ମାଲକାନଗିରି, ୪/୯ : ମାଲକାନଗିରି ଜିଲ୍ଲା ହସ୍ପିଟାଲ ଲିଫ୍ଟରେ ଓଭରଲୋଡ଼ ଯୋଗୁଁ ଲିପ୍ଟର ପ୍ଲେଟ ଭାଙ୍ଗି ମଝିରେ ଅଟକି ରହିଲା ଲିଫ୍ଟରେ ଅଟକି ଥିବା ୨୭ଜଣଙ୍କୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ନିରାପଦରେ ଉଦ୍ଧାର କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।

ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ମାଲକାନଗିରି ଜିଲ୍ଲା ହସ୍ପିଟାଲର ୩ନମ୍ବର ଲିଫ୍ଟରେ ପ୍ରଥମ ମହଲାରୁ ଦ୍ଵିତୀୟ ମହଲାକୁ କ୍ଷମତାଠାରୁ ଅଧିକ ୨୭ଜଣ ଠେଲା ପେଲା ହୋଇ ଲିଫ୍ଟରେ ପଶି ଯାଇଥିଲେ ଓଭର ଲୋଡ଼ ଯୋଗୁଁ ମଝି ରାସ୍ତାରେ ଲିଫ୍ଟଟିର ପ୍ଲେଟ ଭାଙ୍ଗିଯିବା ସହ ଲୁହା ଦଉଡ଼ି ଗୁଡ଼ିକ ବଙ୍କା ହୋଇଯାଇ ଲିଫ୍ଟଟି ଅଚଳ ହୋଇ ଅଟକି ରହିଯାଇଥିଲା। ଲିଫ୍ଟର ଲୁହା ପ୍ଲେଟ ଭାଙ୍ଗିଯିବାରୁ ଭିତରେ ଥିବା ସବୁ ଲୋକ ଭୟରେ ଚିତ୍କାର କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ସଙ୍ଗେ ସଙ୍ଗେ ହସ୍ପିଟାଲ ସୁପରିଣ୍ଟେଣ୍ଡାଣ୍ଟ ତଥା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ବ୍ରଜ ବନ୍ଧୁ ଦାଶ, ହସ୍ପିଟାଲ ମ୍ୟାନେଜର ଶୁଶାନ୍ତ ବିଶ୍ୱାଳ ଓ ବିଶ୍ୱଜିତ ପୃଷ୍ଟି, ଇଲେକ୍ଟ୍ରିସିଆନ ଘଟଣାସ୍ଥଳରେ ପହଁଚି ଲିଫ୍ଟର ଚାବି ଖୋଲି ସେଥିରେ ଫସି ରହିଥିବା ୨୭ଜଣଙ୍କୁ ନିରାପଦର ସହିତ ଉଦ୍ଧାର କରିଛନ୍ତି ।

ଘଟଣା ସମ୍ପର୍କରେ ଆମେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବ୍ରଜ ବନ୍ଧୁ ଦାଶଙ୍କୁ ଯୋଗାଯୋଗ କରିଥିଲୁ ସେ କହିଥିଲେ ପ୍ରତି ଲିଫ୍ଟରେ ୧୦ରୁ ୧୨ଜଣ ଯିବାର କ୍ଷମତା ରହିଛି ଆଜି ସନ୍ଧ୍ୟାରେ ହଠାତ ୩ନମ୍ବର ଲିଫ୍ଟରେ ଜବରଦସ୍ତ ୨୭ଜଣ ଯାଇଥିଲେ ଫଳରେ ଓଭର ଲୋଡ଼ ଯୋଗୁଁ ଉକ୍ତ ଲିଫ୍ଟର ଗୋଟିଏ ପ୍ଲେଟ ଭାଙ୍ଗି ଯିବା ସହିତ ଲୁହା ତାର ଗୁଡିକ ବଙ୍କା ହୋଇଯାଇ ଲିଫ୍ଟଟି ଅଚଳ ହୋଇ ଅଟକି ରହିଥିଲା ଆମେ ସବୁ ନିକଟରେ ଉପସ୍ଥିତ ଥିବାରୁ ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇଛି କାହାର କିଛି କ୍ଷତି ଘଟି ନାହିଁ, ସମସ୍ତେ ସୁସ୍ଥ ଅଛନ୍ତି। ଖରାପ ହୋଇଥିବା ଲିଫ୍ଟଟିକୁ ତୁରନ୍ତ ମରାମତ କରିବା ପାଇଁ ଯୋଗାଇଥିବା କମ୍ପାନୀକୁ ସୂଚନା ଦିଆଯାଇଛି ଖୁବଶୀଘ୍ର ଉକ୍ତ ଲିଫ୍ଟଟି ମରାମତ ହୋଇଯିବ ବୋଲି ଡାକ୍ତର ଦାଶ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ସେ କହିଛନ୍ତି ଆବଶ୍ୟକ ଥିଲେ ଗୁରୁତର ରୋଗୀ ତାଙ୍କ ସହ ଲିଫ୍ଟରେ ଯାଆନ୍ତୁ ଲିଫ୍ଟରେ ୧୦ଜଣରୁ ଊର୍ଦ୍ଧ୍ବ ନ ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି।