ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିରୋଧ କରି ବିଜେଡି ସଦସ୍ୟଙ୍କ ହଙ୍ଗାମା, ସାଢେ ୧୧ଟା ଯାଏଁ ଗୃହ ମୁଲତବୀ

Published By : Rasmita Pradhan | December 7, 2024 10:57 AM

ଭୁବନେଶ୍ଵର, ୦୭/୧୨ : ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ। ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିରୋଧ କରି ଗୃହରେ ହଙ୍ଗାମା କଲେ ବିରୋଧୀ। ବିଜେଡି ସଦସ୍ୟ ବାଚସ୍ପତିଙ୍କ ପୋଡିୟମ୍ ତଳେ ହୋହାଲ୍ଲା ସହ ନାରାବାଜି କରିଛନ୍ତି। ଫଳରେ ବାଚସ୍ପତି ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି। ଗତକାଲି ଏଏସଓ ଚାକିରି ବିକ୍ରି ହୋଇଥିବା ନେଇ ଗୃହରେ ବିବୃତ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ।

ସୂଚନାନୁଯାୟୀ, ଶୁକ୍ରବାର ASO ଚାକିରି ୨୦ ରୁ ୩୦ ଲକ୍ଷରେ ବିକ୍ରି ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାକୁ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ, ଯଦି ଏଏସଓ ଚାକିରି ବଜାରରେ ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ ଜାଣିଛନ୍ତି, ତେବେ ୬ ମାସ ହେଲା ଚୁପ୍ କାହିଁକି ବସିଛନ୍ତି। ଏହା କପୋଳକଳ୍ପିତ। ପୂର୍ବ ସରକାରକୁ ବଦନାମ କରିବାକୁ ଷଡଯନ୍ତ୍ର। ଯେଉଁମାନେ ଚାକିରି ପାଇଛନ୍ତି, ତାଙ୍କ ପାଇଁ ଏହା ଅପମାନ। ସେମାନେ ଚାକିରି ପାଇଁ ଟଙ୍କା ଦେଇ ନାହାନ୍ତି। ଭବିଷ୍ୟତରେ ଏହା ପିଲାଙ୍କ ମନୋବଳ ଭାଙ୍ଗିବ । କେଉଁ ବଜାରରେ ଚାକିରି ମିଳୁଛି, ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ । ମୁଖ୍ୟମନ୍ତ୍ରୀ ଏନେଇ ବିବୃତ୍ତି ଦିଅନ୍ତୁ । ଯଦି ଏହା ପ୍ରସଙ୍ଗ ନୁହେଁ, ମୁଖ୍ୟମନ୍ତ୍ରୀ ଯାହା କହିଲେ ତାହା କଣ ପ୍ରସଙ୍ଗ? ଯେଉଁଠି ସରକାର ଉପରେ ଯାଉଛି, ସେହିଟି ପ୍ରସଙ୍ଗ ନୁହେଁ। ଯାହା ସରକାରକୁ ସୁହାଇବ, ତାହା ହିଁ ପ୍ରସଙ୍ଗ? ଶସ୍ତା ବକ୍ତବ୍ୟ ଦେଉଛନ୍ତି ମୁଖ୍ୟମନ୍ତ୍ରୀ।                      


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.