ଆଖି ବନ୍ଦ କରି ଡିଟକ୍ସ ପାନୀୟ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ସତରେ କଣ ଡିଟକ୍ସ ପାନୀୟ ଶରୀରର ବଜ୍ୟବସ୍ତୁକୁ ବାହାର କରିଥାଏ? ଚାଲନ୍ତୁ ଜାଣିବା ଏ ବିଷୟରେ ଅଧିକ କିଛି ।

ଡିଟକ୍ସ ପାନୀୟ କାହିଁକି ଜରୁରି?

ଶରୀରରେ ଅନେକ ସମୟରେ ବିଷାକ୍ତ ପଦାର୍ଥ ରହିଯାଇଥାଏ, ଯାହାକୁ ବାହାରକୁ ବାହାର କରିବାକୁ ଯାଇ କିଛି ଲୋକ ଡିଟକ୍ସ ପାନୀୟ ବ୍ୟବହାର କରିଥାନ୍ତି । ବାସ୍ତବରେ ଦେଖିବାକୁ ଗଲେ ଆମ ଶରୀରକୁ ଡିଟକ୍ସ କରିବା ପାଇଁ କୌଣସି ବାହାରି ଜୁସ୍ର ଆବଶ୍ୟକତା ନଥାଏ । କାରଣ ଶରୀରର ବିଭିନ୍ନ ଅଙ୍ଗ ଏଥିପାଇଁ ୨୪ ଘଣ୍ଟା କାମ କରୁଛନ୍ତି ।

ଲିଭର: ଏହା ଔଷଧ, ମଦ, ହର୍ମୋନ୍ ଓ ମେଟାବଲିଜିମ୍ର ବଜ୍ୟକୁ ଏମିତି ବଦଳାଇ ଦିଏ, ଯାହା ଶରୀରରୁ ବାହାରିବା ସହଜ ହୋଇପଡେ ।

କିଡନୀ: ଆମର କିଡନୀ ନିୟମିତ ପ୍ରାୟ ୧୫୦-୧୮୦ ଲିଟର ଯାଏ ରକ୍ତକୁ ଫିଲଟର କରିଥାଏ । ସେ ୟୁରିଆ, କ୍ରିଏଟିନିନ୍ ଓ ଅତିରିକ୍ତ ଲୁଣ ପରି ବିଷ୍କାକ୍ତ ପଦାର୍ଥକୁ ବାହାରକୁ ବାହାର କରିଥାଏ । ଯଦି ଏହି ଦୁଇଟି ଅଙ୍ଗ ଠିକ୍ ଭାବେ କାମ କରୁଥାଏ, ତେବେ ଡିଟକ୍ସ ପାନୀୟ ପିଇବା ଅନାବଶ୍ୟକ । କିନ୍ତୁ ଯଦି ଏହି ଦୁଇ ଅଙ୍ଗ ଠିକ୍ ଭାବେ କାମ କରୁ ନଥାଏ, ତେବେ କୌଣସି ପାନୀୟ ଏହାକୁ ଠିକ୍ କରିପାରିବନି ।

ଡିଟକ୍ସ ଜୁସ୍ କ୍ଷତି କରେ କି?

କିଡନୀ ସମସ୍ୟା: ବିଟ୍, ଟମାଟୋ ଓ ଲାଉ ଆଦିରେ ବହୁ ମାତ୍ରାର ପୋଟାସିୟମ୍ ରହିଥାଏ, ପୋଟାସିୟମର ବଢୁଥିବା ସ୍ତର ହୃଦସ୍‌ପନ୍ଦନକୁ ଅଚାନକ ଅନିୟନ୍ତ୍ରିତ କରିଦେଇପାରେ ।ପଥୁରୀ: ବିଟ୍ ଓ ପାଳଙ୍ଗ ଜୁସ୍ ପିଇବା ଦ୍ୱାରା ଅକ୍ସଲେଟ୍ ବଢିଥାଏ, ଯାହା ପେଟରେ ପଥର ସମସ୍ୟାକୁ ବଢାଇ ଦେଇଥାଏ ।

ମଧୁମେହ: ଜୁସ୍ କରିବା ଦ୍ୱାରା ଫଳ ଓ ପରିବାରେ ଥିଭା ଫାଇବର ନଷ୍ଟ ହୋଇପଡିଥାଏ । ଫଳରେ ରକ୍ତରେ ଶର୍କରା ମାତ୍ରା ତୀବ୍ର ବେଗରେ ବଢିଥାଏ ।

ଲିଭର୍ ସମସ୍ୟା: ଅବଶ୍ୟ ଏହାର କୌଣସି ପ୍ରମାଣ ନାହିଁ ଯେ ପରିବା ବା ଫଳର ଜୁସ୍ ଲିଭର୍ ବା ଫାଇବ୍ରୋସିସ୍ ଠିକ୍ କରିପାରେ ।

ହାପୋନେଟ୍ରିମିୟା: ଡାଏଟ୍ରେ କେବଳ ପାନୀୟ ନେବା ଦ୍ୱାରା ଶରୀରରେ ସୋଡିୟମ୍ର ସ୍ତର କମ୍ ହୋଇଯାଇପାରେ ।

ବିଜ୍ଞାନ କ'ଣ କହୁଛି?

ଏମିତି କୌଣସି କ୍ଲିନିକାଲ ପ୍ରମାଣ ନାହିଁ ଯେ ଡିଟକ୍ସ ଜୁସ୍ ଓଜକନ କମାଇବା ଓ କୌଣସି ଅଙ୍ଗ ସଫା କରିବାରେ ସାହାଯ୍ୟ କରିଥାଏ । ଡିଟକ୍ସ ପରେ ପ୍ରାୟ ଲୋକ ପ୍ରୋସେସଡ୍ ଫୁଡ୍କୁ ଛାଡିବା, କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଓ ଉପଯୁକ୍ତ ହାଇଡ୍ରେସନ୍ କାରଣରୁ ସୁସ୍ଥ ଅନୁଭବ କରିଥାନ୍ତି । କିନ୍ତୁ ଡିଟକ୍ସିଫିକେସନ୍ ପ୍ରକ୍ରିୟା ଯୋଗୁ ନୁହେଁ ।

ବାସ୍ତବରେ କ'ଣ କାମ କରେ

- ସଚେତଜ ଫଳ ଓ ପରିବା ଖାଆନ୍ତୁ । ଶରୀରକୁ ଆବଶ୍ୟକ ଫାଇବର ମିଳିଯିବ ।

-ମଦ୍ୟପାନଠାରୁ ଦୂରେଇ ରହିବା ସହ ଭରପୂର ମାତ୍ରାର ପାଣି ନିଶ୍ଚୟ ପିଅନ୍ତୁ ।

-ନିୟମିତ ବ୍ୟାୟାମ ସାଙ୍ଗକୁ ଶାନ୍ତିର ନିଦରେ ଶୁଅନ୍ତୁ ।

- ମଧୁମେହ, ରକ୍ତଚାପ ଓ କୋଲେହ୍ଟରେଲ୍କୁ ନିୟନ୍ତ୍ରିତ ରଖନ୍ତୁ ।