କ୍ଷେତ୍ରରେ ସାବଧାନ ରହିବେ,କର୍ମକ୍ଷେତ୍ରରେ ଚାପ ବଢ଼ିପାରେ,ବ୍ୟବସାୟରେ ହାନି,ନିବେଶ କରନ୍ତୁ ନାହିଁ,ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ,ଟଙ୍କା ପଇସା କାରୋବାର ବେଳେ ସତର୍କତା ଅବଲମ୍ବନ କରିବେ,ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ,ରକ୍ତଚାପ କିମ୍ବା ଗ୍ୟାସ୍ ଜନିତ ସମସ୍ୟା ଦେଖା ଦେଇପାରେ,ପରିବାରରେ ମନୋମାଳିନ୍ୟ ଦେଖାଦେବ ।
ଶୁଭରଙ୍ଗ : ହଳଦିଆ ଓ କ୍ରିମ୍
କନ୍ୟା:ସପ୍ତମଚନ୍ଦ୍ର ଯୋଗୁ ମାନସିକ ଚିନ୍ତା ଦୂରହେବ,କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ,ଅର୍ଥ ଲାଭହେବ,ବ୍ୟବସାୟରେ ଉନ୍ନତି,ଧନପ୍ରାପ୍ତି,ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ରହିବ,ଗୃହେ ଆନନ୍ଦ,ଯାନବାହନ କ୍ରୟ କରିପାରନ୍ତି,ନୂତନ ଯୋଜନା କରିପାରନ୍ତି,ଯୁକ୍ତିତର୍କ କରନ୍ତୁ ନାହିଁ ।
ଶୁଭରଙ୍ଗ : ନାଲି ଓ ଲାଲ
ତୁଳା: ଷଷ୍ଠଚନ୍ଦ୍ର,ଘାତବାର ଯୋଗୁ କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ,ବାଦ ବିବାଦ ହେବାର ସମ୍ଭାବନା ରହିଛି,ଶରୀରରେ ଆଘାତ ଲାଗିପାରେ,ଦୂର ଯାତ୍ରା ନିଷେଧ,ନୂତନ ଶତ୍ରୁ ବୃଦ୍ଧି ହେବେ,ନୂତନ କାର୍ଯ୍ୟ କିମ୍ବା ଯୋଜନା ଆରମ୍ଭ କରନ୍ତୁ ନାହିଁ,ପରିବାରରେ ମନାନ୍ତର ହୋଇପାରେ,ବନ୍ଧୁଙ୍କଠାରୁ ସାହାଯ୍ୟପ୍ରାପ୍ତି ।
ଶୁଭରଙ୍ଗ : ଧଳା ଓ କ୍ରିମ୍
ବିଛା: ପଞ୍ଚମଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ,ଆତ୍ମବିଶ୍ୱାସ ବୃଦ୍ଧିହେବ,ଅଧିକ ଖର୍ଚ୍ଚ ହୋଇପାରେ,ପୁତ୍ର,ଦୁହିତାକୁଳେ ଖର୍ଚ୍ଚ,ମାନସିକ ଚାପ ଲାଗି ରହିବ,ଶରୀରରେ ସାମାନ୍ୟ କ୍ଳାନ୍ତି ଦେଖା ଦେଇପାରେ,ଗୃହେ ଆନନ୍ଦ,ପିତାମାତା ଓ ଗୁରୁଜନଙ୍କ ସାହାଯ୍ୟପ୍ରାପ୍ତି,ଖାଦ୍ୟ ପ୍ରତି ସତର୍କତା ଅବଲମ୍ବନ କରିବେ ।
ଶୁଭରଙ୍ଗ : କେଶରୀ,ସୁନେଲି ଓ ନାଲି
ଧନୁ:ଚତୁର୍ଥଚନ୍ଦ୍ର ଯୋଗୁ ଚାକିରୀ କ୍ଷେତ୍ରରେ,କାର୍ଯ୍ୟରେ ଚାପ ଅଧିକ ରହିବ,ସହକର୍ମୀଙ୍କ ସହ ମତଭେଦ ହୋଇପାରେ,ବ୍ୟୟ ବୃଦ୍ଧି ପାଇବ,ଅନାବଶ୍ୟକ ଖର୍ଚ୍ଚଯୋଗ,ଶରୀର ପ୍ରତି ସତର୍କ ରହିବେ,ଚକ୍ଷୁପୀଡ଼ା କିମ୍ବା ଶରୀରରେ କଷ୍ଟ ଦେଖା ଦେଇପାରେ,ମାନସିକ ଚାପ ଲାଗି ରହିବ,ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ ।
ଶୁଭରଙ୍ଗ : କ୍ରିମ୍ ଓ ଆକାଶୀ ନୀଳ
ମକର:ତୃତୀୟଚନ୍ଦ୍ର ଯୋଗୁ କର୍ମକ୍ଷେତ୍ରରେ ପ୍ରତିପତ୍ତି,ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ସାହାଯ୍ୟପ୍ରାପ୍ତି,ବ୍ୟବସାୟରେ ଉନ୍ନତି,ଆର୍ଥିକ କ୍ଷେତ୍ରରେ ଉନ୍ନତି,ଅଟକି ରହିଥିବା କାର୍ଯ୍ୟରେ ସଫଳ ହେବେ,ନୂତନ ଜମିବାଡ଼ି ଓ ଯାନବାହନ କିଣି ପାରନ୍ତି । ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ରହିବ,ବନ୍ଧୁମିଳନ,ଗୃହେ ଆନନ୍ଦ,ଧନ ପ୍ରାପ୍ତି ଯୋଗ ରହିଛି ।
ଶୁଭରଙ୍ଗ : ଧୂସର ଓ ସୁନେଲି
କୁମ୍ଭ:ଦ୍ୱିତୀୟଚନ୍ଦ୍ର,ଘାତବାର ଯୋଗୁ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ,ଯାନବାହନ ପ୍ରତି ସତର୍କ ରହିବେ,ଶରୀରରେ ଆଘାତ ହେବାର ସମ୍ଭାବନା ରହିଛି,ବାଦବିବାଦ ହୋଇପାରେ,ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ,କର୍ମକ୍ଷେତ୍ରରେ ଚାପ ବଢ଼ିପାରେ,ଧର୍ଯ୍ୟ ରଖିବେ ।
ଶୁଭରଙ୍ଗ : ଧଳା ଓ ହଳଦିଆ
ମୀନ: ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ର ଯୋଗୁ ଶରୀର ସୁସ୍ଥ ରହିବ,ସମାଜରେ ସମ୍ମାନ ପ୍ରାପ୍ତି,ଚାକିରୀ କ୍ଷେତ୍ରରେ ଭଲ ସୁଯୋଗ ମିଳିବ,ବ୍ୟବସାୟରେ ଉନ୍ନତି,ଆର୍ଥିକ ଉନ୍ନତି ଘଟିବ,ମାନସିକ ଶାନ୍ତି,ଶୁଭ ସମାଚାରପ୍ରାପ୍ତି ଯୋଗ,କାର୍ଯ୍ୟକ୍ଷେତ୍ରରେ ସଫଳତାପ୍ରାପ୍ତି,ଗୃହେ ଆନନ୍ଦ ,ଯାନବାହନ କିଣିପାରନ୍ତି,ବନ୍ଧୁମାନଙ୍କଠାରୁ ସାହାଯ୍ୟପ୍ରାପ୍ତି ।
ଶୁଭରଙ୍ଗ : ସୁନେଲି ଓ କ୍ରିମ୍