ନୂଆଦିଲ୍ଲୀ,୨୭।୪: ମହାକାଶକୁ ଛୁଇଁବାର ସ୍ବପ୍ନ ଏବେ ସାଧାରଣ ନାଗରିକଙ୍କ ପୁରା ହେବାକୁ ଯାଉଛି। ମାନବଯୁକ୍ତ ଗଗନାୟନ ମିଶନ ଅନୁସାରେ, କିଛି ପର୍ଯ୍ୟାୟକୁ ପୁରା କରିବା ପରେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ଭାରତର ମହାକାଶ ଯାତ୍ରୀ କ୍ୟାଡରଙ୍କୁ ପ୍ରଥମ ଥର ସାଧାରଣ ନାଗରିକଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ନେଇଛି। ଇସ୍ରୋ ମହାକାଶଚାରୀ ଚୟନ କମିଟି ଏହାକୁ ସୁପାରିଶ କରିଛି। ତେବେ ଏହାର କ୍ରାଇଟେରିଆ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ।
ଇସ୍ରୋର ଯୋଜନା ରହିଛି ଯେ, ଗଗନଯାନ ମିଶନ୍ର ପ୍ରାରମ୍ଭିକ ପର୍ଯ୍ୟାୟ ପୁରା ହେବାପରେ ଯାତ୍ରୀ କ୍ୟାଡର ଖୋଲା ଯାଉ। ଏହା ଉପରେ ବିସ୍ତୃତ ଚର୍ଚ୍ଚା ହେଉଛି। ଅର୍ଥାତ ଆଗାମୀ କିଛି ବର୍ଷରେ ପାଇଲଟ୍ ହିଁ ନୁହେଁ, ବଂର ସାଇନ୍ସ ଓ ଟେକ୍ନୋଲେଜି ସେକ୍ଟର ସମ୍ପର୍କିତ ନାଗରିକଙ୍କୁ ମହାକାଶକୁ ଯିବାର ସୁଯୋଗ ମିଳିପାରେ। କମିଟି ସୁପାରିଶ କରିଛି ଯେ ଗଗନଯାନ ମିଶନ ପାଇଁ ଦ୍ୱିତୀୟ ବ୍ୟାଚ୍ ମହାକାଶଚାରୀମାନଙ୍କ ମଧ୍ୟରେ ଛଅ ଜଣ ବାୟୁସେନା ପାଇଲଟ୍ ଏବଂ ବେସାମରିକ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (STEM) ପୃଷ୍ଠଭୂମିର ଚାରି ଜଣ ସିଭିଲିଆନ୍ ସ୍ପେଶାଲିଷ୍ଟ ସାମିଲ ହେବେ।
କ’ଣ ରହିଛି ପ୍ଳାନ ?
-ଯୋଜନାର ଅନୁମାନ ଅନୁସାରେ, ପ୍ରତି ବର୍ଷ ଦୁଇଟି ମାନବମୁକ୍ତ ମିଶନ୍ ହେବ ଓ ମହାକାଶ ଯାତ୍ରୀ ଗୋଟିଏ ମିଶନ୍ରୁ ଫେରିବା ପରେ ଦୁଇ ବର୍ଷ ବ୍ୟବଧାନରେ ପୁଣିଥରେ ଉଡାଣ ଭରିପାରିବେ। ମହାକାଶ ଯାତ୍ରୀଙ୍କ ଚୟନ, ପ୍ରଶିକ୍ଷଣ ଓ ମିଶନ୍ର ପ୍ରସ୍ତୁତି ପାଇଁ ସାଢେ ୪ ବର୍ଷ ସମୟ ଲାଗିବ। ଏହା ୨୦୩୦ ସୁଦ୍ଧା ପ୍ରସ୍ତୁତ ହୋଇଯିବାର ଆଶା ରହିଛି।
-ଇସ୍ରୋର ଏକ କମିଟି ଅନୁମାନ କରିଥିଲା ଯେ, ଦ୍ବିତୀୟ ବ୍ୟାଚ୍ରେ ପରିଚାଳନା ସମ୍ପର୍କିତ ଆବଶ୍ୟକତା ପାଇଁ ପ୍ରାରମ୍ଭିକ ୭ଟି ମହାକାଶ ଯାତ୍ରୀ ପର୍ଯ୍ୟାପ୍ତ ହେବେ, କିନ୍ତୁ ସମ୍ଭାବିତ ଅନ୍ତର୍ଜାତୀୟ ମିଶନ୍ ଓ ସମ୍ଭାବିତ ଅଭାବକୁ ଧ୍ୟାନରେ ରଖି ଏହି ସଂଖ୍ୟା ବଢାଇ ୧୦ କରି ଦିଆଯାଇଛି।
- ଯଦିଓ ଦ୍ୱିତୀୟ ବ୍ୟାଚ୍ରେ ସାଧାରଣ ଲୋକଙ୍କୁ ସାମିଲ କରାଯାଉଛି, ସେମାନେ ତୁରନ୍ତ ମହାକାଶକୁ ଯିବେ ନାହିଁ। କମିଟିର ଯୋଜନା ଅନୁଯାୟୀ, ସିଭିଲିଆନ୍ ମହାକାଶଚାରୀଙ୍କୁ ଚତୁର୍ଥ ମାନବମିଶନ୍ ମିଶନରୁ କ୍ରୁରେ ସାମିଲ କରାଯିବ। ବିଶ୍ୱବ୍ୟାପୀ ଏଭଳି ପରମ୍ପରା ରହିଛି ଯେ, ଟେକ୍ନୋଲୋଜିରେ ପରିପକ୍ୱ ହେବା ପୂର୍ବରୁ ମିଲିଟାରୀ ବ୍ୟାକଗ୍ରାଉଣ୍ଡ ପାଇଲଟ୍ ପଠାଯାଏ। ତା'ପରେ ହିଁ ସାଧାରଣ ନାଗରିକଙ୍କୁ ଚୟନ କରାଯାଏ।
- ମିଶନ ଗଗନୟାନ ହେଉଛି ଇସ୍ରୋର ପ୍ରଥମ କ୍ରୁଡ୍ ସ୍ପେସ୍ ଫ୍ଲାଇଟ୍ ପ୍ରୋଗ୍ରାମ, ଯାହା ୨୦୨୭ ରେ ଆରମ୍ଭ ହେବାକୁ ଯାଉଛି। ଏହା ଏକ ତିନି ଦିନିଆ ମିଶନ ହେବ, ଯେଉଁଥିରେ ତିନି ଜଣ ମହାକାଶଚାରୀଙ୍କୁ ୪୦୦ କିଲୋମିଟର ଯାତ୍ରାରେ ମହାକାଶକୁ ନେଇଯିବ। ଏହାକୁ ସୁରକ୍ଷିତ ଭାବରେ ପୃଥିବୀକୁ ଫେରାଇ ଆଣିବା ପାଇଁ ଡିଜାଇନ୍ କରାଯାଇଛି। ପ୍ରଥମ ବ୍ୟାଚ୍ରେ ଚାରି ମହାକାଶଚାରୀ ରହିଛନ୍ତି। ଇସ୍ରୋର ପ୍ରଥମ ବ୍ୟାଚ୍ରେ ଇଣ୍ଡିଆନ୍ ଏୟାରଫୋର୍ସର ଟେଷ୍ଟ ପାଇଲଟ୍ ରହିଛନ୍ତି। ଏଥିରୁ ଚାରି ମହାକାଶଚାରୀଙ୍କୁ ସିଲେକ୍ଟ କରାଯାଇଛି।
- ଏହାର ଉଦେଶ୍ୟ ପ୍ରଥମ କ୍ରୁ ମିଶନ୍କୁ ସୁରକ୍ଷିତ ପହଁଞ୍ଚାଇବା। ପ୍ରଥମ ବ୍ୟାଚ୍ରେ ଫାଇଟର ପ୍ଲେନ୍ର ଏୟାର କମାର୍ହର ପ୍ରଶାନ୍ତ ବି ନାୟର, ଜେପି କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା, ଜିପି କ୍ୟାପଟେନ୍ ଅଜିତ କୃଷ୍ଣନ, ଜିପି କ୍ୟାପଟେନ୍ ଅଙ୍ଗଦ ପ୍ରତାପ ସାମିଲ ହୋଇଥିଲେ। ସେଭଳି ଦ୍ବିତୀୟ ବ୍ୟାଚ୍ରେ ଇଣ୍ଡିଆନ୍ ଆର୍ମିର ଫାଇଟର ଜେଟ୍ର ଫାଇଟର ହେଲିକପ୍ଟର ପାଇଲଟ୍ ମଧ୍ୟ ସାମିଲ ହୋଇପାରନ୍ତି।
- ସପ୍ତମ ମିଶନ ପରେ, ଇସ୍ରୋ ଏହାର ମିଶନ କ୍ଷମତାକୁ ବିସ୍ତାର କରିବ, ଯାହା ଦ୍ଵାରା ତିନି ଜଣ ମହାକାଶଚାରୀ ଏକକାଳୀନ ମହାକାଶକୁ ଉଡିପାରିବେ। ଏଥିପାଇଁ ତୃତୀୟ ବ୍ୟାଚରେ ୧୨ ଜଣ ମହାକାଶଚାରୀଙ୍କ ଆବଶ୍ୟକତା ପଡିବ। ଏହି ବ୍ୟାଚରେ କେବଳ ଦୁଇଜଣ ମିଶନ ପାଇଲଟ ଏବଂ ୧୦ ଜଣ ସିଭିଲିଆନ୍ ସ୍ପେଶାଲିଷ୍ଟ ରହିବେ।
- ଇସ୍ରୋ ଏବେ ଏକ ସ୍ଥାୟୀ ମହାକାଶଚାରୀ କ୍ୟାଡର ଗଠନ କରିବା ଦିଗରେ କାମ କରୁଛି। ଏହା ପ୍ରତିବର୍ଷ ଦୁଇଟି ମାନବ ମିଶନ ଆରମ୍ଭ କରିବାକୁ ଯୋଜନା କରୁଛି। କମିଟି ଆକଳନ କରିଛି ଯେ ଦୀର୍ଘକାଳୀନ ଆବଶ୍ୟକତା ଏବଂ ଅନ୍ତର୍ଜାତୀୟ ସୁଯୋଗକୁ ବିଚାରକୁ ନେଇ ଭାରତ ୪୦ ଜଣ ମହାକାଶଚାରୀଙ୍କ ଏକ ଶକ୍ତିଶାଳୀ ପୁଲ ବିକଶିତ କରିବା ଉଚିତ।