ନୂଆଦିଲ୍ଲୀ,୧୫।୧୦:  ଭିନୟାମିନା ସ୍ଥିତ ଇସ୍ରାଏଲର ସାମରିକ ଆଡ୍ଡା ଉପରେ ହେଜବୁଲ୍ଲାର ଡ୍ରୋନ୍ ଷ୍ଟ୍ରାଇକ୍। ଇସ୍ରାଏଲର ସୁରକ୍ଷା କବଚ ମଧ୍ୟ ତାକୁ ରୋକିବାରେ ହୋଇଛି ଅସମର୍ଥ। ଆକ୍ରମଣରେ ୬୭ ଜଣ ଆହତ ହୋଇଛନ୍ତି। ଯେଉଁ ଡ୍ରୋନ୍‌ରେ ଆକ୍ରମଣ ହୋଇଥିଲା Mirsad-1 ବୋଲି କୁହାଯାଉଛି। ଏହା ଏକ ଆତ୍ମଘାତୀ ଡ୍ରୋନ୍। ହେଜବୁଲ୍ଲାର ଏହି ଡ୍ରୋନ୍‌ର ବ୍ୟବହାର ୨୦ ବର୍ଷ ହେବ କରୁଛି। 

ମିରସଦ-୧ ଡ୍ରୋନ୍ ଇରାନର ଅବାବିଲ ଡ୍ରୋନର ଏକ ଭାରିଆଣ୍ଟି। କିଛି ଲୋକ ଏହାକୁ ମୁହାଜିର-୨ ଡ୍ରୋନ୍ର ମଧ୍ୟ ମଡେଲ ବୋଲି କହୁଛନ୍ତି। ନଚେତ ଏହା ମଧ୍ୟ ହୋଇପାରେ ଯେ, ହେଜବୁଲ୍ଲା ଅବାବିଲ ଓ ମୁହାଜିର ଡ୍ରୋନ୍‌ର ଟେକ୍ନୋଲୋଜିକୁ ମିଶାଇ ନୂଆ ଡ୍ରୋନ୍ ତିଆରି କରିଛି। ଏହି ଡ୍ରୋନ୍ ୪୦ କିଲୋଗ୍ରାମ ଓଜନର ଅସ୍ତ୍ର ନିଜ ସହ ନେଇ ୧୨୦ କିଲୋମିଟର ରେଞ୍ଜ ପର୍ଯ୍ୟନ୍ତ ଯାଇପାରେ।

୨୦୦୨ ପର୍ଯ୍ୟନ୍ତ ହେଜବୁଲ୍ଲାର ଏହି ଡ୍ରୋନ୍‌ର ବ୍ୟବହାର ନଜର ରଖିବା ପାଇଁ କରାଯାଉଥିଲା। ଏହାପରେ ତାକୁ ଇସ୍ରାଏଲୀ ଅଞ୍ଚଳରେ ଆତ୍ମଘାତୀ ଆକ୍ରମଣ ପାଇଁ ବ୍ୟବହାର କରାଯାଇଥିଲା। ଏହି ଡ୍ରୋନ୍ ୩୭୦ କିଲୋମିଟର ପ୍ରତିଘଣ୍ଟା ବେଗରେ ଉଡି ଟାର୍ଗେଟ ଆଡକୁ ଯାଇଥାଏ। ଭିନୟାମିନାରେ ହେଜବୁଲ୍ଲାର ବହୁ ଡ୍ରୋନ୍‌ରୁ ଷ୍ଟ୍ରାଇକ୍ କରାଯାଇଥିଲା।