ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହେଜବୁଲ୍ଲାର ଦେଶୀ ଡ୍ରୋନ୍ Mirsad-1, ଇସ୍ରାଏଲ ବାୟୁସେନାର ସୁରକ୍ଷା କବଚକୁ ଭେଦ କରି କଲା ଟାର୍ଗେଟ

Published By : Harapriya Biswal | October 15, 2024 4:10 PM

ନୂଆଦିଲ୍ଲୀ,୧୫।୧୦:  ଭିନୟାମିନା ସ୍ଥିତ ଇସ୍ରାଏଲର ସାମରିକ ଆଡ୍ଡା ଉପରେ ହେଜବୁଲ୍ଲାର ଡ୍ରୋନ୍ ଷ୍ଟ୍ରାଇକ୍। ଇସ୍ରାଏଲର ସୁରକ୍ଷା କବଚ ମଧ୍ୟ ତାକୁ ରୋକିବାରେ ହୋଇଛି ଅସମର୍ଥ। ଆକ୍ରମଣରେ ୬୭ ଜଣ ଆହତ ହୋଇଛନ୍ତି। ଯେଉଁ ଡ୍ରୋନ୍‌ରେ ଆକ୍ରମଣ ହୋଇଥିଲା Mirsad-1 ବୋଲି କୁହାଯାଉଛି। ଏହା ଏକ ଆତ୍ମଘାତୀ ଡ୍ରୋନ୍। ହେଜବୁଲ୍ଲାର ଏହି ଡ୍ରୋନ୍‌ର ବ୍ୟବହାର ୨୦ ବର୍ଷ ହେବ କରୁଛି। 

ମିରସଦ-୧ ଡ୍ରୋନ୍ ଇରାନର ଅବାବିଲ ଡ୍ରୋନର ଏକ ଭାରିଆଣ୍ଟି। କିଛି ଲୋକ ଏହାକୁ ମୁହାଜିର-୨ ଡ୍ରୋନ୍ର ମଧ୍ୟ ମଡେଲ ବୋଲି କହୁଛନ୍ତି। ନଚେତ ଏହା ମଧ୍ୟ ହୋଇପାରେ ଯେ, ହେଜବୁଲ୍ଲା ଅବାବିଲ ଓ ମୁହାଜିର ଡ୍ରୋନ୍‌ର ଟେକ୍ନୋଲୋଜିକୁ ମିଶାଇ ନୂଆ ଡ୍ରୋନ୍ ତିଆରି କରିଛି। ଏହି ଡ୍ରୋନ୍ ୪୦ କିଲୋଗ୍ରାମ ଓଜନର ଅସ୍ତ୍ର ନିଜ ସହ ନେଇ ୧୨୦ କିଲୋମିଟର ରେଞ୍ଜ ପର୍ଯ୍ୟନ୍ତ ଯାଇପାରେ।

୨୦୦୨ ପର୍ଯ୍ୟନ୍ତ ହେଜବୁଲ୍ଲାର ଏହି ଡ୍ରୋନ୍‌ର ବ୍ୟବହାର ନଜର ରଖିବା ପାଇଁ କରାଯାଉଥିଲା। ଏହାପରେ ତାକୁ ଇସ୍ରାଏଲୀ ଅଞ୍ଚଳରେ ଆତ୍ମଘାତୀ ଆକ୍ରମଣ ପାଇଁ ବ୍ୟବହାର କରାଯାଇଥିଲା। ଏହି ଡ୍ରୋନ୍ ୩୭୦ କିଲୋମିଟର ପ୍ରତିଘଣ୍ଟା ବେଗରେ ଉଡି ଟାର୍ଗେଟ ଆଡକୁ ଯାଇଥାଏ। ଭିନୟାମିନାରେ ହେଜବୁଲ୍ଲାର ବହୁ ଡ୍ରୋନ୍‌ରୁ ଷ୍ଟ୍ରାଇକ୍ କରାଯାଇଥିଲା।    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.