ମେଷ : ସପ୍ତମ ଚନ୍ଦ୍ର ଯୋଗୁ ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ । ପରିଚିତ ମହିଳାଙ୍କ ଠାରୁ ସାହାଯ୍ୟ, ସହଯୋଗ ଏବଂ ଧନ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ ମହିଳା ସହକର୍ମୀଙ୍କ ସାହାଯ୍ୟ, ସହଯୋଗ ପ୍ରାପ୍ତି ହେବ । ଯେଉଁ ମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଲାଲ୍, ଶୁଭସଂଖ୍ୟା: ୩, ଆରାଧନା : ମା ବଗଳାମୁଖୀ ।
ବୃଷ: ଘାତବାର ଏବଂ ଷଷ୍ଠଚନ୍ଦ୍ର ଯୋଗୁ ଘାତବାରର ପ୍ରଭାବ ରହିବ ନାହିଁ । ରୋଗ, ଋଣ ଓ ଶତ୍ରୁ ଏଥିରୁ ସାମୟିକ ମୁକ୍ତି ମିଳିବ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଦେହ ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂରହେବ । ଯେଉଁ ମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୨, ଆରାଧନା: ମା’ ସମଲେଶ୍ୱରୀ ।
ମିଥୁନ: କୃଷ୍ଣ ପକ୍ଷର ପଞ୍ଚମ ଚନ୍ଦ୍ର ଏବଂ ଦିବା ୧୦ଟା ୪୩ ମିନିଟ୍ ପରେ ଘାତ ନକ୍ଷତ୍ରଯୋଗୁ ଅପମାନ, ଅପଯଶ, ଏବଂ ଅପନିନ୍ଦା ମିଳିବ ଏବଂ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି ଏବଂ ଦୂରଦୃଷ୍ଟିର ପ୍ରୟୋଗରେ ଅସଫଳ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗିରହିବ ଏବଂ କର୍ମରେ ବିଫଳତା ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁ ମାନଙ୍କର ଆର୍ଦ୍ରା ମିଥୁନ ଓ ଯାହାର ପ୍ରଥମ ନାମାକ୍ଷର କୁ, ଘ, ଙ, ଛ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ଚକୋଲେଟ୍, ସଂଖ୍ୟା: ୮, ଆରାଧନା: ଭଗବାନ ବିଷ୍ଣୁ ।
କର୍କଟ: ଚତୁର୍ଥ ଚନ୍ଦ୍ର ଯୋଗୁ ସ୍ୱଜନ, ପରିଜନ, ବନ୍ଧୁ ଓ ପଡ଼ୋଶୀଙ୍କ ସାହାଯ୍ୟ, ସହଯୋଗ ଏବଂ ତାଙ୍କ ସହ ସଦ୍ଭାବ ପ୍ରତିଷ୍ଠା ହେବ । ମନରେ ପ୍ରସନ୍ନତା, ସ୍ୱଜନରେ ସୁସମ୍ପର୍କ, ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉତ୍ତମ ଆୟ ଏବଂ ନୂତନ ପରିବହନ ବ୍ୟବସାୟ ପାଇଁ ଉଦ୍ୟମ କରିବେ । କର୍ମରେ ସଫଳତା ଏବଂ ଉଚ୍ଚ, ସମ୍ମାନ, ଉଚ୍ଚ ପଦବୀପ୍ରାପ୍ତ ହେବ । ଯେଉଁ ମାନଙ୍କର ପୁନର୍ବସୁ ଓ ପୁଷ୍ୟାକର୍କଟ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୧, ଆରାଧନା: ମା’ ଭୁବନେଶ୍ୱରୀ ।
ସିଂହ: ତୃତୀୟଚନ୍ଦ୍ର ଏବଂ ମଙ୍ଗଳ ଏବଂ ରାହୁଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଏବଂ ଘାତବର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଅସ୍ଥିରତା ଏବଂ ସମସ୍ତ କର୍ମରେ କିଛି ବ୍ୟତିକ୍ରମ ଦେଖାଦେବ । ନୂତନ କର୍ମାରମ୍ଭ କରିବେ ଏବଂ ନୂତନ ନିଯୁକ୍ତି ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମସ୍ତ କର୍ମରେ ଉନ୍ନତି ଦେଖାଦେବ । ଯେଉଁ ମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଲାଲ୍, ସଂଖ୍ୟା: ୧୧, ଆରାଧନା : ମା’ ମାତଙ୍ଗୀ ।
କନ୍ୟା: ଘାତବାର ଏବଂ କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ ଏବଂ ଆର୍ଥିକ କାରବାର କଲାବେଳେ ସତର୍କ ହେବେ । ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଆର୍ଥିକ ଠକାମିରେ ପଡ଼ିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ଧନକୁ ନେଇ ବିବାଦ ଏବଂ ମାଲି ମକଦ୍ଦମାରେ ପଡ଼ିପାରନ୍ତି । କର୍ମରେ ବିଫଳତା ଏବଂ ବାଧାବିଘ୍ନ ଲାଗି ରହିବ । ଯେଉଁ ମାନଙ୍କର ହସ୍ତାକନ୍ୟା ଏବଂ ଯାହାର ପ୍ରଥମ ନାମାକ୍ଷର ପୁ, ଷ, ଣ, ଠ, ସୋମନେ ସତର୍କ ହେବେ । ଶୁଭରଙ୍ଗ: ମେରୁନ୍, ସଂଖ୍ୟା: ୪, ଆରାଧନା: ମା’ ତ୍ରିପୁର ସୁନ୍ଦରୀ ।
ତୁଳା: ଶ୍ରୀଚନ୍ଦ୍ର, ଶନିବାର ଏବଂ ଦିବା ୧୦ଟା ୪୩ ମିନିଟ୍ ପରେ ରାହୁଙ୍କ ନକ୍ଷତ୍ର ଯୋଗୁ କୌଣସି ମାଙ୍ଗଳିକ କର୍ମରେ ଯୋଗଦେଇ ପାରନ୍ତି କିମ୍ବା ସନ୍ତାନ ସନ୍ତତିଙ୍କ ବୈବାହିକ କର୍ମର ଆୟୋଜନ କରିପାରନ୍ତି । ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ପରିଶ୍ରମଠାରୁ ଅଧିକ ସଫଳତା ମିଳିବ । ଯେଉଁ ମାନଙ୍କର ଚିତ୍ରା ଓ ବିଶାଖାତୁଳା, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ନୀଳ, ସଂଖ୍ୟା : ୧୨, ଆରାଧନା : ମା’ କମଳା ।
ବିଛା: ଦ୍ୱାଦଶ ଚନ୍ଦ୍ର ସକାଳ ୬ଟା ୩୨ ମିନିଟ୍ ପରେ ଦ୍ୱାଦଶ ତିଥି ଯୋଗୁ ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ ଓ ପରିବାରର ଖର୍ଚ୍ଚଭାର ବହୁତ କମ୍ ରହିବ ଏବଂ ଖର୍ଚ୍ଚ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବେ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ କୁସଙ୍ଗ କରି ତ୍ୟାଗ କରି ସତ୍ସଙ୍ଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ କମ୍ ରହିବ ଏବଂ କର୍ମରେ ସଫଳତା ଓ ସମସ୍ତ ଅଟକିଥିବା କାମ ସଫଳତାର ସହ ସମ୍ପାଦନ କରିବେ । ଯେଉଁ ମାନଙ୍କର ବିଶାଖା ଓ ଅନୁରାଧା ବିଛା, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୩, ଆରାଧନା : ପ୍ରଭୁ ହନୁମାନ ।
ଧନୁ: ଏକାଦଶ ଚନ୍ଦ୍ର ଯୋଗୁ ଆୟର ମାର୍ଗ ଅତି ଉତ୍ତମ ହେବ ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ । ଆୟ ପ୍ରତି ଏବଂ ବ୍ୟବସାୟ ପ୍ରତି ଧ୍ୟାନ ଅଧିକ ରହିବ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ । ଯେଉଁ ମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୨, ଆରାଧନା : ପ୍ରଭୁ ଗଜାନନ ।
ମକର: ଦଶମଚନ୍ଦ୍ର, ଶନିବାର ଯୋଗୁ ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ମନରେ ପ୍ରସନ୍ନତା, ବଚନରେ ସଂଯମତା, କଥାବାର୍ତ୍ତାରେ ମଧୁରତା ଏବଂ ସମସ୍ତକର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ଗୁରୁତ୍ୱ ଓ ଧ୍ୟାନ ଦେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ । ଯେଉଁ ମାନଙ୍କର ଉତ୍ତରାଷାଢ଼ା ଏବଂ ଧନିଷ୍ଠାମକର, ସେମାନେ ଉପକୃତ ହେବେ । ଶୁଭରଙ୍ଗ : କଫି, ସଂଖ୍ୟା : ୬, ଆରାଧନା : ମା’ ଭୈରବୀ ।
କୁମ୍ଭ: କୃଷ୍ଣପକ୍ଷର ନବମ ଚନ୍ଦ୍ର ଓ ରାହୁଙ୍କ ନକ୍ଷତ୍ର ଦିବା ୧୦ଟା ୪୩ ମିନିଟ୍ପରେ ଭୋଗ ହେଉଥିବାରୁ ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମତାନ୍ତର ଏବଂ ନିଜର ପ୍ରିୟ ବନ୍ଧୁ କିମ୍ବା ପୁରାତନ ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବଏବଂକର୍ମରେ ବିଫଳତା ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ । ଯେଉଁ ମାନଙ୍କର ଶତଭିଷାକୁମ୍ଭ ଓ ଯାହାର ପ୍ରଥମ ନାମାକ୍ଷରଗୋ, ସା, ସି, ସୁ, ସେମାନେ ସତର୍କହେବେ ।ଶୁଭରଙ୍ଗ : ମାଟିଆ, ସଂଖ୍ୟା : ୩, ଆରାଧନା : ମା’ ଚଣ୍ଡୀ ।
ମୀନ: ଅଷ୍ଟମ ଚନ୍ଦ୍ର, ଶନିବାର ଏବଂ ଦିବା ୧୦ଟା ୪୩ ମିନିଟ୍ ପରେ ରାହୁଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର ଏବଂ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଚାଲିଚଳନ, ବ୍ୟବହାର ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ କର୍ମପ୍ରତି ଆଳସ୍ୟତାଭାବ ପ୍ରକାଶ ପାଇବ । ଯେଉଁ ମାନଙ୍କର ରେବତୀ ମୀନ ଓ ଯାହାର ପ୍ରଥମ ନାମାକ୍ଷର ଦେ, ଦୋ, ଚା, ଚି ସେମାନେ ସତର୍କ ହେବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୫, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।