ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା

Published By : Harapriya Sethi | March 20, 2025 9:34 AM

ଭୁବନେଶ୍ୱର,୨୦/୦୩: ଏଠି ପ୍ରତିବାଦ କରି ଆନ୍ଦୋଳନକୁ ନଓହ୍ଲାଇଲେ ମିଳେନାହିଁ ଦରମା । ଏଥିସହ କର୍ମଚାରୀଙ୍କ ପିଏଫ ଓ ଇଏସଆଇ ଦାଖଲରେ ମଧ୍ୟ ଟାଳଟୁଳ ନୀତି ଆପଣାଉଛି ଠିକା ସଂସ୍ଥା । ସଫେଇ ପାଇଁ ଆବଶ୍ୟକୀୟ ଉପକରଣ ଠିକ୍ ସମୟରେ ଯୋଗା ଯାଉନାହିଁ  ା ଏଭଳି ଅନେକ ଅଭିଯୋଗ ନେଇ ଗୁରୁବାର ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଆଉଟସୋର୍ସିଂ ଠିକା ସଫେଇ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରି ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସାମ୍ନାରେ ଧରଣାରେ ବସିଛନ୍ତି । 

ଦାୟିତ୍ୱରେ ଥିବା ଏଲ୍.ଏନ୍.କେ ନାମକ ଠିକାସଂସ୍ଥାର ଏଭଳି ମନମାନି ବିରୋଧରେ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଲିଖିତ ଅଭିଯୋଗ କରିଥିଲେ କର୍ମଚାରୀ । ହେଲେ ଏହି ସମସ୍ୟାର କୌଣସି ସମାଧାନ ହୋଇପାରି ନଥିବା କହିଛନ୍ତି କର୍ମଚାରୀ । ଅନ୍ୟ ପଟେ କମ୍ପାନୀ ବିରୋଧରେ ସ୍ୱର ଉତ୍ତୋଳନ କଲେ ଚାକିରିରୁ ଛଟେଇ କରିଦେବାକୁ କମ୍ପାନୀ କର୍ତୃପକ୍ଷ ଧମକ ଦେଉଥିବା ଅଭିଯୋଗ ହୋଇଛି । ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ ମେଡିକାଲ ପରିଷରର ପରିମଳ ବ୍ୟବସ୍ଥା ବିଗିଡିବା ଆଶଙ୍କା ରହିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.