ପ୍ରମୂଖ ଖବର
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଟ୍ରମ୍ପ୍‌ ଗୋଲ୍ଡ କାର୍ଡର ଜବରଦସ୍ତ ଚାହିଦା, ଦିନକରେ ୪୪ ହଜାର କୋଟିର କାର୍ଡ ବିକ୍ରି

Published By : Prameya | March 26, 2025 8:03 AM

ୱାଶିଂଟନ ଡିସି,୨୬/୦୩ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ‘ଗୋଲ୍ଡ କାର୍ଡ’ ଭିସା କାର୍ଯ୍ୟକ୍ରମ ଔପଚାରିକ ଭାବେ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ତା’ ପୂର୍ବରୁ ଏହାକୁ କିଣିବା ପାଇଁ ବିଦେଶୀ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି । ଦିନକରେ ଲୋକେ ୧ ହଜାର ଗୋଲ୍ଡ କାର୍ଡ କିଣି ନେଇଛନ୍ତି । ଆମେରିକାର ବାଣିଜ୍ୟ ସଚିବ ହାୱର୍ଡ ଲୁଟ୍‌ନିକ୍‌ ଏହି ସୂଚନା ଦେଇଛନ୍ତି । ଚଳିତବର୍ଷ ଜାନୁଆରୀରେ ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାରେ ବେଆଇନ ଭାବେ ରହୁଥିବା ବିଦେଶୀଙ୍କୁ ବିଦା କରୁଛନ୍ତି । ଏମିତି କି ସ୍ଥାୟୀ ନାଗରିକତା ଦେବା ନେଇ କଠୋର ନିୟମ ମଧ୍ୟ ଆଣୁଛନ୍ତି । ଏଭଳି ସ୍ଥିତିରେ ଟ୍ରମ୍ପ୍‌ଙ୍କ ଗୋଲ୍ଡ କାର୍ଡ ଭିସା ବିଦେଶୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ଅତ୍ୟଧିକ ବ୍ୟୟବହୁଳ ହୋଇଥିଲେ ସୁଦ୍ଧା ଏହାକୁ ଆପଣାଇବାକୁ ସେମାନେ ବାଧ୍ୟ ହେଉଛନ୍ତି । 

ଆମେରିକାର ସ୍ଥାୟୀ ନାଗରିକତା ହାସଲ ଲାଗି ଗୋଲ୍ଡ କାର୍ଡ ଭିସା ବର୍ତ୍ତମାନର ଇବି-୫ ନିବେଶକ ଭିସା କାର୍ଯ୍ୟକ୍ରମର ସ୍ଥାନ ନେଇପାରେ ବୋଲି କୁହାଯାଉଛି । ହାୱର୍ଡ ଲୁଟ୍‌ନିକ୍‌ କହିଛନ୍ତି, ଟ୍ରମ୍ପ୍‌ ଗୋଲ୍ଡ କାର୍ଡର ଚାହିଦା ଏବେଠାରୁ ଜବରଦସ୍ତ ରହିଛି । ଗୋଟିଏ କାର୍ଡର ମୂଲ୍ୟ ୫ ନିୟୁତ ଡଲାର (୪୪ କୋଟି ଟଙ୍କା) ରହିଛି । ଅର୍ଥାତ ୪୪ କୋଟି ଟଙ୍କା ଦେଇ ଆମେରିକାର ନାଗରିକତା ହାସଲ କରାଯାଇ ପାରିବ । ଦିନକୁ ଲୋକେ ୪୪ ହଜାର କୋଟି ଟଙ୍କାର ୧ ହଜାର କାର୍ଡ କିଣୁଛନ୍ତି । ଏହାକୁ କିଣିବା ପାଇଁ ବିଦେଶୀମାନେ ଧାଡ଼ି ଲଗାଉଛନ୍ତି । ତେବେ ଏହି ଭିସା କାର୍ଯ୍ୟକ୍ରମ ଦୁଇ ସପ୍ତାହ ପରେ ଔପଚାରିକ ଭାବେ ଆରମ୍ଭ ହେବାକୁ ଯାଉଛି । 

ସରକାରୀ ଦକ୍ଷତା ବିଭାଗ(ଡିଓଜିଇ)ର ମୁଖ୍ୟ ଏଲନ୍‌ ମସ୍କ ଏଥିପାଇଁ ସଫ୍ଟୱେର ପ୍ରସ୍ତୁତ କରୁଛନ୍ତି । ଟ୍ରମ୍ପ୍‌ ପ୍ରଶାସନ ୧୦ ଲକ୍ଷ ଗୋଲ୍ଡ କାର୍ଡ ବିକ୍ରି ନେଇ ଲକ୍ଷ୍ୟ ରଖିଛି । ପ୍ରଶାସନର କହିବା କଥା ହେଉଛି ଏହି ଲକ୍ଷ୍ୟ ପୂରଣ ହେବା ଅସମ୍ଭବ ନୁହେଁ । କାରଣ ବିଶ୍ୱରେ ୩.୭ କୋଟି ଲୋକ ଏଭଳି ଅଛନ୍ତି, ଯେଉଁମାନେ ଏହାକୁ କିଣିପାରିବେ । ଏହି କାର୍ଯ୍ୟକ୍ରମ ଦ୍ୱାରା ହାସଲ ହେବାକୁ ଥିବା ଆୟକୁ ସରକାର ଦେଶର ଋଣ ପରିମାଣ କମାଇବା ଲାଗି ବ୍ୟବହାର କରିବେ । ହାୱର୍ଡ ଲୁଟ୍‌ନିକ୍‌ କହିଛନ୍ତି, ଗୋଲ୍ଡ କାର୍ଡ କିଣୁଥିବା ଲୋକମାନେ ଆମେରିକାରେ ଅନିର୍ଦ୍ଦିଷ୍ଟ କାଳ ରହିବାକୁ ଅଧିକାର ପାଇବେ । କାର୍ଡ କିଣୁଥିବା ଲୋକଙ୍କ ବାବଦରେ ଯାଞ୍ଚ ବି କରାଯିବ । ଯାହାଦ୍ୱାରା ଜଣାପଡ଼ିବ ସେମାନେ ଆମେରିକାର ଆଇନ ପାଳନ କରିବେ କି ନାହିଁ । ଲୋକେ ଯଦି ବେଆଇନ କାର୍ଯ୍ୟରେ ଲିପ୍ତ ରୁହନ୍ତି, ତେବେ ତାଙ୍କ କାର୍ଡକୁ ସବୁଦିନ ପାଇଁ ରଦ୍ଦ କରାଯିବ । 

ହାୱର୍ଡ କହିଛନ୍ତି, ଯଦି ମୁଁ ଆମେରିକୀୟ ହୋଇ ନ ଥାନ୍ତି, ତେବେ ୬ଟି କାର୍ଡ କିଣିଥାଆନ୍ତି । ଗୋଟିଏ ମୋ ପାଇଁ, ଗୋଟିଏ ପତ୍ନୀଙ୍କ ପାଇଁ ଓ ୪ଟି ସନ୍ତାନଙ୍କ ଲାଗି । ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ମୁତାବକ, ଗୋଲ୍ଡ କାର୍ଡ ନାଗରିକଙ୍କୁ ଗ୍ରୀନ କାର୍ଡ ଭଳି ସ୍ୱତନ୍ତ୍ର ଅଧିକାର ପ୍ରଦାନ କରିବ । ଏହି ନୂଆ କାର୍ଯ୍ୟକ୍ରମ ଦ୍ୱାରା ଦେଶରେ ନିବେଶ ବଢ଼ିବ । ଏଥିସହ ଇବି-୫ ସହ ଜଡ଼ିତ ହେରଫେର ଘଟଣା ବି ବନ୍ଦ ହୋଇଯିବ । ଚାକିରିଆଙ୍କ ଉପରେ ଲଗାମ କଷାଯିବ । ଡୋନାଲ୍ଡ ଟ୍ରମ୍ପ୍‌ ‘ଗୋଲ୍ଡ କାର୍ଡ’କୁ ଇବି-୫ ଭିସା କାର୍ଯ୍ୟକ୍ରମର ବିକଳ୍ପ ଦର୍ଶାଇଛନ୍ତି ଏବଂ କହିଛନ୍ତି, ଭବିଷ୍ୟତରେ ୧୦ ଲକ୍ଷ ଗୋଲ୍ଡ କାର୍ଡ ବିକ୍ରି କରାଯିବା ସମ୍ଭବ । ତେବେ ଆମେରିକାର ନାଗରିକତା ପାଇଁ ଇବି-୫ ଭିସା କାର୍ଯ୍ୟକ୍ରମ ସବୁଠୁ ସହଜ ରାସ୍ତା । ଏଥିପାଇଁ ଲୋକଙ୍କୁ ୧ ମିଲିୟନ ଡଲାର (୮.୭୫ କୋଟି ଟଙ୍କା) ଦେବାକୁ ହୋଇଥାଏ । ଇବି-୫ ଭିସା କାର୍ଯ୍ୟକ୍ରମ ବିଦେଶୀଙ୍କୁ ସ୍ଥାୟୀ ବାସିନ୍ଦା ସୁବିଧା ପ୍ରଦାନ କରିଥାଏ । ଗୋଲ୍ଡ କାର୍ଡ ଉଭୟ ଆବାସିକ ଓ ନାଗରିକତା ସୁବିଧା ପ୍ରଦାନକୁ ତ୍ୱରାନ୍ୱିତ କରିବ । ତେବେ ଏ ନେଇ ଅଧିକ ମାର୍ଗଦର୍ଶିକା ଜାରି ହେବା ବାକି ରହିଛି । 

ଇବି-୫ କାର୍ଯ୍ୟକ୍ରମରେ ବର୍ଷକୁ ୧୮ ହଜାର ୭୮୬ ଭିସା ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି । କିନ୍ତୁ ଗୋଲ୍ଡ କାର୍ଡ ଭିସା ଅସୀମିତ । ଅତି ଧନୀ ବା ‘ଅଲ୍‌ଟ୍ରା-ହାଇନେଟ୍‌ୱର୍ଥ’ ବ୍ୟକ୍ତିଙ୍କ ପାଇଁ ଏହା ସୁହାଇବ । ଅନ୍ୟ ଏକ ରିପୋର୍ଟ ଦର୍ଶାଇଛି ଯେ ସବୁ ଧନୀକ ଶ୍ରେଣୀର ଲୋକମାନେ ଗୋଲ୍ଡ କାର୍ଡକୁ ଆପଣାଇ ନ ପାରନ୍ତି । ଫୋର୍ବସ ଏ ବାବଦରେ ବିଶ୍ୱର ୧୮ ଅରବପତିଙ୍କ ସହ କଥା ହୋଇ ସେମାନଙ୍କ ମତାମତ ନେବାରେ ୧୩ ଜଣ ଟ୍ରମ୍ପ୍‌ କାର୍ଡ ପାଇଁ ଆଗ୍ରହୀ ନ ଥିବା ଦର୍ଶାଇଛନ୍ତି । କାନାଡାର ଜଣେ ଅରବପତି କହିଛନ୍ତି, ଯଦି ଆପଣ ଜଣେ ବିଲିୟନେୟାର, ତେବେ ଏହି କାର୍ଡ ଆବଶ୍ୟକ ହିଁ ନାହିଁ । ରୁଷ୍‌ର ଜଣେ ଅରବପତି କହିଛନ୍ତି, କିଏ ଏହି କାର୍ଡ କିଣିବାକୁ ୫ ନିୟୁତ ଡଲାର ଦେବ, ତାହା ମୁଁ ବୁଝିପାରୁ ନାହିଁ । ଭାରତର ଦ୍ୱିତୀୟ ବୃହତ ହସ୍ପିଟାଲ ଶୃଙ୍ଖଳର ଅଧ୍ୟକ୍ଷ ଅଭୟ ସୋଏ କହିଛନ୍ତି, ମୁଁ ଭାରତ ଛଡ଼ା ଅନ୍ୟ କୌଣସି ଦେଶର ନାଗରିକ ହେବାକୁ ଚାହେଁନାହିଁ । ଅନ୍ତତଃ ଚଳିତ ଶତାବ୍ଦୀ ପାଇଁ ନୁହେଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.