ମେଷ : ପଞ୍ଚମ ଚନ୍ଦ୍ର, ଧନ କ୍ରୟ, କାର୍ଯ୍ୟନାଶ, ବ୍ୟବସାୟ କର୍ମରେ କ୍ଷତି, ମାଲିମକଦ୍ଦମାରେ ବିଫଳ, ଯାନବାହନ କ୍ରୟଶୁଭ ନୁହେଁ, ଦୂରଯାତ୍ରାରେ ବିଫଳ, ଯାନବାହନରେ ସତର୍କତା ଅବଲମ୍ବନ କରିବେ, ଶରୀରପୀଡ଼ା, ବିଦ୍ୟାରେ ବିଦ୍ୟାର୍ଥୀମାନେ ସାମାନ୍ୟ ସୁଫଳ ପାଇବେ ।

ଶୁଭରଙ୍ଗ: ଧଳା, ହଳଦିଆ, ନାଲି

ବୃଷ: ସପ୍ତମଚନ୍ଦ୍ର, କର୍ମରେ ଶୁଭଫଳ ମିଳିବ, ବିଳମ୍ବ କାର୍ଯ୍ୟସିଦ୍ଧି, ଗୃହରେ ମଙ୍ଗଳ କର୍ମ ଯୋଗ ଅଛି, ବସନ ଭୂଷଣ କ୍ରୟ ଯୋଗ, ମାଲିମକଦ୍ଦମାରେ ସାମାନ୍ୟ ଶୁଭଫଳ ପାଇବେ । ମନ ପ୍ରଫୁଲ୍ଲ ରହିବ । ପରିବାରରେ ଉତ୍ତମ ବୁଝାମଣା ରହିବ । ଭ୍ରାତୃଭଗିନୀଙ୍କ ପାଇଁ ଖର୍ଚ୍ଚ କରିପାରନ୍ତି । ବନ୍ଧୁଠାରୁ ସୁସମ୍ପଦ ମିଳିବ ।

ଶୁଭରଙ୍ଗ: ଧଳା, ସିଲ୍ଭର, ଈଷତ୍ଶୁଭ୍ର 

ମିଥୁନ : ଷଷ୍ଠଚନ୍ଦ୍ର, ଚେଷ୍ଟାରେ ସଫଳତା, ବନ୍ଧୁବାନ୍ଧବଙ୍କଠାରୁ ସାହାଯ୍ୟ, ସହାନୁଭୂତି ମିଳିବ । ଗୃହେ ପାରିବାରିକ ଶାନ୍ତି ଓ ସୁଖ ସନ୍ତୋଷ ପାଇବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ଶାରୀରିକ, ମାନସିକ ଦୃଷ୍ଟିରୁ ଶୁଭଫଳ, ପୁରାତନ ବନ୍ଧୁଙ୍କ ସହିତ ମତଭେଦ ଘଟିପାରେ ।

ଶୁଭରଙ୍ଗ : ହଳଦିଆ, ଧଳା ଓ ସବୁଜ 

କର୍କଟ: ପଞ୍ଚମ ଚନ୍ଦ୍ର, ମାନସିକ ଅସ୍ଥିରତା, ଆର୍ଥିକ ଅନଟନ, ଗୃହ, ପରିବାରରେ ଅଶାନ୍ତି ଓ ମତଭେଦ, ଆର୍ଥିକ ଚିନ୍ତା ଲାଗି ରହିବ । ବିଶେଷ ଚେଷ୍ଟ ଶକଲେ ଯୋଜନା ଗୁଡ଼ିକରେ ସଫଳ ହୋଇପାରନ୍ତି । ପୁତ୍ର, ଦୁହିତାକୁଳେ ଖର୍ଚ୍ଚ, ସାମାନ୍ୟ କର୍ମରେ ବାଧା, ଦେବ ଦର୍ଶନ ଯୋଗ ଅଛି ।

ଶୁଭରଙ୍ଗ : ଧଳା, ସିଲ୍ଭର

ସିଂହ: ଚତୁର୍ଥ ଚନ୍ଦ୍ର, ଆକସ୍ମିକ କଳହ ଭୟ, ବନ୍ଧୁକୁଳେ ଖର୍ଚ୍ଚ, ଅର୍ଥ ଦେବା ନେବାରେ ସତର୍କତା ଅବଲମ୍ବନ କରିବେ, ବୃଥା ଭ୍ରମଣଯୋଗ, ଯାନବାହନରେ ଖର୍ଚ୍ଚ କରିପାରନ୍ତି, ବିଦ୍ୟାର୍ଥୀମାନେ ବିଦ୍ୟାରେ ଉପକୃତ ହେବେ, ମାଲିମକଦ୍ଦମାରେ ଜୟ ଲାଭ କରିବେ । ଗୃହ ଅଶାନ୍ତି ଦେଖାଯିବ, ଶରୀର ପ୍ରତି ସତର୍କ ରହିବେ ।

ଶୁଭରଙ୍ଗ : ହଳଦିଆ, ଗୋଲାପି ଓ ନାଲି

କନ୍ୟା : ତୃତୀୟଚନ୍ଦ୍ର, ଅର୍ଥଲାଭ, ନୂତନ ବନ୍ଧୁଦର୍ଶନ, ଗୃହରେ ମଙ୍ଗଳକର୍ମ, କର୍ମକ୍ଷେତ୍ରରେ ପ୍ରଶଂସିତ, କର୍ମକ୍ଷେତ୍ରରେ ସାହାଯ୍ୟପ୍ରାପ୍ତି, ଦେଇଥିବା ଅର୍ଥ ପ୍ରାପ୍ତି ହୋଇପାରେ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି, ଦୂର ଯାତ୍ରାରେ ସଫଳଲାଭ, ଭ୍ରାତୃ ଜୟ କଲେ ଶୁଭଫଳ ପ୍ରାପ୍ତି, ମନ ପ୍ରଫୁଲ୍ଲ ରହିବ ।

ଶୁଭରଙ୍ଗ : ଧଳା, ସିଲ୍ଭର ଓ ଆକାଶିଆ 

ତୁଳା: ଦ୍ୱିତୀୟଚନ୍ଦ୍ର, ସ୍ୱଜନ ପରିଜନଙ୍କ ସହିତ ମନୋମାଳିନ୍ୟ, ବୃଥା ଖର୍ଚ୍ଚଯୋଗ, ଦୂରଯାତ୍ରା ଯୋଗ ରହିଛି, ଖର୍ଚ୍ଚ ଦ୍ୱାରା କାର୍ଯ୍ୟସିଦ୍ଧି, ମାଲିମକଦ୍ଦମାରେ ବିଶେଷ ସଫଳତା ନ କରିପାରନ୍ତି, ପେଟ, ମୁଣ୍ଡରେ ସାମାନ୍ୟ ପୀଡ଼ା ଦେଖା ଯାଇପାରିବ ।

ଶୁଭରଙ୍ଗ : ଧଳା ଓ ସିଲ୍ଭର

ବିଛା :ଶ୍ରୀଚନ୍ଦ୍ର ଓ ଯଶ, ସମ୍ମାନ ଲାଭ, ସୁଖାଦ୍ୟମିଳିବ, ନୂତନ ଯାନବାହନ କ୍ରୟ କରିପାରନ୍ତି, ଜମିଜମା କ୍ରୟ ଯୋଗ ରହିଛି । ମାଲିମକଦ୍ଦମାରେ ବ୍ୟୟ, ଚାକିରି କ୍ଷେତ୍ରରେ ଉନ୍ନତି, ଉଚ୍ଚପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ପାଇପାରନ୍ତି ।

ଶୁଭରଙ୍ଗ : ନାରଙ୍ଗୀ, ହଳଦିଆ ଓ ନୀଳ

ଧନୁ : ଦ୍ୱାଦଶଚନ୍ଦ୍ର, ଆକସ୍ମିକ ଖର୍ଚ୍ଚଯୋଗ, ଦୂରଯାତ୍ରାରେ ସାମାନ୍ୟ ସଫଳତା, କିଛି ଜିନିଷ ହଜି ଯାଇପାରେ, ଗୃହଭୂମି, ପାଇଁ ଖର୍ଚ୍ଚହୋଇପାରେ । ଗୁରୁଜନଙ୍କ ଶରୀରପୀଡ଼ା ହୋଇପାରେ ।

ଶୁଭରଙ୍ଗ : ହଳଦିଆ, ଧଳା ଓ ନାରଙ୍ଗୀ

ମକର : ଏକାଦଶଚନ୍ଦ୍ର ଲାଭ ଫଳ ପ୍ରାପ୍ତି, ଗୃହେ ଆନନ୍ଦ, କାର୍ଯ୍ୟରେ ସଫଳତା, ମୂଲ୍ୟବାନ ପଦାର୍ଥ କ୍ରୟ କରିପାରନ୍ତି କିମ୍ବା ମିଳିପାରେ, ଧର୍ମ କାର୍ଯ୍ୟରେ ଯୋଗଦାନ, ନୂତନ ବସ୍ତ୍ରଲାଭ, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ସୁବର୍ଣ୍ଣ ଧାତୁ କ୍ରୟକଲେ ଲାଭ, ଚାକିରିରେ ଯଶ, ସମ୍ମାନ ଲାଭ, ବନ୍ଧୁବାନ୍ଧବଙ୍କ ସାହାଯ୍ୟ ଲାଭ କରିବେ, ଶରୀର ସୁସ୍ଥ ରହିବ ।

ଶୁଭରଙ୍ଗ : ସିଲ୍ଭର ଓ କଳା 

କୁମ୍ଭ :ଦଶମଚନ୍ଦ୍ର, ନୂତନ କର୍ମ କରିବାରେ ଆଗ୍ରହ ପ୍ରକାଶ କରିବେ, ଆର୍ଥିକସ୍ଥିତି ଉତ୍ତମ ରହିବ । ଚାକିରି କ୍ଷେତ୍ରରେ ଉଚ୍ଚ ପଦ ଯୋଗ ରହିଛି, ପାଖ ପଡ଼ୋଶୀଙ୍କର ସାହାଯ୍ୟ ମିଳିବ, ଯାତାୟାତ ଶୁଭ, ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ ।

ଶୁଭରଙ୍ଗ : ଆକାଶିଆ ଓ କଳା 

ମୀନ : ନବମ ଚନ୍ଦ୍ର, ପୁତ୍ର ଦୁହିତାକୁଳେ ଆନନ୍ଦ, ଧର୍ମ କାର୍ଯ୍ୟରେ ଯୋଗଦାନ, ନୂତନ କାର୍ଯ୍ୟପ୍ରତି ମନ ବଳାଇବେ, ରାଜନୀତି କ୍ଷେତ୍ରରେ ସାମାନ୍ୟ ଶୁଭଫଳ ପ୍ରାପ୍ତିହେବ, ସାମାନ୍ୟ ଅର୍ଥ ଲାଭ ଘଟିପାରେ, ବ୍ୟବସାୟକ୍ଷେତ୍ରରେ ସାମାନ୍ୟ ଲାଭପ୍ରାପ୍ତି, ଦୂରଯାତ୍ରା ଯୋଗ ଅଛି । ଧର୍ମକାର୍ଯ୍ୟରେ କିଛି ଦାନ କରିପାରନ୍ତି । ଚାକିରିକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ଅଛିଓ ନୂତନ ଦ୍ରବ୍ୟ କିଣିବା ଶୁଭ ନୁହେଁ ।

ଶୁଭରଙ୍ଗ : ଧଳା ଓ ନୀଳ

ଫୋନ୍ : ୯୭୭୭୭୧୧୭୩୩