ଭୁବନେଶ୍ଵର, ୦୬/୦୬ : ସମୟ ସହ ତାଳ ଦେଇ ବଦଳିଛି ଭାରତୀୟ ରେଳ। ଆଗରୁ କୋଇଲା, ଡିଜେଲରେ ଚାଲୁଥିଲା। ଆଉ ଏବେ ବିଦ୍ୟୁତ୍ ଦ୍ଵାରା ଚାଲୁଛି ଅଧିକାଂଶ ଟ୍ରେନ୍। ତେବେ ଆପଣ ଜାଣିଛନ୍ତି କି ? ଏକ କିଲୋମିଟର ଚାଲିବା ପାଇଁ କେତେ ବିଜୁଳି ଖର୍ଚ୍ଚ କରେ ଟ୍ରେନ୍ ଇଞ୍ଜିନ୍ ? ଏହାର ଉତ୍ତର ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର... 

ଟ୍ରେନ୍ ଚାଲିବା ପାଇଁ କେତେ ବିଜୁଳି ଦରକାର ?
ଗୋଟିଏ ଟ୍ରେନ୍ ତାର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ଅଧିକ ବିଜୁଳି ଆବଶ୍ୟକ ହୁଏ। ହେଲେ ଡିଜେଲ ଅପେକ୍ଷା ବିଜୁଳିରେ କମ୍ ଖର୍ଚ୍ଚ ହୁଏ। ରିପୋର୍ଟ ଅନୁସାରେ, ଟ୍ରେନ୍ ଏକ କିମି ଚାଲିବା ପାଇଁ ପ୍ରାୟ ୨୦ ୟୁନିଟ୍ ବିଦ୍ୟୁତ୍ ଦରକାର ପଡେ। ୟୁନିଟ୍ ପିଛା ୬ ଟଙ୍କା ୫୦ ପଇସା ଲାଗେ। ଏହି ହିସାବରେ ୨୦ ୟୁନିଟ୍‌କୁ ୧୩୦ ଟଙ୍କା ଖର୍ଚ୍ଚ ହୁଏ। ହେଲେ ଇନ୍ଧନ ଦ୍ଵାରା ଟ୍ରେନ୍ ଚାଲିଲେ କିଲୋମିଟର ପିଛା ୩୫୦ ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ। 

ତେବେ ଆପଣ ଭାବୁଥିବେ ବିଦ୍ୟୁତ୍ କନେକ୍ସନ କଟିଗଲେ ଟ୍ରେନ୍ କେମିତି ଚାଲେ ? ଏହାର ଉତ୍ତର ହେଲା ଟ୍ରେନ୍‌କୁ ବିଜୁଳି ସିଧା ପାୱାର ଗ୍ରୀଡରୁ ମିଳେ। ତେଣୁ ବିଦ୍ୟୁତ ସରବରାହ କେବେ ବିଚ୍ଛିନ୍ନ ହୁଏ ନାହିଁ। ପାୱାର ପ୍ଲାଣ୍ଟରୁ ଗ୍ରୀଡକୁ ବିଜୁଳି ସପ୍ଲାଇ କରାଯାଏ। ଏଠାରୁ ସବଷ୍ଟେସନକୁ ପଠାଯାଏ। ଏଥିପାଇଁ ରେଲୱେ ଷ୍ଟେସନ ଆଖପାଖରେ ବିଦ୍ୟୁତ୍ ସବଷ୍ଟେସନ ନିର୍ମାଣ କରାଯାଏ।

ଆହୁରି ପଢନ୍ତୁପିଲାଦିନେ ଗାଈ ଚରାଉଥିଲେ, ଦୃଢ ନିଷ୍ପତ୍ତି ବଦଳାଇଦେଲା ଜୀବନ, ନିଜେ ଲେଖିଲେ ନିଜ ଭାଗ୍ୟ, IPS ପ୍ରତାପ ଗୋପେନ୍ଦ୍ରଙ୍କ ସଙ୍ଘର୍ଷମୟ କାହାଣୀ