ପ୍ରମୂଖ ଖବର
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

Published By : Harapriya Sethi | August 25, 2025 1:19 PM

ଆନନ୍ଦପୁର,୨୫/୦୮: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୧୩ ନମ୍ବର ୱାର୍ଡ ଜଅଁରାରେ ଦିଲ୍ଲୀପ ଜେନା ନାମକ ଜଣେ ବ୍ୟକ୍ତିଙ୍କ ଚାଳ ଛପର ଘରର କାନ୍ଥ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛି । ସୌଭାଗ୍ୟବଶତଃ ପରିବାରର ସମସ୍ତ ସଦସ୍ୟଙ୍କ ଜୀବନ ବଞ୍ଚି ଯାଇଛି । 

ସୂଚନା ମୁତାବକ, ଦିଲ୍ଲୀପ, ତାଙ୍କ ପତ୍ନୀ, ମାଆ ଓ ଦୁଇପୁଅ ରାତିରେ ଘରେ ଶୋଇଥିଲେ । ଏହି ସମୟରେ ଲଗାଣ ବର୍ଷା ଯୋଗୁଁ କାନ୍ଥଟି ଭାଙ୍ଗି ପଡ଼ିଥିଲା । ସୌଭାଗ୍ୟବଶତଃ କାନ୍ଥଟି ସେମାନଙ୍କ ଉପରେ ନପଡି ବାହାର ପଟକୁ ପଡି ଯାଇଥିଲା । ଫଳରେ ପରିବାରର ସମସ୍ତଙ୍କ ଜୀବନ ବଞ୍ଚି ଯାଇଛି । ଅନେକ ଦିନ ଧରି ଦିଲ୍ଲୀପ ସରକାରଙ୍କ ଆବାସ ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରୁଥିଲେ ମଧ୍ୟ ତାଙ୍କୁ ଘରଟିଏ ମିଳୁନାହିଁ । ତେବେ କାନ୍ଥ ଭାଙ୍ଗିବା ପରେ ତାଙ୍କୁ ଘର ଯୋଗାଇଦେବାକୁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.