ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଶିବାନନ୍ଦ ବିଦ୍ୟାଳୟରେ ଛାତ୍ର ଯୈାନ ନିର୍ଯାତନା ମାମଲା: ଶିକ୍ଷା ସଚିବ ଏବଂ ଭୁବନେଶ୍ବର ଡିସିପିଙ୍କୁ ରିପୋର୍ଟ ତଲବ କଲେ ଏସ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ

Published By : Harapriya Sethi | January 18, 2025 12:49 PM

ଭୁବନେଶ୍ୱର,୧୮/୦୧: ଖଣ୍ଡଗିରି ସ୍ଥିତ ଶିବାନନ୍ଦ ଶତବାର୍ଷିକୀ ବିଦ୍ୟାଳୟରେ ଛାତ୍ର ମାନଙ୍କୁ ନୃଶଂସ ଭାବରେ ମାଡ଼ କରାଯାଉଥିବା ଏବଂ କିଛି ଛାତ୍ରଙ୍କୁ ଯୈାନ ନିର୍ଯାତନା ଦିଆଯାଉଥିବା ଘଟଣା ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା ଏବଂ ରାଜ୍ୟର ପ୍ରମୁଖ ଗଣମାଧ୍ୟମରେ ଏହି ସ୍ପର୍ଶକାତର ଘଟଣା ପ୍ରକାଶିତ ହୋଇଥିଲା। ପୋଲିସ ବିଭାଗର ନିଷ୍କ୍ରିୟତା ଏବଂ ଗଣଶିକ୍ଷା ବିଭାଗର ଉଦାସୀନତା ନିମନ୍ତେ ଦୋଷୀ କର୍ମଚାରୀ ସ୍କୁଲ କର୍ତ୍ତୃପକ୍ଷଙ୍କ ସହାୟତାରେ ଖସି ଯିବାକୁ ସକ୍ଷମ ହୋଇଥିଲେ । ଖଣ୍ଡଗିରି ଥାନା ଅଧିକାରୀ ଏହି ସ୍ପର୍ଶକାତର ଘଟଣାରେ ଅଭିଯୋଗ ଗ୍ରହଣ କରିବାକୁ ମଧ୍ୟ ଟାଳଟୁଳ ନୀତି ଆପଣାଇ ଥିଲେ । ତେଣୁ ଏହି ଘଟଣାକୁ ଲୋକ ଲୋଚନକୁ ଆଣିଥିବା ରାଷ୍ଟ୍ରୀୟ ଅଭିଭାବକ ମହାସଂଘ ସଭାପତି ତଥା ମାନବାଧିକାର କର୍ମୀ ଭୁମୋହନ ବେବର୍ତ୍ତା ପଟ୍ଟନାୟକ ଅଭିଯୋଗ କରି ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ କରି ପିଡୀତ ଛାତ୍ରଙ୍କୁ କ୍ଷତିପୁରଣ ଦେବା ନିମନ୍ତେ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ମାମଲା ଦାୟର କରିଥିଲେ ।

ମାମଲାର ପ୍ରାଥମିକ ଶୁଣାଣୀ କରି ଆୟୋଗର ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ ଶତୃଘ୍ନ ପୁଜାହାରୀ ଗଣଶିକ୍ଷା ସଚିବ ଏବଂ ଭୁବନେଶ୍ବର ଡିସିପିଙ୍କୁ ଉପଯୁକ୍ତ ତଦନ୍ତ କରି ଆସନ୍ତା ୩ ମାର୍ଚ୍ଚ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ମହାସଂଘ ଅଧ୍ୟକ୍ଷ ଭୁମୋହନ ବେବର୍ତ୍ତା ପଟ୍ଟନାୟକ ଶନିବାର ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ଏହା ସହ ରାଜ୍ୟରେ କୈାଣସି ଜାଗାରେ ଛାତ୍ର ନିର୍ଯାତନା ଘଟଣା ସାମ୍ନାକୁ ଆସିଲେ ମହାସଂଘ ତରଫରୁ ଏହାକୁ ଦୃଢ ବିରୋଧ କରାଯାଇ ଉପଯୁକ୍ତ ନ୍ୟାୟ ଦେବାକୁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଜଣାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.