ନୂଆଦିଲ୍ଲୀ,୨୨/୦୪; ଏପ୍ରିଲ ୨୨, ୨୦୨୫ରେ କାଶ୍ମୀରର ପହଲଗାମରେ ଏକ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୨୬ ଜଣ ସାଧାରଣ ନାଗରିକଙ୍କୁ ସେମାନଙ୍କ ପରିବାର ଆଗରେ ନିର୍ମମ ଭାବରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାର ତଦନ୍ତ ପରେ ଏକ ଆଶ୍ଚର୍ଯ୍ୟକର ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ତଦନ୍ତରୁ ଜଣାପଡିଛି କି, ଯଦି ସେଠାରେ ଦୁଇଜଳ ସ୍ଥାନୀୟ ବାସିନ୍ଦା ସମୟ ମଧ୍ୟରେ ପୁଲିସକୁ ସତର୍କ କରିଥାନ୍ତେ ତେବେ ଏହି ଭିୟଙ୍କର ନରସଂହାରକୁ ସହଜରେ ରୋକାଯାଇପାରିଥାନ୍ତା । ୩,୦୦୦ ଟଙ୍କା ପାଇଁ ଦୁଇ ସ୍ଥାନୀୟ ଲୋକଙ୍କ ଲୋଭ ଏବଂ ନୀରବତା ୨୬ ନିରୀହଙ୍କ ଜୀବନ ନେଇଥିଲା । ଆକ୍ରମଣ ସମ୍ପର୍କରେ NIA ଏହି ବଡ଼ ଖୁଲାସା କରିଛି ।

କିଛି ଟଙ୍କା ପାଇଁ ଆତଙ୍କବାଦୀଙ୍କୁ ଆଶ୍ରୟ ଦିଆଯାଇଥିଲା- ଏହି ମାମଲାରେ ଗିରଫ ହୋଇଥିବା ଦୁଇ ସ୍ଥାନୀୟ ଲୋକ ପରଭେଜ ଅହମ୍ମଦ ଏବଂ ବଶିର ଅହମ୍ମଦ ଜୋଥାଇ ବୋଲି ଚିହ୍ନଟ କରାଯାଇଛି । ତଦନ୍ତରୁ ଜଣାପଡିଛି ଯେ, ସେମାନେ ମାତ୍ର ୩ ହଜାର ଟଙ୍କା ପାଇଁ ୩ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ । ସହାୟତା କରିଥିଲେ । ଆକ୍ରମଣ ପୂର୍ବ ରାତିରେ ଏପ୍ରିଲ ୨୧ ତାରିଖ ରାତିରେ ତିନି ଜଣ ଆତଙ୍କବାଦୀ ସେମାନଙ୍କ ଘରକୁ ଆସିଥିଲେ । ସେଠାରେ ପ୍ରାୟ ୫ ଘଣ୍ଟା ବିତାଇଥିଲେ । ଭୋଜନ ମଧ୍ୟ କରିଥିଲେ । ସେମାନଙ୍କ କଥାବାର୍ତ୍ତା ସମୟରେ, ଆତଙ୍କବାଦୀମାନେ ପାକିସ୍ତାନ ଉଚ୍ଚାରଣ ସହିତ ମିଶ୍ରିତ ଉର୍ଦ୍ଦୁ-ପଞ୍ଜାବୀ ଭାଷାରେ କଥାବାର୍ତ୍ତା କରୁଥିଲେ । ସେମାନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରିଥିଲେ ଏବଂ ଅଲି ଭାଇ ନାମକ ଜଣେ ବ୍ୟକ୍ତିଙ୍କୁ ଇଙ୍ଗିତ କରୁଥିଲେ । ଅଲି ଭାଇ ପ୍ରକୃତରେ ସାଜିଦ ଭଟ୍ଟ, ଲସ୍କର-ଏ-ତୈବାର ଦି ରେଜିଷ୍ଟାନ୍ସ ଫ୍ରଣ୍ଟର ଜଣେ ଶୀର୍ଷ କମାଣ୍ଡର ଏବଂ ମୁଖ୍ୟ ଅଭିଯୁକ୍ତ ଯିଏ ପାକିସ୍ତାନର କସୁରର ।

ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆର ଏକି ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀମାନେ ରାତି ପ୍ରାୟ ୧ଟା ୩୦ରେ ସେଠାରୁ ଚାଲିଯାଇଥିଲେ । ସେମାନେ କିଛି ଖାଦ୍ୟ ପ୍ୟାକ୍ କରିଥିଲେ । ରୋଷେଇ ପାତ୍ର, କମ୍ବଳ ଏବଂ ତାରପୋଲିନ୍ ସାଙ୍ଗରେ ନେଇଥିଲେ । ଏତେ ସନ୍ଦେହଜନକ କାର୍ଯ୍ୟକଳାପ ସତ୍ତ୍ୱେ ପରଭେଜ ଏବଂ ବଶିର ନୀରବ ରହିଥିଲେ ।

ଆକ୍ରମଣ ଦିନ ଆତଙ୍କୀଙ୍କୁ ଦେଖିଥିଲେ, ତଥାପି ଚୁପ୍ ରହିଲେ- ଆକ୍ରମଣ ଦିନ ପ୍ରାୟ ୧୨ ଟା ୩୦ ସମୟରେ ହତ୍ୟାକାଣ୍ଡ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ପରଭେଜ ଏବଂ ବଶିର ବୈସରନରେ ଏକ ବାଡ଼ ପଛରେ ଲୁଚି ରହିଥିବା ୩ ଜଣ ଆତଙ୍କବାଦୀଙ୍କୁ ଦେଖିଥିଲେ । ଏହି ଆତଙ୍କବାଦୀମାନଙ୍କୁ ପରେ ଫୈଜଲନ ଜଟ୍ଟ ଓରଫ ସୁଲେମାନ ଶାହ ହବିବ୍ ତାହିର ଓରଫ ଜିବ୍ରାନ ଏବଂ ହମଜା ଆଫଗାନି ଭାବରେ ଚିହ୍ନଟ କରାଯାଇଥିଲା । ଏହା ସ୍ପଷ୍ଟ ଥିଲା ଯେ, ଏହି ଅଞ୍ଚଳରେ ଏକ ବଡ଼ ଆତଙ୍କୀବାଦୀ ଆକ୍ରମଣ ହେବାକୁ ଯାଉଛି । ସେମାନେ ତୁରନ୍ତ ପୁଲିସ କିମ୍ବା ସ୍ଥାନୀୟ ପର୍ଯ୍ୟଟନ ଅପରେଟରଙ୍କୁ ସୂଚନା ଦେଇପାରିଥାନ୍ତେ କିନ୍ତୁ ସେମାନେ ଏପରି ନକରିବାକୁ ବାଛିଲେ । ସେମାନଙ୍କ ଘୋଡ଼ ସହିତ ସେମାନେ ପଛକୁ ହଟିଗଲେ । ସେମାନଙ୍କର ପର୍ଯ୍ୟଟକ ଗ୍ରାହକଙ୍କ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କଲେ । ଅପରାହ୍ନ ୧ଟାରୁ ୧ଟା ୩୦ ମଧ୍ୟରେ ସେମାନେ ପର୍ଯ୍ୟଟକଙ୍କୁ ଘୋଡ଼ା ପିଠିରେ ସୁରକ୍ଷିତ ପହଲଗାମକୁ ଫେରାଇ ଆଣିଲେ ।

ଏହା ବି ପଢନ୍ତୁ...ପହଲଗାମ ନରସଂହାରକୁ ବର୍ଷେ; କାନ୍ଦିଥିଲା ଭାରତ, ଅପରୂପା ବୈସରନକୁ ଝୁରୁଛନ୍ତି ପର୍ଯ୍ୟଟକ  

​​​​​​​ଆକ୍ରମଣ ଏବଂ ଏନଆଇଏ କାର୍ଯ୍ୟାନୁଷ୍ଠାନ ପରେ ପଳାତକ- ୨ ଜଣ ବ୍ୟକ୍ତି  ବୈସରନରେ ହୋଇଥିବା ଭୟଙ୍କର ହତ୍ୟାକାଣ୍ଡ ବିଷୟରେ ଜାଣିବାକୁ ପାଇଲେ ସେମାନେ ଆତଙ୍କୀଙ୍କୁ ଆଶ୍ରୟ ଦେଇଥିଲେ । ନିଜକୁ ବଞ୍ଚାଇବାକୁ ତୁରନ୍ତ ସେମାନଙ୍କ ଅସ୍ଥାୟୀ ପାହାଡ଼ କୁଡିଆ) ଛାଡି ପଳାଇଥିଲେ । ଲୁଚି ଯାଇଥିଲେ । ଏନଆଇଏ ଶେଷରେ ସେମାନଙ୍କୁ ଖୋଜି ପାଇଥିଲା । ଡିସେମ୍ବର ୨୦୨୫ରେ ଏନଆଇଏ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା । ସେଥିରେ ପରଭେଜ ଅହମ୍ମଦ ଏବଂ ବଶିର ଅହମ୍ମଦଙ୍କ ସହିତ ମୁଖ୍ୟ ଷଡଯନ୍ତ୍ରକାରୀ ସାଜିଦ୍ ଜାଟ୍‌ ୩ ଜଣ ପାକିସ୍ତାନୀ ଆକ୍ରମଣକାରୀ ଏକ ଆତଙ୍କବାଦୀ ସଂଗଠନ ଲସ୍କରର ନାମ ଉଲ୍ଲେଖ କରାଯାଇଥିଲା ।