ନୂଆଦିଲ୍ଲୀ,୨୬।୭: ଏବେ ଏସି କୋଚ୍‌ରେ ମିଳୁଥିବା ଚାଦର ଓ ତକିଆର ସଫେଇର ଯାଞ୍ଚ ଏଆଇ କ୍ୟାମେରା କରିବ। ପ୍ରାୟତ ଅଧିକାଂଶ ସମୟ ଯାତ୍ରୀଙ୍କ ଅଭିଯୋଗ ଥାଏ ଯେ, ତାଙ୍କୁ ମଇଳା ଓ ଦାଗ ଥିବା ଚାଦର ଦିଆଯାଉଛି। ଏବେ ରେଲଓ୍ବେ ଏହି ସମସ୍ୟାକୁ ହାଇଟେକ ସମାଧାନ ଦ୍ବାରା ଦୂର କରିବ। ଏହାକୁ ନେଇ ସଂସଦରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣଭ ସୂଚନା ଦେଇଛନ୍ତି। ତାହା ହେଲା ଲଣ୍ଡ୍ରିରେ ଧୂଳି ଚାଦର ଓ ତକିଆର ସଫେଇର ଯାଞ୍ଚ ଏଆଇ କରିବ। ଟ୍ରେନ୍‌ରେ ଯାତ୍ରୀଙ୍କୁ ଦିଆଯାଉଥିବା ଚାଦର ଓ ତକିଆ ଭଲ ଭାବରେ ସଫା ହେଉଛି କି ନାହିଁ।

ଏଆଇରେ ହେବ ଚାଦର-ତକିଆର ଯାଞ୍ଚ

ରିପୋର୍ଟ ଅନୁସାରେ, ଟ୍ରେନ୍ରେ ବ୍ୟବହାର ହେଉଥିବା କପଡାର ଗୁଣବତା ଓ ସଫେଇକୁ ଭଲ ରଖିବା ପାଇଁ ପୁଣେ, ଜୟପୁର ଓ ଯୋଧପୁର ମଣ୍ଡଳର ଲଣ୍ଡ୍ରିରେ ଏଆଇ କ୍ୟାମେରାରୁ ଦାଗ ଧରିବାର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି। ଏହାଛଡା ମ୍ୟାକେନାଇଜଡ୍ ଲଣ୍ଡ୍ରିରେ କପଡାର ସଫା ଓ ଚମକ ମାପିବା ପାଇଁ Whito-Meters ମଧ୍ୟ ବ୍ୟବହାର ମଧ୍ୟ କରାଯାଉଛି। ଏହା ଏକ ପ୍ରକାର ଡିଭାଇସ୍, ଯାହାଦ୍ବାରା କପଡା ଧଳା ଓ ସଫେଇ ମପା ଯାଇଥାଏ। ପକ୍ରିୟା ଉପରେ ନଜର ରଖିବା ପାଇଁ ଲଣ୍ଡ୍ରିରେ ସିସିଟିଭି କ୍ୟାମେରା ବି ଲଗାଯାଇଛି।

ଏଆଇ କ୍ୟାମେରା କିଭଳି ଧରିବ ଦାଗ ?

ଏଆଇ କ୍ୟାମେରା କପଡାର ସଫା ଚେକ୍ କରିବା ପାଇଁ କ୍ୟାମେରାକୁ ଓ୍ବାଶିଂ ଓ ଫିନିଶିଂ ଲାଇନ୍ ଲଗାଯିବ। ସଫେଇ ପରେ ଯେତେବେଳେ ଚାଦର କିମ୍ବା ତକିଆ କନଭେୟର ବେଲ୍ଟ ଦେଇ ଯାଇଥାଏ ତେବେ ଏହି କ୍ୟାମେରା ପ୍ରତି କପଡାର ହାଇ-ରିଜୋଲ୍ୟୁସନ୍ ଫଟୋ ନେଇଥାଏ। ଏହାପରର କାମ ଏଆର ରହିଥାଏ, ଯାହାକୁ ହଜାର ହଜାର ସଫା ଓ ଧଳା ଦାଗ ଥିବା କପଡାର ଡାଟା ଉପରେ ଟ୍ରେନିଂ ମିଳିଥିବ। ଏହି ସିଷ୍ଟମ ବହୁତ ସହଜରେ ଚା ଦାଗ, ତେଲ, ଜଙ୍କ୍ ଫୁଡ୍ ଏବଂ ଅନ୍ୟ ଜିନିଷର ଛୋଟ ଦାଗ ବି ଚିହ୍ନଟ କରିପାରିବ। ଏଭଳି ସ୍ଥିତିରେ ଯଦି କୌଣସି କପଡା ଧାର୍ଯ୍ୟ ଷ୍ଟାଣ୍ଡାର୍ଡଠାରୁ କମ୍ ସଫା ମିଳେ, ତେବେ ସିଷ୍ଟମ ତାକୁ ରିଜେକ୍ଟ କରିଦିଏ। ଏହାର ଲାଭ ଏହା ଯେ, ଖରାପ କପଡା ନିଜକୁ ନିଜେ ସିଷ୍ଟମରୁ ବାହାର ହୋଇଯିବ।

Whito-Meters ଡିଭାଇସ କିଭଳି କାମ କରେ ?

କପଡାର ସଫେଇ ମାପିବା ପାଇଁ ଡିଭାଇସକୁ Whito-Meters କୁହାଯାଏ। ଏହା ଏକ ପ୍ରକାର ଡିଜିଟାଲ ଅପ୍ଟିକାଲ ଡିଭାଇସ। ଏହା କପଡାର ପୃଷ୍ଟରେ ଏକ ଖାସ୍ ସ୍ପେକ୍ଟ୍ରମ ଲାଇଟ୍ ପକାଇଥାଏ। ଏହାପରେ ମେସିନ୍ ମାପିଥାଏ ଯେ କପଡା ସେହି ଲାଇଟକୁ କେତେ ରିଫ୍ଲେକ୍ଟ କରିଥାଏ ଓ କେତେ ଶୁଖାଇଥାଏ। ଏହାପରେ କପଡାର ସଫାକୁ ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ ଆଧାରରେ ସ୍କୋର ଦିଆଯାଏ। ଏହାର ସ୍କୋର ହିସାବରେ ଧାର୍ଯ୍ୟ କରାଯାଏ ତେବେ କେଉଁ କପଡା କେତେ ସଫା।

ଆହୁରି ପଢନ୍ତୁ : 8th Pay Commission : ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର ; ଦିଲ୍ଲୀ, ଚେନ୍ନାଇ ଓ ପୁଡୁଚେରୀରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ