ମେଷ :ଚତୁର୍ଥ ଚନ୍ଦ୍ର ଯୋଗୁ କାର୍ଯ୍ୟ କ୍ଷେତ୍ରରେ ବିଫଳତା, ଅଯଥା ଖର୍ଚ୍ଚ ଯୋଗ, ଧନ ହାନି, ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଧାର୍ମିକ କାର୍ଯ୍ୟ କରନ୍ତୁ ନାହିଁ । ଯାତ୍ରା ନିଷେଧ, ବୃଥା ଭ୍ରମଣ, ମାନସିକ ଚାପ ଲାଗି ରହିବ, କର୍ମ କ୍ଷେତ୍ରରେ ବାଧାବିଘ୍ନ ଲାଗି ରହିବ । ଘରୋଇ କଳହ ହୋଇପାରେ । ଯାନବାହନ କ୍ରୟ କରିପାରନ୍ତି, ଶରୀର ପ୍ରତି ସତର୍କ ରହିବେ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସତର୍କ ହେବେ । ଶିବ ପଞ୍ଚାକ୍ଷରୀ ମନ୍ତ୍ରୀ ଜପ କରନ୍ତୁ ।
ଶୁଭ ରଙ୍ଗ : ନାଲି, ଧଳା ଓ ସିଲ୍ଭର ।
ବୃଷ :ତୃତୀୟ ଚନ୍ଦ୍ର ଯୋଗୁ ଶରୀର ସୁସ୍ଥ ରହିବ, ଧନ ଲାଭ, ଯାନବାହନ କ୍ରୟ କରିପାରନ୍ତି । ନୂତନ ବସ୍ତ୍ର କ୍ରୟ କରିପାରନ୍ତି, ବ୍ୟବସାୟରେ ଉନ୍ନତି, ଚାକିରୀ କ୍ଷେତ୍ରରେ ପଦୋନ୍ନତି ଯୋଗ, ଗୃହେ ଆନନ୍ଦ, ସମାଜରେ ସମ୍ମାନ ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ଉନ୍ନତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ । ମା’ ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ, ଶୁଭ ଫଳ ମିଳିବ ।
ଶୁଭ ରଙ୍ଗ : ନୀଳ ଓ ସିଲ୍ଭର ।
ମିଥୁନ :ଦ୍ୱିତୀୟ ଚନ୍ଦ୍ର ଯୋଗୁ ଅର୍ଥ ଦେବାନେବାରେ ସତର୍କତା ଅବଲମ୍ବନ କରନ୍ତୁ । ପରିବାରରେ କହଳ ହୋଇପାରେ, ସ୍ୱାସ୍ଥ୍ୟ ସାଧାରଣ ରହିବ, ଖାଦ୍ୟପେୟ ଉପରେ ସତର୍କ ରହିବେ । ଆର୍ଥିକ ଲାଭ ହେବ, ଯାନବାହନ କ୍ରୟ କରିପାରନ୍ତି, ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ, ସହଯୋଗ ମିଳିବ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । ବାଦବିବାଦ ହୋଇପାରେ, କଥାବାର୍ତ୍ତା ବେଳେ ସତର୍କତା ଅବଲମ୍ବନ କରିବେ । “ଓଁ ନମୋ ଭଗବତେ ବାସୁଦେବାୟ” ମନ୍ତ୍ର ଜପ କରନ୍ତୁ ।
ଶୁଭ ରଙ୍ଗ : ସବୁଜ, ଧଳା ଓ ରୁପେଲି ।
କର୍କଟ :ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ର ଯୋଗୁ ଶରୀର ଅତି ଉତ୍ତମ ରହିବ, ମନରେ ପସନ୍ନତା ଆସିବ । ଆର୍ଥିକ ଉନ୍ନତି ହେବ, ଧନପ୍ରାପ୍ତି ଯୋଗ, କର୍ମ କ୍ଷେତ୍ରରେ ଉନ୍ନତି ଆସିବ, ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ, ସହଯୋଗ ମିଳିବ । ଗୃହେ ଆନନ୍ଦ, ବନ୍ଧୁମିଳନ, ସମାଜରେ ସମ୍ମାନ ପ୍ରାପ୍ତି, ରାଜନୀତି କ୍ଷେତ୍ରରେ ଉନ୍ନତି, ନୂତନ ବସ୍ତୁ କ୍ରୟ କରିପାରନ୍ତି । ଜମିଜମା କିଣି ପାରିବେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ନିଜ କାର୍ଯ୍ୟରେ ସଫଳ ହେବେ ।
ଶୁଭ ରଙ୍ଗ : ଧଳା, କ୍ରିମ୍ ଓ ସିଲ୍ଭର ।
ସିଂହ :ଦଶମ ଚନ୍ଦ୍ର ଯୋଗୁ ଶରୀର ପ୍ରତି ସତର୍କ ରହିବେ, ଆଖିରେ କଷ୍ଟ କିମ୍ବା ଶରୀରରେ କ୍ଲାନ୍ତି ଅନୁଭବ କରିପାରନ୍ତି । ଅଯଥା ଖର୍ଚ୍ଚ ଯୋଗ, ଆୟଠାରୁ ବ୍ୟୟ ଅଧିକ ହୋଇପାରେ । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । କର୍ମ କ୍ଷେତ୍ରରେ ଚାପ ବଢ଼ିପାରେ । ଅର୍ଥ ବ୍ୟୟ, ବନ୍ଧୁଙ୍କଠାରୁ ସତର୍କ ରହିବେ । ମାନ, ସମ୍ମାନ ହାନି, ଗୁପ୍ତ ଶତ୍ରୁ ବୃଦ୍ଧି ପାଇପାରନ୍ତି । ମହାଦେବ କିମ୍ବା ସୂର୍ଯ୍ୟଦେବଙ୍କୁ ପୂଜା କରନ୍ତୁ ।
ଶୁଭ ରଙ୍ଗ : ହଳଦିଆ, ନାରଙ୍ଗି ଓ ଧଳା ।
କନ୍ୟା :ଏକାଦଶ ଚନ୍ଦ୍ର ଯୋଗୁ ଧନ ପ୍ରାପ୍ତି ଯୋଗ, ଆୟ ବୃଦ୍ଧି, ସ୍ୱାସ୍ଥ୍ୟ ଉତ୍ତମ ରହିବ । ମନ ପ୍ରଫୁଲ, ରୋଗମୁକ୍ତ ହୋଇପାରିବେ । ଆର୍ଥିକ ଲାଭ, ଯାନବାହନ ଓ ଜମିଜମା କ୍ରୟ କରିପାରିବେ । ବ୍ୟବସାୟରେ ଉନ୍ନତି, ନୂତନ ଗୃହ ନିର୍ମାଣ କରିପାରିବେ । କୋଟ୍ କଚେରୀ ଓ ମାଲିମକଦ୍ଦମାରେ ଜୟଯୁକ୍ତ ହେବେ । ଗୃହେ ଆନନ୍ଦ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ । ବିଷ୍ଣୁ କିମ୍ବା ମା’ ଲକ୍ଷ୍ମୀଙ୍କ ପୂଜା କରନ୍ତୁ ।
ଶୁଭ ରଙ୍ଗ : ହଳଦିଆ, ସବୁଜ ଓ ଧଳା ।
ତୁଳା :ଦଶମ ଚନ୍ଦ୍ର ଯୋଗୁ ଆର୍ଥିକ ଲାଭ, କର୍ମ କ୍ଷେତ୍ରରେ ଲାଭ, ଚାକିରୀ କ୍ଷେତ୍ରରେ ପ୍ରମୋଶନ ଯୋଗ, ଜମିବାଡ଼ି କ୍ରୟ କରିପାରିବେ । ବ୍ୟବସାୟରେ ଉନ୍ନତି ପିତାମାତାଙ୍କଠାରୁ ସାହାଯ୍ୟ ପ୍ରାପ୍ତି, ଗୃହେ ଆନନ୍ଦ, ପୁତ୍ର, ଦୁହିତା କୁଳେ ଖର୍ଚ୍ଚ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । ଶରୀର ସୁସ୍ଥ ରହିବ, ଯୋଗମୁକ୍ତ ହେବେ, ରାଜନୀତି କ୍ଷେତ୍ରରେ ଉନ୍ନତି, ଋଣ ଦେବାନେବାରେ ସତର୍କତା ଅବଲମ୍ବନ କରିବେ । ରାଜନୀତି କ୍ଷେତ୍ରରେ ଉନ୍ନତି, ମା’ ଲକ୍ଷ୍ମୀଙ୍କ ଆରାଧନା କରନ୍ତୁ ।
ଶୁଭ ରଙ୍ଗ : ଗୋଲାପି, ଧଳା ଓ ଇଷତ୍ ଧଳା ।
ବିଛା :ନବମ ଚନ୍ଦ୍ର, ଘାତବାର ଯୋଗୁ ହଠାତ୍ ନୂତନ ଖବର ମିଳିପାରେ, ଯାତ୍ରା ନିଷେଧ । ଯାନବାହନ ପ୍ରତି ସାବଧାନତା ଅବଲମ୍ବନ କରିବେ । ଅଯଥା ଖର୍ଚ୍ଚ ଯୋଗ, ଦେବ ଦର୍ଶନ, ବନ୍ଧୁ ମିଳନ, ବୃଥା ଭ୍ରମଣ, ଆୟଠାରୁ ବ୍ୟୟ ଅଧିକ ହୋଇପାରେ । ସୁସମ୍ବାଦ ମିଳିପାରେ, କର୍ମ କ୍ଷେତ୍ରରେ ଅଗ୍ରସର ହେବେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ନାଲି ଓ ଧଳା ।
ଧନୁ :ଅଷ୍ଟମ ଚନ୍ଦ୍ର, ଘାତବାର ଯୋଗୁ ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ । ଦୂରଯାତ୍ରା ନିଷେଧ, ଶରୀରରେ ଆଘାତ ଲାଗିପାରେ, ସେଥିପାଇଁ ସତର୍କ ରହିବେ । କର୍ମ କ୍ଷେତ୍ରରେ ଶତ୍ରୁବୃଦ୍ଧି ହୋଇପାରନ୍ତି, ନିବେଶ କରିବେ ନାହିଁ, ଅର୍ଥ ଦେବାନେବାରେ ସତର୍କତା ଅବଲମ୍ବନ କରିବେ । କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସାମାନ୍ୟ ବିଫଳ ହୋଇପାରନ୍ତି । ମାନସିକ ଚାପ ବୃଦ୍ଧି ପାଇବ । ହନୁମାନ ଚାଳିଶା ପାଠ କରନ୍ତୁ ।
ଶୁଭ ରଙ୍ଗ : ହଳଦିଆ ଓ ସୁନେଲି ।
ମକର :ସପ୍ତମ ଚନ୍ଦ୍ର ଯୋଗୁ ଶରୀର ସୁସ୍ଥ ରହିବ, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ମାନସିକ ଶାନ୍ତି, ଧନ ଲାଭ, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ମୂଲ୍ୟବାନ ବସ୍ତୁ କ୍ରୟ କରିପାରନ୍ତି, କର୍ମକ୍ଷେତ୍ରରେ ଉନ୍ନତି, ଗୃହେ ଆନନ୍ଦ, ଯାତ୍ରା ଶୁଭ, ପଶ୍ଚିମ ଓ ଦକ୍ଷିଣ ଦିଗକୁ ଯାତ୍ରା କରିପାରନ୍ତି । ବ୍ୟବସାୟରେ ଉନ୍ନତି, ଚାକିରୀ କ୍ଷେତ୍ରରେ ପ୍ରମୋଶନ ଯୋଗ ରହିଛି । ମା’ ଦୁର୍ଗାଙ୍କ ଆରାଧନା କଲେ ଶୁଭ ।
ଶୁଭ ରଙ୍ଗ : ନୀଳ, କଳା ଓ ଧଳା ।
କୁମ୍ଭ :ଷଷ୍ଠ ଚନ୍ଦ୍ର ଯୋଗୁ ରାଜନୀତି କ୍ଷେତ୍ରରେ ଉନ୍ନତି, ରୋଗ ମୁକ୍ତ ହେବ, ଆର୍ଥିକ ଲାଭ ହେବ, ଧନପ୍ରାପ୍ତି ଯୋଗ, ରାଜନୀତି କ୍ଷେତ୍ରରେ ଜୟଯୁକ୍ତ, ଶତ୍ରୁ ନାଶ ହେବେ । ମାନସିକ ଶାନ୍ତି, କର୍ମ କ୍ଷେତ୍ରରେ ଆଂଶିକ ଲାଭ, ନୂତନ ଦ୍ରବ୍ୟ କ୍ରୟ କରିପାରିବେ, ଧାର୍ମିକ କର୍ମରେ ଯୋଗଦାନ, ଦୂର ଯାତ୍ରା କରିପାରିବେ । ମା’ ଦୁର୍ଗାଙ୍କ ଆରାଧନା କଲେ ଶୁଭ ଫଳ ମିଳିବ ।
ଶୁଭ ରଙ୍ଗ : ନୀଳ ଓ ବାଇଗଣୀ ।
ମୀନ :ପଞ୍ଚମ ଚନ୍ଦ୍ର, ଘାତବାର ଯୋଗୁ କର୍ମ କ୍ଷେତ୍ରରେ ଯୁକ୍ତିତର୍କ ହୋଇପାରେ, ଦୂର ଯାତ୍ରା କରିବେ ନାହିଁ । ଶରୀର କଷ୍ଟ ବା ଆଘାତ ଭୟ ରହିଛି । ଅଯଥା ଖର୍ଚ୍ଚ ଯୋଗ, ଅର୍ଥ ନେବାଦେବା କରନ୍ତୁ ନାହିଁ । ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ । କାର୍ଯ୍ୟ କ୍ଷେତ୍ରରେ ଚାପ ଲାଗି ରହିବ ଏବଂ ବ୍ୟବସାୟରେ ହାନି, ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ କାର୍ଯ୍ୟରେ ସଫଳ ହେବେ । ମା’ ଦୁର୍ଗା କିମ୍ବା ଶ୍ରୀଜଗନ୍ନାଥଙ୍କ ଆରାଧନା କରନ୍ତୁ ।
ଶୁଭ ରଙ୍ଗ : ସୁନେଲି, ଧଳା ଓ ନାରଙ୍ଗୀ ।
ଜ୍ୟୋତିର୍ବିଦ୍ : ଅନାମିକା,
ଯୋଗାଯୋଗ : ୯୭୭୭୭୧୧୭୩୩