ନୂଆଦିଲ୍ଲୀ ୦୪/୦୫: ଉତ୍ତରପ୍ରଦେଶ ଜାଲୌନ ଜିଲ୍ଲାର କାଲପି କୋତୱାଲି ଅଞ୍ଚଳରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଜୋଲହୁପୁର ମୋଡ଼ ନିକଟରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଠାରେ ଏକ ପରିବାର ଅଯୋଧ୍ୟାରୁ ଓରାଇ ଫେରୁଥିବା ବେଳେ କାର ଡ୍ରାଇଭରର ଆଖି ଲାଗିଯିବାରୁ ନିୟନ୍ତ୍ରଣ ହରାଇ ସାମ୍ନାରେ ଥିବା ଏକ ଗାଡ଼ି ସହିତ ଧକ୍କା ହୋଇଥିଲା।

ରିପୋର୍ଟ ଅନୁସାରେ, ଲଳିତପୁର ଜିଲ୍ଲାର ମାହରୋନିର ବାସିନ୍ଦା ଶଶିକାନ୍ତ ତିୱାରୀ ତାଙ୍କ ପରିବାର ସହିତ ଅଯୋଧ୍ୟା ଯାଇଥିଲେ। ଦର୍ଶନ ପରେ ସେମାନେ କାର ଯୋଗେ ଫେରୁଥିଲେ। କାର୍ରେ ମୋଟ୍ ୧୦ ଜଣ ଥିଲେ। ସୋମବାର ସକାଳ ପ୍ରାୟ ୬ଟାରେ, ଯେତେବେଳେ ସେମାନଙ୍କ କାର କାଲପି ଅଞ୍ଚଳର ଜୋଲହୁପୁର ମୋଡ଼ ନିକଟରେ ହଠାତ୍ ଡ୍ରାଇଭରର ଆଖିଲାଗିଯିବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ସାମ୍ନାରେ ଥିବା ଏକ ଗାଡ଼ି ସହିତ ଧକ୍କା ହୋଇଥିଲା।

ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଅନ୍ୟ ଦୁଇଜଣଙ୍କର ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। କୁହାଯାଉଛି ଯେ ଦୁର୍ଘଟଣା ପରେ, ଆହତମାନଙ୍କୁ ବାହାର କରିବା ପାଇଁ ବହୁ ଚେଷ୍ଟା କରାଯାଇଥିଲା। କିଛି ଆହତ ପ୍ରାୟ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ କାର କ୍ୟାବିନରେ ଫସି ରହିଥିଲେ, ଏବଂ ସ୍ଥାନୀୟ ଲୋକ ଏବଂ ପୋଲିସ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

ଆହୁରି ପଢ଼ନ୍ତୁ...ଗୁଜବ ନେଲା ଭୟଙ୍କର ରୂପ ! ବିଜୟ ହାରୁଛନ୍ତି ଶୁଣି ନିଜ ଗଳା କାଟିଲେ ଫ୍ୟାନ୍