ନୂଆଦିଲ୍ଲୀ,୦୬/୦୪; ବିହାରର ପାଟନାର ଫୁଲୱାରିଶରିଫ ସହରର ଏକତା ନଗରରେ ଏକ ଅଜବ ଘଟଣା ଘଟିଛି । ଘଟଣାଟି କୌଣସି ଫିଲ୍ମ କାହାଣୀଠୁ କମ୍ ନୁହେଁ । ସ୍ୱାମୀଙ୍କୁ ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ ହୋଇଥିଲା। ତେଣୁ ସେ ତାଙ୍କ ସନ୍ଦେହକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ ଜାରି ରଖିଥିଲେ । ଶେଷରେ ସେ ଚପଲ ଏବଂ ଜିପିଏସ ସାହାଯ୍ୟରେ ପତ୍ନୀଙ୍କ ଚୋରପୀରତିକୁ ଧରିବାରେ ସଫଳ ହୋଇଥିଲେ । ସ୍ୱାମୀ ଗୁପ୍ତ ଭାବରେ ତାଙ୍କ ସ୍ତ୍ରୀଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ GPS ବ୍ୟବହାର କରିଥିଲେ । ତାଙ୍କୁ ତାଙ୍କ ପ୍ରେମିକଙ୍କ ସହ ଧରିଥିଲେ ।

​​​​​​​ଏହି ଘଟଣାକୁ ନେଇ ସ୍ୱାମୀ କହିଛନ୍ତି, '' ମୋ ସ୍ତ୍ରୀଙ୍କ ଉପରେ ପୂର୍ବରୁ ସନ୍ଦେହ ଥିଲା।। ତେଣୁ ମୁଁ ତାଙ୍କ ଚପଲରେ ଜିପିଏସ (ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍) ଡିଭାଇସ୍ ଖଞ୍ଜି ଦେଇଥିଲି। ସକାଳୁ ସେ ଯେତେବେଳେ ଘରୁ କାମ ଅଛି କହି ବାହାରକୁ ଚାଲି ଯାଇଥିଲେ। ମୁଁ ମୋବାଇଲ୍ ଫୋନ୍ ବ୍ୟବହାର କରି ଲୋକେସନ୍ ଟ୍ରାକ୍ କରିଥିଲି। କିଛି ସନ୍ଦେହ ଉପୁଜିବା ପରେ ମୁଁ ଜିପିଏସ ଜରିଆରେ ସ୍ତ୍ରୀ ଥିବା ସ୍ଥାନରେ ଯାଇ ପହଞ୍ଚିଯାଇଥିଲି। ସେଠାରେ ଏକ ଘର ଥିଲା । ମୁଁ ଉକ୍ତ ଘରର କବାଟ ବାଡ଼େଇଥିଲି। ଦ୍ବାର ଫିଟିବା ପରେ ଉକ୍ତ ଘର ଭିତରେ ମୋ ସ୍ତ୍ରୀ ଜଣେ ଅଜଣା ପୁରୁଷ ସହିତ ଥିବା ଦେଖିବାକୁ ପାଇଥିଲା । ''

ଏହା ବି ପଢନ୍ତୁ...ବାସନ ମାଜିବାକୁ ମନା କଲେ ସ୍ୱାମୀ, ପୁଲିସ୍କୁ ଡାକି ସ୍ତ୍ରୀ କହିଲେ ଅଇଣ୍ଠା ବାସନ ହୋଇଥିବ ତ...

ଜିପିଏସ୍ ଲଗାଇ ପ୍ରେମିକାଙ୍କ ସହ ସ୍ତ୍ରୀଙ୍କୁ ଧରିଲେ ସ୍ବାମୀ- ପ୍ରେମିକ ସହ ସ୍ତ୍ରୀଙ୍କ ଚୋର ପୀରତି ସ୍ବାମୀ ଧରିବା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଥାନାରେ ବିଳମ୍ବିତ ରାତିଯାଏ ହାଇଡ୍ରାମା ହୋଇଥିଲା । ତିନିଜଣ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯେ, ସେମାନେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଚାହାଁନ୍ତି ନାହିଁ । ପୁଲିସର ହସ୍ତକ୍ଷେପ ପରେ ମାମଲାର ଆପୋଷ ବୁଝାମଣା ହୋଇଥିଲା । ଏହା ପରେ, ସମସ୍ତଙ୍କୁ ମଧ୍ୟରାତ୍ରିରେ ମୁକ୍ତ କରାଯାଇଥିଲା ।