ମିଥୁନ: ମୃଗଶିରା ଓ ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି କଠିନ ପରିଶ୍ରମର ସମ୍ମୁଖୀନ ହୋଇ ଧନ ଅର୍ଜନ କରିବେ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଶୁଭଫଳ।

କର୍କଟ: ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତି ବହୁ ଉପାୟରେ ଧନ ଅର୍ଜନ କରି ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିବେ। ଅଶାନ୍ତି ଦୂର ହେବ। ଦେବଦର୍ଶନ ପାଇ ତୃପ୍ତି ଲାଭ କରିବେ। ପୁନର୍ବସୁ ଓ ଅଶ୍ଲେଷାର ସାମନ୍ୟ ଶୁଭ।

ସିଂହ: ମଘା ଓ ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ବିଭିନ୍ନ ସୂତ୍ରରୁ ଧନାଗମ ହେବ। କର୍ମଚଞ୍ଚଳ ରହିବେ। କୀର୍ତ୍ତିମାନ୍ ହୋଇପାରନ୍ତି। ସହିଷ୍ଣୁ ହେବେ। ମନ ପ୍ରଫୁଲ୍ଲ ରହିବ। ପୁର୍ବାଫାଲ୍‌ଗୁନୀର ସାମାନ୍ୟ ଶୁଭ।

କନ୍ୟା: ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଆୟ ଆଶାନୁରୂପ ହେବ। ବନ୍ଧୁ ଓ ସରକାରୀ ସହାୟତାରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ହସ୍ତା ନକ୍ଷତ୍ରର ସାମାନ୍ୟ ଶୁଭ।

ତୁଳା: ଚିତ୍ରା ଓ ସ୍ବାତୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାଧନା ଫଳବତୀ ହେବ। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ବିଶାଖା ନକ୍ଷତ୍ରର ସାମନ୍ୟ ଶୁଭ।

ବିଛା: ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତି କର୍ମଚଞ୍ଚଳ ରହିବେ। ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭାଗୀୟ ସ୍ତରରେ ସମ୍ମାନିତ ​‌େହବେ। ଜ୍ୟେଷ୍ଠା ଓ ବିଶାଖାର ସାମାନ୍ୟ ଶୁଭ।

ଧନ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ଆର୍ଥିକ ସ୍ଥିତିକୁ ଉଚ୍ଚମାନର କରିପାରନ୍ତି। କୁଳ ପ୍ରଦୀପ ହେବେ। ଦୟାର୍ଦ୍ରଚିତ୍ତ ହେବେ। ପୂର୍ବାଷାଢ଼ା ନକ୍ଷତ୍ରର ସାମାନ୍ୟ ଶୁଭ।

ମକର: ଉତ୍ତରଷାଢ଼ା ଓ ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତ ଓ ଆଶ୍ରିତମାନଙ୍କର ନମସ୍ୟ ହେବେ। କାର୍ଯ୍ୟର ସଫଳ ରୂପାୟନ କରିବେ। ଶ୍ରବଣା ନକ୍ଷତ୍ରର ସାମାନ୍ୟ ଶୁଭ।

କୁମ୍ଭ: ଧନିଷ୍ଠା ଓ ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। କୌଣସି ଆଶା ନରଖି ଅନ୍ୟକୁ ସାହାଯ୍ୟ କରିବେ। ପୂର୍ବଭାଦ୍ର ନକ୍ଷତ୍ର ସତର୍କରେ ଚଳିବେ।

ମୀନ: ଉତ୍ତରାଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି ଜଣେ ସେବାକାରୀଭାବେ ସମ୍ମାନିତ ହେବା ସହିତ ପ୍ରଶଂସାର ପାତ୍ର ହେବେ। ବ୍ୟବସାୟ ଲାଭପ୍ରଦ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ରେବତୀ ନକ୍ଷତ୍ରର ସାମାନ୍ୟ ଶୁଭ।