ନୂଆଦିଲ୍ଲୀ : ପୁରୁଷ ଯଦି ଦାଢି-ନିକୁ ଠିକ୍ରେ ସଫା ନକରନ୍ତି , ତ ଏଥିରେ ଶୀଘ୍ର ଇଫେକ୍ସନ ବ୍ୟାପେ। ଅନେକ ସମୟରେ ପୁରୁଷଙ୍କୁ ନଖ କାଟିବାକୁ ସମୟ ମିଳି ନଥାଏ ଏବଂ ତାଙ୍କୁ ଏହା ଜରୁରୀ ବି ମନେହୋଇ ନଥାଏ। କିନ୍ତୁ ନଖରେ ଜମା ହୋଇଥିବା ମଇଳା ଅନେକ ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ଓ ବିୟର୍ଡ ଲୁକକୁ ଖରାପ କରିପାରେ। ଅର୍ଥୋପେଡିକ୍ ସର୍ଜନ ଡାକ୍ତର ମନନ ବୋରା ଇନଷ୍ଟାଗ୍ରାମ୍ ହ୍ୟାଣ୍ଡଲରେ ଏକ ଭିଡ଼ିଓ ସେୟାର କରି ପୁରୁଷଙ୍କ ପାଇଁ ହାଇଜିନ୍ ଟିପ୍ସ ଦେଇଛନ୍ତି। ତାଙ୍କର କହିବାନୁସାରେ , ଏହି ଟିପ୍ସକୁ ଫଲୋ କରି ଆପଣ ସର୍ବଦା ନିଟ୍ ଆଣ୍ଟ କ୍ଲିନ୍ ରହିପାରିବେ ଏବଂ ଆପଣଙ୍କୁ ବିୟର୍ଡ ଇଫେକ୍ସନ ମଧ୍ୟ ହେବ ନାହିଁ।
ଏହାସହ ମଧ୍ୟ ପଢ଼ନ୍ତି : ମହିଳାମାନେ ପୁଶ୍ ଅପ୍ସ କରିବା ଉଚିତ୍ କି ନାହିଁ, ଜାଣନ୍ତୁ...
କଣ ସେହି ହାଇଜିନ ଟିପ୍ସ –
- ବିନା ଅଣ୍ଡରୱିୟରରେ ଶୋଇବାର ଅଭ୍ୟାସ କରନ୍ତୁ। ଟାଇଟ୍ ଅଣ୍ଡରୱିୟର ପିନ୍ଧି ଶୋଇବା ଦ୍ୱାରା ପ୍ରାଇଭେଟ୍ ପାର୍ଟସରେ ବାୟୁ ପ୍ରବାହ ହ୍ରାସ ପାଏ ଏବଂ ପୁଣି ଇଫେକ୍ସନ ବ୍ୟାପେ। ବିନା ଅଣ୍ଡରୱିୟରରେ ଶୋଇବା ଦ୍ୱାରା ଫଙ୍ଗଲ ଇଫେକ୍ସନ ହେବ ନାହିଁ, ଆର୍ଦ୍ର ହେବ ନାହିଁ ଏବଂ ସ୍ପର୍ମ କାଉଣ୍ଟ ବଢିବ।
- ପ୍ରତି ସପ୍ତାହରେ ପୁରୁଷଙ୍କୁ ନିଜର ନଖ କାଟିବା ଉଚିତ୍। ପୁରୁଷଙ୍କ ନଖର ବୃଦ୍ଧି ଶୀଘ୍ର ହୋଇଥାଏ ଏବଂ ଏହି ନଖ ଗୁଡ଼ିକରେ ମଇଳା ଭରି ରହେ। ଏହି ମଇଳାରେ ଟୟଲେଟ୍ ସିଟ୍ରେ ମଧ୍ୟ ଅଧିକ ବ୍ୟାକ୍ଟେରିଆ ଥାନ୍ତି , ଯିଏ ଆପଣଙ୍କ ହାତ ଦ୍ୱାରା ଖାଦ୍ୟ ମାଧ୍ୟମରେ ପେଟରେ ଏବଂ ଦାଢି ମୁଛ କୁଣ୍ଡେଇବା ବେଳେ ଇଫେକ୍ସନ ପ୍ରସାର କରି ଦିଅନ୍ତି।
- ପୁରୁଷଙ୍କୁ ଦିନରେ ଦୁଇ ଥର ବ୍ରଶ୍ କରିବାର ଅଛି, ଫ୍ଲାସ୍ ଗୋଟିଏ ଥର ଏବଂ ଟଙ୍ଗ୍ କ୍ଲିନିଂ ମଧ୍ୟ ଗୋଟିଏ ଥର ନିଶ୍ଚୟ କରନ୍ତୁ। ଏଥିରେ ମୁହଁରୁ ଖରାପ ଦୁର୍ଗନ୍ଧ ଆସେ ନାହିଁ, ଦାଣ୍ଡ ମାଢି ସୁସ୍ଥ ରହିଥାଏ ଏବଂ ହାର୍ଟ ପ୍ରବ୍ଲେମ୍ସ ମଧ୍ୟ ହୋଇ ନଥାଏ। ଦାନ୍ତ ମଧ୍ୟ ସୁସ୍ଥ ରହିଥାଏ।
- ଅନେକ ପୁରୁଷ ଗୋଟିଏ ହିଁ ଅଣ୍ଡରୱିୟର ଦୁଇ ଦିନ ଯାଏ ପିନ୍ଧି ଥାନ୍ତି , ଏମିତି କେବେ ବି କରନ୍ତୁ ନାହିଁ। ପ୍ରତିଦିନ ଅଣ୍ଡରୱିୟର ବଦଳାନ୍ତୁ ,ଯଦିଓ ଆପଣ ଗାଧୋଇ ନାହାନ୍ତି , ହେଲେ ଏହାକୁ ବଦଳାଇ ଦିଅନ୍ତୁ। ସେମ୍ ଅଣ୍ଡରୱିୟର ପିନ୍ଧିବା ଦ୍ୱାରା ପ୍ରାଇଭେଟ୍ ପାର୍ଟରେ କୁଣ୍ଡେଇ ହୋଇଥାଏ ଏବଂ ଇଫେକ୍ସନ ମଧ୍ୟ ବ୍ୟାପି ଯାଏ। ଏଥିପାଇଁ ଏହାକୁ ନିଶ୍ଚୟ ଆପଣାନ୍ତୁ।
ଡାକ୍ତରଙ୍କ ମୁତାବିକ , ଯଦି ଆପଣ ଏହି ଚାରୋଟି ଟିପ୍ସକୁ ଫଲୋ କରନ୍ତି , ତ ଅନେକ ଗୁରୁତର ରୋଗରୁ ରକ୍ଷା ପାଇ ପାରିବେ ଏବଂ ସଫା ମଧ୍ୟ ଅନୁଭବ କରିବେ। ଏହି ବେସିକ୍ ହାଇଜିନ , ଯାହା ପ୍ରତି ପୁରୁଷ ସହଜରେ କରି ପାରିବେ। ଏଥିରେ କୌଣସି ପରିଶ୍ରମ କରିବାକୁ ପଡ଼ିବ ନାହିଁ , କିନ୍ତୁ ଏହାର ଫାଇଦା ଦୀର୍ଘ ଦିନ ଧରି ହେବ।