ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ମହାକାଶ ଯାତ୍ରୀ ସୁନୀତା ୱିଲିୟମ୍ସ ନିଜ ସାଥି ବୁଚ୍‌ ୱିଲମୋରଙ୍କ ସହ ବହୁ ଦିନରୁ ସ୍ସେସ ( ଆଇଏସଏସ) ରେ ଫସି ରହିଛନ୍ତି। କିଛି ଦିନପାଇଁ ସ୍ପେସ୍‌କୁ ଯାଇ ଥିବା ସୁନୀତା ୱିଲିୟମ୍ସ ଏବେ ପାଖାପାଖି ୮ ମାସ ପରେ ପୃଥିବୀକୁ ଫେରିବେ। ଏହାର କାରଣ ସ୍ପେସ୍‌ ଏକ୍ସର କ୍ୟାପସୁଲ୍‌ରେ ଆସିଥିବା ତ୍ରୁଟି ବୋଲି କୁହା ଯାଉଛି। ଯେଉଁଥି ପାଇଁ ସେ ଫରିବାରେ ବିଳମ୍ୱ ହେଉଛି। ଏଥିରେ ପ୍ରଶ୍ନ ଉଠିଛି କି, ଟେକ୍ନୋଲଜି ମାମଲାରେ ସବୁଠୁ ଅଧିକ ଆଡଭାନ୍ସ ନାସା, ନିଜର ମହାକାଶ ଯାତ୍ରୀଙ୍କୁ କମ୍‌ ସମୟରେ ରେସ୍କ୍ୟୁ କାହିଁକି କରି ପାରିନି ? ଏବେ ଏହିପରି ସମସ୍ୟାକୁ ସମାଧାନ କରିବା ପାଇଁ ନାସା ସାରାବିଶ୍ୱର ପ୍ରସିଦ୍ଧ ଟେକ୍ନିକାଲ ବିଶେଷଜ୍ଞଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଆରମ୍ଭ କରି ଦେଇଛି।

ନାସା ନିଜର ମହତ୍ତ୍ୱାକାଂକ୍ଷୀ ଆର୍ଟେମିସ୍ ମିଶନ ଅନୁସାରେ, ଏକ ନୂଆ ଚ୍ୟାଲେଞ୍ଜର ଘୋଷଣା କରିଛି। ଏଥିରେ ଗ୍ଲୋବାଲ ଇନୋଭେଟର୍ସଙ୍କୁ ଚନ୍ଦ୍ରରେ ଆହତ ବା ଅସମର୍ଥ ମହାକାଶ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଲୁନର ରେସ୍କ୍ୟୁ ସିଷ୍ଟମ ଡିଜାଇନ କରିବାର ସୁଯୋଗ ଦିଆ ଯାଇଛି। ଉକ୍ତ ଚ୍ୟାଲେଞ୍ଜରେ ମୋଟ ୪୫,୦୦୦ ଡଲାର ( ୩୮ ଲକ୍ଷ )ର ପୁରସ୍କାର ରାଶି ରଖା ଯାଇଛି, ଯେଉଁଥିରେ ସବୁଠୁ ଭଲ ପ୍ଲାନିଂ ପାଇଁ ୨୦,୦୦୦ ଡଲାର (୧୬ ଲକ୍ଷ) ଯାଏ ପୁରସ୍କାର ଦିଆଯିବ। ଏଣ୍ଟ୍ରି ୨୩ ଜାନୁୟାରୀ ୨୦୨୫ ଯାଏ HeroX ପୋର୍ଟାଲରେ ସବମିଟ୍‌ କରାଯାଇ ପାରେ।

ନାସାର ଏହି ପଦକ୍ଷେପ ଚନ୍ଦ୍ର ପୃଷ୍ଠର କଠୋର ବାତାବରଣରେ ମହାକାଶ ଯାତ୍ରୀଙ୍କୁ ସୁରକ୍ଷା ସୁନିଶ୍ଚିତ କରିବା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି। ସେପ୍ଟେମ୍ୱର ୨୦୨୬ରେ ନିର୍ଦ୍ଧାରିତ ଆର୍ଟେମିସ୍‌ ମିଶନ ଚନ୍ଦ୍ରର ଦକ୍ଷିଣୀ ଧ୍ରୁବକୁ ଏକ୍ସପ୍ଲୋର କରିବ, ଯାହାକି ଖୁବ୍‌ ଥଣ୍ଡା ଓ ଆବଡା ଖାବଡାର ଅଞ୍ଚଳ। ଏହି ମିଶନରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଏହା ଯେ, କୌଣସି ମହାକାଶ ଯାତ୍ରୀଙ୍କ ଆହତ ବା ଅସମର୍ଥ ହେବାର ସ୍ଥିତିରେ ତାଙ୍କୁ ସୁରକ୍ଷିତ ପୁଣି ଲୁନର ଲ୍ୟାଣ୍ଡର ଯାଏ କେମିତି ଅଣାଯାଇ ପାରିବ। 

ନାସାର ସାରା ଡଗଲସ ଏହି ଚ୍ୟାଲେଞ୍ଜର ଗୁରୁତ୍ୱକୁ ବୁଝି କହିଛନ୍ତି, ଚନ୍ଦ୍ରର କଠିନ ବାତାବରଣରେ କୌଣସି ମହାକାଶ ଆତ୍ରୀଙ୍କ ଆହତ ହେବା , ମେଡିକାଲ ଏମର୍ଜେନ୍ସି ବା କୌଣସି ଦୁର୍ଘଟଣା କାରଣରୁ ଅସମର୍ଥ ହେବାର ସମ୍ଭାବନା ଏକ ବଡ଼ ଚିନ୍ତା। ଚନ୍ଦ୍ରର କମ୍‌ ଗୁରୁତ୍ୱାକର୍ଷଣ ଶକ୍ତି ସତ୍ତ୍ୱେ , ମହାକାଶ ଯାତ୍ରୀଙ୍କ ସ୍ପେସସୁଟ୍‌ ଏତେ ଭାରୀ ହୋଇଥାଏ ଯେ, ଏହାକୁ ମାନ୍ୟୁଆଲ ଭାବେ ନେଇ ଯିବା ପାଖାପାଖି ଅସମ୍ଭବ। ଏହା ବ୍ୟତୀତ , ଦକ୍ଷିଣୀ ଧ୍ରୁବ୍‌ର ଅଞ୍ଚଳରେ ଥିବା ଖାଲ, ବଡ଼ ବଡ଼ ପଥର ଓ ଗଭୀର ଗର୍ତ୍ତରେ ଭରି ରହିଛି। ଏଠାରେ ଚଟାଣ ୨୦ ମିଟର ଯାଏ ଚଉଡା ଓ ଗର୍ତ୍ତ ୧ରୁ ୩୦ ମିଟର ଯାଏ ଗଭୀର ହୋଇପାରେ। 

ନାସା ଅନୁସାରେ , ଲୁନର ରେସ୍କ୍ୟୁ ସିଷ୍ଟମକୁ ଅତି କମ୍‌ରେ ୨ କିଲୋମିଟର ଦୂରତା ଯାଏ , ୨୦ ଡିଗ୍ରୀର ଖାଲରେ , ବିନା କୌଣସି ରୋଭର ସାହାଯ୍ୟରେ କାମ କରିବାକୁ ହେବ। 

ଏହି ଚ୍ୟାଲେଞ୍ଜ HeroX ପୋର୍ଟାଲରେ ହୋଷ୍ଟ କରାଯାଉଛି। ଯାହାକୁ ନାସ ଅନେକ ସମୟରେ ପବ୍ଲିକ୍‌ ଇନୋଭେସନକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହାର କରିଛି। ଲୋକଙ୍କ ଏଣ୍ଟ୍ରିର ମୂଲ୍ୟାଙ୍କନ ନାସାର ବିଶେଷଜ୍ଞଙ୍କ ପ୍ୟାନେଲ ଦ୍ୱାରା କରାଯିବ।