• ତୋଲୋଲିଂ ବିଜୟ ପରେ ୪୮ ଘଣ୍ଟା ଧରି ଭୋକ ଓ ଶୋଷରେ ଲଢ଼ିଥିଲେ ଭାରତୀୟ ସୈନିକ
  • ଗୁଳି ଓ ଗ୍ରେନେଡ୍ ପାଇଁ ବ୍ୟାଗରେ ଖାଦ୍ୟ ବଦଳରେ ଭରିଥିଲେ ଅସ୍ତ୍ରଶସ୍ତ୍ର
  • ପାକିସ୍ତାନୀ ଶିବିର ଦଖଲ କରିବା ପରେ ମିଳିଥିଲା ମେୱା ଖୀର, କରାଚୀ ହାଲୱା, ବିରିୟାନି ଓ ଔଷଧ
  • ଶତ୍ରୁଙ୍କ ରୋଷେଇ ଘରର ଖାଦ୍ୟରେ ପାଳନ କରିଥିଲେ ତୋଲୋଲିଂ ବିଜୟର ଉତ୍ସବ
  • କ୍ୟାପ୍ଟେନ୍ ଅଖିଳେଶ ସକ୍ସେନାଙ୍କ ଖୁଲାସା— ଅଦମ୍ୟ ସାହସ ଓ ସଂକଳ୍ପରେ ସମ୍ଭବ ହୋଇଥିଲା କାରଗିଲର ପ୍ରଥମ ବଡ଼ ବିଜୟ

ନୂଆଦିଲ୍ଲୀ,୨୬/୦୭: କାରଗିଲ ଯୁଦ୍ଧର ପ୍ରଥମ ବିଜୟ ତୋଲୋଲିଂ ଶିଖରରେ ଭାରତୀୟ ସୈନିକମାନଙ୍କ ପାଇଁ ଅପେକ୍ଷା କରିଥିଲା। ସାହସୀ ଭାରତୀୟ ସୈନିକମାନେ ସ୍ଥିର କରିଥିଲେ ଯେ, ଯେକୌଣସି ପରିସ୍ଥିତିରେ, ସେମାନେ ତୋଲୋଲିଂ ଉପରେ ଭାରତୀୟ ପତାକା ଧ୍ବଜା ଉଡ଼ାଇବେ। ଶତ୍ରୁ ସହିତ ଯୁଦ୍ଧ କରିବା ସମୟରେ ସେମାନଙ୍କୁ ଯେପରି ଗୁଳିର ଅଭାବ ନହୁଏ, ସେଥିପାଇଁ ସୈନିକମାନେ ଖାଦ୍ୟ ବଦଳରେ ବ୍ୟାଗରେ ଗୁଳି ଏବଂ ଗ୍ରେନେଡ ଭରପୁର କରି ରଖିଥିଲେ। ନିଷ୍ପତ୍ତି ନିଆଯାଇଥିଲା ଯେ ଭାରତୀୟ ସୈନିକମାନଙ୍କର ଏକ ଦଳ ଶତ୍ରୁ ଉପରେ ପ୍ରାରମ୍ଭିକ ଆକ୍ରମଣ ଆରମ୍ଭ କରିବ। ତୋଲୋଲିଂକୁ କବଜା କରିବା ପରେ, ଦ୍ୱିତୀୟ ଦଳ ସାମଗ୍ରୀ ଏବଂ ଚିକିତ୍ସା ସହାୟତା ସହିତ ସେଠାରେ ପହଞ୍ଚିବେ। ସାରା ରାତି ଏବଂ ଦିନ ତମାମର ଭୟଙ୍କର ଯୁଦ୍ଧ ପରେ, ଭାରତୀୟ ସୈନିକମାନେ ଅଧିକାଂଶ ଶତ୍ରୁ ସୈନିକଙ୍କୁ ନିପାତ କରିଥିଲେ। ଏହାରି ଭିତରେ ଯେଉଁ ଶତ୍ରୁ ସେନା ରହିଯାଇଥିଲେ, ସେମାନେ ସୁଯୋଗ ପାଇ ଘଟଣାସ୍ଥଳରୁ ଖସିଯାଇଥିଲେ।

ତେବେ କିପରି ଭାରତୀୟ ସୈନିକମାନେ କାରଗିଲ୍ ଯୁଦ୍ଧର ପ୍ରଥମ ବିଜୟ ହାସଲ କରିବା ପରେ ତୋଲୋଲିଂ ଶିଖର ଉପରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ, ତାହା ବର୍ଣ୍ଣନା କରିଛନ୍ତି ଏହି ଯୁଦ୍ଧର ପ୍ରମୁଖ ଅଂଶ ପାଲଟିଥିବା କ୍ୟାପଟେନ୍ ଅଖିଳେଶ ସକ୍ସେନା। ‘’ଶତ୍ରୁ କେବେ କଳ୍ପନା ମଧ୍ୟ କରିନଥିଲେ ଯେ ଭାରତୀୟ ସୈନ୍ୟ ଏପରି ଏକ ଯୁଦ୍ଧ ଜିତିପାରିବେ, ଯାହା ପ୍ରାୟ ଅସମ୍ଭବ ମନେ ହେଉଥିଲା। ଏଥିରେ ବିଚଳିତ ହୋଇ ପାକିସ୍ତାନୀ ସୈନ୍ୟଦଳ ତୋଲୋଲିଂ ଶିଖର ଏବଂ ଆଖପାଖ ଅଞ୍ଚଳ ଉପରେ ଗୁଳିବର୍ଷା କରିଥିଲେ। ଏମିତି ଲାଗୁଥିଲା ସତେ ଯେମିତି ଆକାଶରୁ ନିଆଁ ବର୍ଷା ହେଉଛି। ଏହାର ପରିଣାମ ସ୍ବରୁପ, ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଆଣୁଥିବା ଭାରତୀୟ ସୈନିକଙ୍କ ଦ୍ବିତୀୟ ଦଳ ରାସ୍ତାରେ ଫସି ରହିଲେ। ଏହି ସମୟରେ, ଗତ ୨୪ ଘଣ୍ଟା ଧରି ବିନା ଖାଦ୍ୟ ଏବଂ ପାନୀୟ ବିନା ଯୁଦ୍ଧ କରୁଥିବା ଭାରତୀୟ ସେନା ମଧ୍ୟ ନୟାନ୍ତ ହୋଇସାରିଲାଣି।‘’

​​​​​​​

ଅଧିକ ପଢ଼ନ୍ତୁ: 8th Pay Commission : ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର ; ଦିଲ୍ଲୀ, ଚେନ୍ନାଇ ଓ ପୁଡୁଚେରୀରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଅଖିଳେଶ ପୁଣି କହିଛନ୍ତି,’’ ଗୋଟିଏ ସମୟରେ, ଆମେ ସମସ୍ତେ ଅନୁଭବ କଲୁ ଯେ ଯଦିଓ ଆମେ ଶତ୍ରୁର ଗୁଳିରୁ ବଞ୍ଚି ଯାଇଛୁ, କିନ୍ତୁ ଭୋକ ଏବଂ ଶୋଷରେ ହୁଏତ ଆମର ଜୀବନ ଚାଲିଯାଇପାରେ। ଉଭୟ ପାର୍ଶ୍ୱରୁ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଳିବର୍ଷା ଚାଲିଥିଲା। ଯୁଦ୍ଧ ସମୟରେ ଶହ ଶହ ଗ୍ରେନେଡ୍ ଫୁଟୁଥିଲା, ଏବଂ ଆକାଶରୁ ଗୁଳିର କୁଆପଥର ବର୍ଷା ହେବା ପରି ଲାଗୁଥିଲା। ଫଳସ୍ୱରୂପ, ତୋଲୋଲିଂ ଶିଖରକୁ ଆଚ୍ଛାଦିତ କରିଥିବା ବରଫ ମଧ୍ୟ ସମ୍ପୂର୍ଣ୍ଣ ବିଷାକ୍ତ ହୋଇଯାଇଥିଲା। ଆମ ପାଖରେ ନିଜକୁ ରକ୍ଷା କରିବା ପାଇଁ ବରଫକୁ ଖାଇ ଶୋଷ ମେଣ୍ଟାଇବାର ମଧ୍ୟ ବିକଳ୍ପ ମଧ୍ୟ ନଥିଲା।‘’

ପାକିସ୍ତାନୀ ଶିବିରରେ ଦେଖିଥିଲୁ ଏକ ଭିନ୍ନ ସନ୍ଧାନ:

କ୍ୟାପ୍ଟେନ୍ ଅଖିଳେଶ ସକ୍ସେନାଙ୍କ ପୁଣି କହିଛନ୍ତି, ’’ବଞ୍ଚିବା ପାଇଁ କିଛି ଖାଇବା ଅତ୍ୟନ୍ତ ଜରୁରୀ ହୋଇଥିବାରୁ, ଆମେ ସ୍ପଷ୍ଟ ଭାବରେ ଜାଣିଥିଲୁ ଯେ ଶତ୍ରୁ ଗୁଳିରୁ ରକ୍ଷା ପାଇ କେବଳ ଭୋକ ଏବଂ ଶୋଷରେ ଆମର ଜୀବନ ହାରିବା କେତେ ଦୁଃଖଦ ହେବ। ତା’ପରେ ଆମେ ସଂକଳ୍ପ କଲୁ ଯେ, ଯାହା ହେଉନା କାହିଁକି, ଆମେ ଗୋଟିଏ ବି ସୈନିକକୁ ଭୋକ କିମ୍ବା ଶୋଷରେ ମରିବାକୁ ଦେବୁ ନାହିଁ।‘’

‘’ପ୍ରଥମେ, ଆମେ ବରଫ ଖୋଳିବାକୁ ନିଷ୍ପତ୍ତି ନେଲୁ। କିଛି ଫୁଟ ଖୋଳିବା ପରେ, ଆମକୁ ସଫାସୁତୁରା ବରଫ ମିଳିଲା। ଏହି ବରଫକୁ ଖାଇ ଆମେ କିଛି ସମୟ ଶୋଷ ମେଣ୍ଟାଇପାରିଲୁ। ହଠାତ୍, ଆମ ମନରେ ଭାବନା ଆସିଗଲା ଯେ, ଶତ୍ରୁ ଏଠାରେ ତିନି ମାସ ଧରି ରହିଥିଲେ ମାନେ ସେମାନେ ନିଶ୍ଚୟ ଖାଦ୍ୟ ଏବଂ ପାଣି ପାଇଁ କିଛି ବ୍ୟବସ୍ଥା କରିଥିବେ।‘’

ଆହୁରି ପଢ଼ନ୍ତୁ: Mann ki Baat: 'ମନ୍ କି ବାତ'ରେ ବଡ଼ କଥା କହିଲେ ପିଏମ୍‌ ମୋଦି, କ୍ୟାଚ୍‌ ଦି ରେନ୍‌ରୁ ନେଇ ବିକ୍ରମ -୧କୁ କଲେ ପ୍ରଂଶସା

ଆମେ ଭାବିଥିଲୁ ଯେ ଶତ୍ରୁ ସୈନିକମାନଙ୍କ ପାଖରେ କିଛି ପ୍ରକାରର ଚିକିତ୍ସା ସାମଗ୍ରୀ କିମ୍ବା ଔଷଧ ଥିବ। ଏହାକୁ ମନରେ ରଖି, ଆମେ ସେମାନଙ୍କ ବ୍ୟାକପ୍ୟାକ୍ ଏବଂ ଆଖପାଖ ଅଞ୍ଚଳ ଖୋଜିବା ଆରମ୍ଭ କଲୁ, କିନ୍ତୁ ସମ୍ପୂର୍ଣ୍ଣ ଖୋଜାଖୋଜି ସତ୍ତ୍ୱେ, ଆମେ କିଛି ପାଇଲୁ ନାହିଁ। ତା'ପରେ, ଆମର ନଜର ଦୁଇଟି ପାହାଡ଼ ମଧ୍ୟରେ ଥିବା ଗୋଟିଏ ଶିବିର ଉପରେ ପଡ଼ିଲା। କୌଣସି କାରଣରୁ, ଆମେ ନିଶ୍ଚିତ ଅନୁଭବ କଲୁ ଯେ ଏହି ଶିବିରରେ ଖାଦ୍ୟ ଏବଂ ପାନୀୟ ଥିବ ନିଶ୍ଚୟ।

କିନ୍ତୁ ସେହି ଶିବିର ପାଖରେରେ ପହଞ୍ଚିବା ସହଜ କାମ ନଥିଲା। ଉତ୍ତେଜିତ ଶତ୍ରୁପକ୍ଷ ଆଗ ଶିଖରରେ ଆତର୍କିତ ଭାବରେ ବସିଥିଲା; ଆମେ ଗୋଟିଏ ପାଦ ଆଗକୁ ବଢ଼ାଇବା ମାତ୍ରେ, ସେମାନେ ଆମ ଉପରେ ଗୁଳି ବର୍ଷା କରିଦେଇ ଥାଆନ୍ତେ। ଆମ ପାଖରେ କେବଳ ଦୁଇଟି ବିକଳ୍ପ ବାକି ଥିଲା: ଶତ୍ରୁଙ୍କ ଗୁଳିରେ ସହିଦ ହେବା କିମ୍ବା ଭୋକ ଏବଂ ଶୋଷ ମରିବା। ତା'ପରେ ଆମେ ଆମର ମନବଳକୁ ସୁଦୃଢ଼ କଲୁ ଯେ, ଯାହା ବି ହେଉ, ଆମେ ଭୋକ କିମ୍ବା ଶୋଷରେ ମରିବୁ ନାହିଁ।‘’

‘’ଏହା ପରେ, ମୁଁ ଅନ୍ୟ ଜଣେ ଅଧିକାରୀଙ୍କ ସହିତ ତଳକୁ ଯିବାକୁ ନିଷ୍ପତ୍ତି ନେଲି। ଆମେ ଖାଲି ବ୍ୟାଗଗୁଡ଼ିକୁ ପିଠିରେ ବାନ୍ଧିଲୁ, ଧୂଆଁ ବୋମା ଧରି ତଳକୁ ଦୌଡ଼ିବାକୁ ଲାଗିଲୁ। ଆମେ ସେମାନଙ୍କ ଆଡ଼କୁ ଏପରି ଆକ୍ରମଣ କରୁଥିବା ଦେଖି ଶତ୍ରୁ ଆଶ୍ଚର୍ଯ୍ୟ ହୋଇଗଲା; ସେମାନେ ବୁଝିପାରିଲେ ନାହିଁ ଯେ କେବଳ ଦୁଇଜଣ ଲୋକ କାହିଁକି ସିଧା ସେମାନଙ୍କ ଆଡ଼କୁ ଧାଇଁ ଆସୁଛନ୍ତି। ଯେତେବେଳେ ସେମାନେ ଆମ ଉପରକୁ ଗୁଳି ଚଳାଇଲେ, ଆମେ ତା ପୂର୍ବରୁ ଶିବିରରେ ପହଞ୍ଚି ସାରିଥିଲୁ। ‘’

ପ୍ରମେୟର ଜାତୀୟ ଖବର: Kargil Vijay Diwas: 'ପାକିସ୍ତାନକୁ ତାର ଭୁଲ୍ ପାଇଁ ଜବାବ ଦିଆଯିବ'; କାର୍ଗିଲ ବିଜୟ ଦିବସରେ ପାକିସ୍ତାନକୁ ରାଜନାଥ ସିଂହଙ୍କ ଚେତାବନୀ

ପାକିସ୍ତାନୀ ଶିବିରରେ ଥିଲା ଆମ ଖୁସିର ସାମଗ୍ରୀ:

କ୍ୟାପଟେନ୍ ଅଖିଳେଶ ସକ୍ସେନା କହିଛନ୍ତି ଯେ, ସେମାନେ ଶିବିରରେ ପ୍ରବେଶ କରିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିତରେ ଗୋଟିଏ କଡ଼େଇ, ଶୁଖିଲା ଫଳ, ଖିର ଏବଂ କରାଚୀ ହାଲୱା ଥିଲା। ଏହି ଢାଞ୍ଚାରେ ଆହତ ସୈନିକଙ୍କ ପାଇଁ ଔଷଧ ମଧ୍ୟ ଥିଲା। ପ୍ରକୃତରେ, ଶତ୍ରୁମାନେ ଅନୁମାନ କରିଥିଲେ ଯେ, ପୂର୍ବ ପ୍ରୟାସ ପରି, ଏଥର ମଧ୍ୟ ଭାରତୀୟ ସେନା ସେମାନଙ୍କ ପାଖରେ ପହଞ୍ଚି ପାରିବ ନାହିଁ; ସେମାନେ ଯୁଦ୍ଧ ପରେ ଉତ୍ସବ ପାଳନ କରିବା ପାଇଁ ଏକ ଭୋଜି ପ୍ରସ୍ତୁତ କରିଥିଲେ। କିନ୍ତୁ ପରିସ୍ଥିତି ଓଲଟିଗଲା। ଭାରତୀୟ ସେନା ଶତ୍ରୁକୁ ସିଧା ନର୍କକୁ ପଠାଇଦେଲା ଏବଂ ବର୍ତ୍ତମାନ, ପାକିସ୍ତାନୀ ସେନାଙ୍କ ରୋଷେଇ ଘର ଏବଂ ଖାଦ୍ୟ ସାମଗ୍ରୀ ଭାରତୀୟ ସେନାର ନିୟନ୍ତ୍ରଣରେ ଥିଲା।

ଖାଦ୍ୟ ମିଳିଲା କିନ୍ତୁ ଖାଇବା ଉପଯୋଗୀ ନଥିଲା:

କ୍ୟାପ୍ଟେନ୍ ଅଖିଳେଶ ସକ୍ସେନା କୁହନ୍ତି ଯେ, ‘ଯଦିଓ ଖାଦ୍ୟ ଆମେ ପହଞ୍ଚିବା ପୂର୍ବରୁ ସେଠାରେ ଥିଲା, କିନ୍ତୁ ତାହା ଖାଇବା ଉପଯୋଗୀ ନଥିଲା। ଏହାର ଦୁଇଟି କାରଣ ଥିଲା: ପ୍ରଥମତଃ, ଆମେ ଜାଣିଥିଲୁ ଯେ ଶତ୍ରୁର ବନ୍ଧୁକ ଆମକୁ ଟାର୍ଗେଟ କରି ରହିଥିଲା, ଏବଂ ଆମେ ବାହାରକୁ ପାଦ ଦେବା ମାତ୍ରେ ସେମାନେ ଆଉ ଉପରକୁ ଗୁଳି ବର୍ଷା ଆରମ୍ଭ କରିଥାନ୍ତେ। ଦ୍ୱିତୀୟତଃ, ଏହି ଖାଦ୍ୟକୁ ଆମେ ପ୍ରଥମେ ଆମର ସେହି ଯବନାଙ୍କୁ ଦେଇଥାଆନ୍ତୁ, ଯେଉଁମାନେ କି, ଯୁଦ୍ଧରେ ଗୁରୁତର ଆହତ ହୋଇଥିଲେ। ଫଳସ୍ୱରୂପ, ଆମେ ଯଥାସମ୍ଭବ ଖାଦ୍ୟକୁ ଆମ ବ୍ୟାକପ୍ୟାକରେ ପ୍ୟାକ୍ କରି, ଧୂଆଁ ଗ୍ରେନେଡ୍ ଫୁଟାଇ ଉପରକୁ ଚଢ଼ିଲୁ। କିଛି ସମୟ ମଧ୍ୟରେ, ଆମେ ପୁଣି ଆମର ସୈନ୍ୟମାନଙ୍କ ସହିତ ଯୋଗ ଦେଇଥିଲୁ। ତା'ପରେ ଭାରତୀୟ ସୈନିକଙ୍କ ବିଜୟର ଉତ୍ସବ ଆରମ୍ଭ ହେଲା - ପାକିସ୍ତାନୀ ରୋଷେଇ ଘରେ ପ୍ରସ୍ତୁତ ମେୱା ଖୀର, କରାଚୀ ହାଲୱା ଏବଂ ବିରିଆନି ସହିତ…

​​​​​​​ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: Village Football Tournament: ଆଦିବାସୀ ଗାଁରେ ଫୁଟବଲ୍ ରୋମାଞ୍ଚ, ବିଜୟୀ ଟିମ୍‌କୁ ଛେଳି ଟ୍ରଫି