ମାଲକାନଗିରି,୮/୨ : ଜମି ଜଳ ଜଙ୍ଗଲ ବଞ୍ଚିବାର ଅଧିକାର ଓ ଜନ ସଚେତନତା ନେଇ ସ୍ୱାଭିମାନ ଅଞ୍ଚଳରେ ଆଦିବାସୀ ସମାଜ ମହାସଂଘ ପକ୍ଷରୁ ବିରାଟ ସମାବେଶ । ରାଲେଗଡା ପଞ୍ଚାୟତ ସାରୁକବନ୍ଧ ଆମ୍ବ ତୋଟାରେ ଏହି ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ସମାଜ ମହାସଂଘର ସଭାପତି ବନ୍ଧୁ ମୁଦୁଲିଙ୍କ ଅଧ୍ୟକ୍ଷତାରେ ବିରାଟ ଆଦିବାସୀ ସମାବେଶ ହୋଇଛି ।

ଏଥିରେ ସ୍ୱାଭିମାନ ଅଞ୍ଚଳର ୫ଟି ପଞ୍ଚାୟତର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଏକତ୍ରିତ ହୋଇଥିଲେ। ଏହି ସମାବେଶରେ ଆଦିବାସୀଙ୍କ ଅଧିକାର ଓ ବ୍ୟକ୍ତିଗତ, ଗୋଷ୍ଠୀଗତ ଜଙ୍ଗଲ ଜମି ଅଧିକାର ସମ୍ପର୍କରେ ସଚେତନତା କରାଯାଇଥିଲା । ଏହି ସମାବେଶରେ ଆଦିବାସୀ ସମାଜର ଅନ୍ୟାନ୍ୟ କର୍ମକର୍ତ୍ତା ଓ ଆଦିବାସୀ ନେତା ବଂଶୀ ମୁଦୁଲି, ହରି, ମୁକୁନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଗ୍ରାମରୁ ଅସିଥିବା ଗ୍ରାମର ଲୋକେ ସେମାନଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କ କହିଥିଲେ।