• ମାଳମାଳ ବିଜ୍ଞାପନ ଦେଖି ଫଶିଯାଉଛନ୍ତି ଲୋକ
  • ହେଲ୍ଥ ଇନ୍ସ୍ୟୁରାନ୍ସ କରି ମଧ୍ୟ ପକେଟରୁ ଯାଉଛି ୯୫% ଚିକିତ୍ସା ଖର୍ଚ୍ଚ
  • ଗ୍ରାମାଞ୍ଚଳ ଓ ସହାରାଞ୍ଚଳ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି ସ୍ବାସ୍ଥ୍ୟବୀମା
  • ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ବା ଏନଏସଓ ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ,୨୮/୪: ଦେଶରେ ସ୍ୱାସ୍ଥ୍ୟ ବୀମାକୁ ଚୟନ କରୁଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟ ବୀମା ଦାବି ବା ହେଲ୍ଥ ଇନ୍ସ୍ୟୁରାନ୍ସ କ୍ଳେମକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ବୀମା ପଲିସି କିମ୍ବା ଯୋଜନା ରଖିବା ସତ୍ତ୍ୱେ, ରୋଗୀମାନେ ସେମାନଙ୍କର ଚିକିତ୍ସା ଖର୍ଚ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ନିଜ ପକେଟରୁ କିମ୍ବା ଟଙ୍କା ଋଣ କରି ଭରଣା କରିବାକୁ ବାଧ୍ୟ ହେଉଛନ୍ତି। ୨୦୨୫ ରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଦ୍ୱାରା କରାଯାଇଥିବା ସଦ୍ୟତମ ସର୍ଭେରେ ଏପରି ଚିନ୍ତାଜନକ ସୂଚନା ପ୍ରଦାନ କରାଯାଇଛି।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଦ୍ୱାରା ଜାନୁଆରୀ ଏବଂ ଡିସେମ୍ବର ୨୦୨୫ ମଧ୍ୟରେ କରାଯାଇଥିବା ଘରୋଇ ବ୍ୟବହାର ସର୍ଭେ (Household Consumption Survey) ଅନୁଯାୟୀ, ପରିବାରଗୁଡ଼ିକ ଏବେ ବି ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ହୋଇଥିବା ଚିକିତ୍ସା ଖର୍ଚ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ସେମାନଙ୍କର ସଞ୍ଚୟରୁ, ଋଣ ନେଇ କିମ୍ବା ସେମାନଙ୍କର ସମ୍ପତ୍ତି ବିକ୍ରି କରି ଭରଣା କରିବାକୁ ବାଧ୍ୟ ହେଉଛନ୍ତି। ସର୍ଭେ ସୂଚିତ କରୁଛି ଯେ ୨୦୧୭-୧୮ ତୁଳନାରେ ସ୍ୱାସ୍ଥ୍ୟ ଯୋଜନାର କଭରେଜରେ ଯଥେଷ୍ଟ ବୃଦ୍ଧି ଘଟିଛି, କିନ୍ତୁ ପକେଟ ବାହାରେ ଖର୍ଚ୍ଚ ଅର୍ଥାତ୍ ଆଉଟ୍ ଅଫ୍ ପକେଟ ଏକ୍ସପେଣ୍ଡିଚର (OOPE) - ଅର୍ଥାତ୍ ସିଧାସଳଖ ନିଜ ପକେଟରୁ ପୈଠ କରାଯାଇଥିବା ଖର୍ଚ୍ଚ ସମ୍ପର୍କରେ କୌଣସି ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇନାହିଁ।

ଅଧିକ ପଢ଼ନ୍ତୁ: ଲିଭ୍-ଇନ୍ ରିଲେସନ୍ ଭାଙ୍ଗିଲେ ତାହା ଦୁଷ୍କର୍ମ ନୁହେଁ, ଯୁବକଯୁବତୀଙ୍କ ସମ୍ପର୍କକୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ

ଗାଁ ଲୋକଙ୍କ ପକେଟ ଉପରେ ପ୍ରଭାବ?

ଗ୍ରାମୀଣ ଭାରତ: ସରକାରୀ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଯୋଜନା ଅଧୀନରେ କଭରେଜ୍ ୧୩% ରୁ ୪୬% କୁ ବୃଦ୍ଧି ପାଇଛି। ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ହେଉଥିବା ଆନୁମାନିକ ୩୩,୦୦୦ ଟଙ୍କା ଖର୍ଚ୍ଚ ପାଇଁ, ରୋଗୀମାନଙ୍କୁ ଏବେ ବି ୯୫% ଅର୍ଥାତ୍ ପ୍ରାୟ ୩୧,୫୦୦ ଟଙ୍କା ନିଜ ପକେଟରୁ ବହନ କରିବାକୁ ପଡ଼ୁଛି।

ସହରାଞ୍ଚଳ ଭାରତ: ଏଠାରେ, କଭରେଜ୍ ୯% ରୁ ୩୨% କୁ ବୃଦ୍ଧି ପାଇଛି। ସହରଗୁଡ଼ିକରେ ହସ୍ପିଟାଲର ଯଦି ଆନୁମାନିକ ଖର୍ଚ୍ଚ ଆମେ ୪୭,୦୦୦ ଟଙ୍କା ଧରିବା, ତେବେ ଏଥିରୁ ୮୩ % ଅର୍ଥାତ୍ ପ୍ରାୟ ୩୯,୦୦୦ ଟଙ୍କା ରୋଗୀମାନେ ନିଜ ପକେଟରୁ ଦେଉଛନ୍ତି।

ଚିକିତ୍ସା ଖର୍ଚ୍ଚରେ ବିପୁଳ ବୃଦ୍ଧି:

* ଗତ ୭-୮ ବର୍ଷ ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି ହେବାର ଖର୍ଚ୍ଚ ପ୍ରାୟ ଦ୍ୱିଗୁଣିତ ହୋଇଛି।

* ଗ୍ରାମାଞ୍ଚଳରେ ଚିକିତ୍ସା ଖର୍ଚ୍ଚରେ ୯୭% ର ଏକ ବଡ଼ ବୃଦ୍ଧି ପରିଲକ୍ଷିତ ହୋଇଛି।

* ସହରାଞ୍ଚଳରେ, ଏହି ଖର୍ଚ୍ଚ ୭୭% ବୃଦ୍ଧି ପାଇଛି।

* ସାର୍ବଜନୀନ (ସରକାରୀ) ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ଯଥେଷ୍ଟ ମହଙ୍ଗା ହୋଇଯାଇଛି, ଯାହା ଏହି ବୃଦ୍ଧିର ମୁଖ୍ୟ କାରଣ।

ଆହୁରି ପଢ଼ନ୍ତୁ: Salim Dola: ଦାଉଦର ଘନିଷ୍ଠ ସହଯୋଗୀ ସଲିମ ଡୋଲା କିଏ ? ଗୁଟଖା ବିକି ତିଆରି କରିଥିଲା ୫ ହଜାର କୋଟିର ଡ୍ରଗ୍ସ ସିଣ୍ଡିକେଟ୍, ତୁର୍କୀରୁ ଗିରଫ

ଛୁଆ ଜନ୍ମ ସମୟରେ ମଧ୍ୟ ପ୍ରବଳ ଖର୍ଚ୍ଚ:

ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରସବ ସମୟରେ ହୋଇଥିବା ଚିକିତ୍ସା ଖର୍ଚ୍ଚ ଏବଂ ପକେଟରୁ ହୋଇଥିବା ଖର୍ଚ୍ଚ (OOPE) ପ୍ରାୟ ସମାନ। ତଥାପି, ସହରାଞ୍ଚଳ ଭାରତରେ, ଗ୍ରାମାଞ୍ଚଳ ତୁଳନାରେ ସ୍ୱାସ୍ଥ୍ୟ ଯୋଜନାର ଲାଭ ଟିକିଏ ଅଧିକ ପ୍ରଭାବଶାଳୀ ଭାବରେ ବ୍ୟବହୃତ ହେଉଛି।

ଡାକ୍ତରଖାନାରେ ଭର୍ତ୍ତି ହାର ସ୍ଥିର:

ଦେଶରେ ହସ୍ପିଟାଲରେ ଭର୍ତ୍ତି ହେବାର ହାର ପ୍ରତି ୧୦୦୦ ଜଣଙ୍କ ମଧ୍ୟରେ ୨୯ ରହିଛି। ଗ୍ରାମାଞ୍ଚଳରେ ଏହି ହାର ୨୬ ରୁ ୨୯ କୁ ବୃଦ୍ଧି ପାଇଥିବା ବେଳେ ସହରାଞ୍ଚଳରେ ଏହା ୩୪ ରୁ ୩୨ କୁ ହ୍ରାସ ପାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସ୍ବାସ୍ଥ୍ୟବୀମାର ଆମ ମେଡିକାଲ ଖର୍ଚ୍ଚରେ ଏକ ଗୁୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରୁଥିବା ବେଳେ ଏନଏସଓର ଏହି ତଥ୍ୟ ନିହାତି ସମସ୍ତଙ୍କ ପାଇଁ ଚିନ୍ତଜନକ ଅଟେ। ଆମ ଅଜାଣତରେ ଆମେ ଏମିତି କିଛି ସ୍ବାସ୍ଥ୍ୟବୀମା ପଲିସିକୁ ଗ୍ରହଣ କରୁଛେ, ଯାହାକି ଭବିଷ୍ୟତରେ ଆମ ମେଡିକାଲ ଖର୍ଚ୍ଚ ମଧ୍ୟ ଉଠାଇପାରୁନାହିଁ। ସହଜ ସ୍କିମ ଦେଖି ଆମେ ସ୍ବାସ୍ଥ୍ୟବୀମା କରୁଛେ, କିନ୍ତୁ ବର୍ତ୍ତମାନର ପରିସ୍ଥିତି, ଆୟବ୍ୟୟ ଆଗାମୀ ୧୦-୧୫ ବର୍ଷ ପରେ ନିଶ୍ଚୟ ପରିବର୍ତ୍ତନ ହୋଇଥିବ। ଫଳରେ ସେତେବେଳେ ଆମ ଚିକିତ୍ସା କ୍ଷେତ୍ରରେ ସ୍ବାସ୍ଥ୍ୟବୀମାରୁ ସ୍ବଳ୍ପ ଖର୍ଚ୍ଚ ଉଠିବା ବେଳେ ଆମ ପକେଟ ଉପରେ ଭାରି ପ୍ରଭାବ ପଡ଼ିବ। ଯାହାର ଜ୍ବଳନ୍ତ ଉଦାହରଣ ଦେଇଛି ଏନଏସଓ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ମହାକାଶକୁ ଛୁଇଁବାର ସ୍ବପ୍ନ ହେବ ପୂରଣ: ଗଗନଯାନର ଦ୍ବିତୀୟ ବ୍ୟାଚ୍ରେ ସାମିଲ ହେବେ ‘ସିଭିଲ ଏକ୍ସପର୍ଟ’, ଟ୍ରେନିଂରେ ଲାଗିବ ସାଢେ ୪ ବର୍ଷ