ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ପଶ୍ଚିମବଙ୍ଗକୁ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୧ ବସ୍ତା ଗଞ୍ଜେଇ ଜବତ, ୨ ଅଟକ

Published By : Harapriya Sethi | April 17, 2025 8:51 AM

ଭୁବନେଶ୍ୱର, ୧୭/୦୪: ଓଡିଶା ସୀମା ପାର କରି ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ମାଡି ବସିଲା ତାଳସାରୀ ପୋଲିସ । ଭୋଗରାଇର ଉଦୟପୁର ବର୍ଡରରୁ ଜବତ ହେଲା ଗୋଟିଏ ବସ୍ତା ଗଞ୍ଜେଇ । ଏଥିରେ ସମ୍ପୃକ୍ତ ଥିବା ଜଣେ ମହିଳା ଏବଂ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଉଭୟଙ୍କ ଘର ପଶ୍ଚିମବଙ୍ଗର ବର୍ଦ୍ଧମାନ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ଜଳେଶ୍ୱର ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ସୂଚନା ମୁତାବକ, ଗୁରୁବାର ଭୋର ୫ ଟା ବେଳେ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ଭୋଗରାଇ ବ୍ଳକ ସାହାବାଜିପୁର ବର୍ଡର ନିକଟରେ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ହେଉଥିଲା । ମହିଳାଙ୍କ ସହ ମିଶି ଯୁବକ ଜଣକ ଗଞ୍ଜେଇ ବସ୍ତାକୁ ମୁଣ୍ଡାଇ ନେଇ ବର୍ଡର ପାର କରୁଥିଲେ । ଏହି ସମୟରେ ବର୍ଡରରେ ତାଳସାରୀ ପୋଲିସର ଚେକିଂ ଚାଲିଥିଲା । ଚେକିଂରେ ଧରା ପଡ଼ିବାରୁ ବସ୍ତାଟିକୁ ଯାଞ୍ଚ କରିଥିଲା ପୋଲିସ । ଯାଞ୍ଚ କରିବାରୁ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ମହିଳା ଏବଂ ଯୁବକଙ୍କୁ  ଅଟକ ରଖି ଅଧିକ ତଦନ୍ତ କରୁଛନ୍ତି ଜଳେଶ୍ୱର ଏସଡିପିଓ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.