ପ୍ରମୂଖ ଖବର
  • ମେ ୨୭ରେ କେରଳ ଛୁଇଁବ ମୌସୁମୀ ବାୟୁ ! ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ୧୭ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ : ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଭଦ୍ରକ : ତୋଟା ସାହିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା ଘର
  • ||
  • ବୈଦେଶିକ ମନ୍ତ୍ରାଳୟ ଓ ସେନା ପକ୍ଷରୁ ମିଳିତ ପ୍ରେସ୍‌ମିଟ୍‌, ସୀମାନ୍ତ ରାଜ୍ୟକୁ ଡ୍ରୋନରେ ଟାଗେର୍ଟ କରୁଛି ପାକ୍
  • ||
  • ସେଲ୍‌ଫି ପ୍ରତିଯୋଗିତାର ବିଜେତାଙ୍କୁ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ
  • ||
  • ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଓ IPSଙ୍କ ଛୁଟି ବାତିଲ, ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ
  • ||
  • ରାଜଧାନୀରେ ବାର୍‌ ଉପରକୁ ଗୁଳି ଏବଂ ବୋମାମାଡ଼, ଜଣେ ଗୁରୁତର
  • ||
  • ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
  • ||
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

ମିଳୁନି ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣ ପତ୍ର , ସ୍କୁଲରେ ପିଲାଙ୍କ ଆଡମିଶନକୁ ନେଇ ଚିନ୍ତାରେ ସୁନିଆମତି

Published By : Prameya | May 10, 2025 7:52 PM

ଫିରିଙ୍ଗିଆ, ୧୦।୫ :  ରାଜସ୍ଥାନରେ ସ୍ବାମୀଙ୍କ ମୃତ୍ୟୁ ପରେ ମିଳୁନି ପ୍ରମାଣ ପତ୍ର।  ବ୍ଲକ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ସହ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପରେ ବି ମିଳୁନି ସ୍ବାମୀଙ୍କ ମୃତ୍ୟୁ ପ୍ରମାଣ ପତ୍ର । ଫଳରେ ସ୍କୁଲରେ ପିଲାଙ୍କ ଆଡମିଶନ ହୋଇ ପାରୁ ନାହିଁ। ସ୍ବାମୀ ମୃତ୍ୟୁ ପ୍ରମାଣ ପତ୍ରକୁ ନେଇ ଚିନ୍ତାରେ ରହିଛନ୍ତି ଫିରିଙ୍ଗିଆ ବ୍ଲକ ନୂଆଁ ପଦର ପଞ୍ଚାୟତ ଲତପଙ୍ଗିଆ ଗାଁର ସୁନିଆମତି l

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୁଆଁପଦର ପଞ୍ଚାୟତ ଲତପଙ୍ଗିଆ ଗାଁର ସୁନିଆ ମତି ଦିଗାଲ ( ୨୫ ) ।  ଗତ ୨0୨୪ ମସିହାରେ ସୁନିଆ ମତିଙ୍କ ସ୍ୱାମୀ ଗୌତମ ଦିଗାଲ ରାଜସ୍ଥାନର ହନୁମାନ ଗଡ଼କୁ ଦାଦନ ଖଟିବାକୁ  ଯାଇଥିଲେ।  କିଛି ଦିନ କାମ କରିବା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ସୁନିଆମତି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।  ନିଜର ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି।  ବଡ଼ ଝିଅର ବୟସ ବର୍ତ୍ତମାନ ୬ ବର୍ଷ,  ମଝିଆ ପୁଅ ୩ ବର୍ଷ ଓ ସାନ ପୁଅର ବୟସ ମାତ୍ର ୧ ବର୍ଷ।  କିନ୍ତୁ ପରିବାର ବହୁ ଅସୁବିଧାରେ ଚଳୁ ଥିବା ବେଳେ ବର୍ତ୍ତମାନ ପିଲାଙ୍କ ପାଠ ପଢା ପାଇଁ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣ ପତ୍ରକୁ ନେଇଁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l 

ପିଲାଙ୍କ ସ୍କୁଲରେ  ଆଡମିଶନ ପାଇଁ ବାପାଙ୍କ ମୃତ୍ୟୁ ପ୍ରମାଣ ପତ୍ର ଆବଶ୍ୟକ ହେଉଛି। ବର୍ତ୍ତମାନ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ, ସମ୍ୱନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସହ ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କୁ ମଧ୍ୟ ଭେଟି ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି  ମୃତ୍ୟୁ ପ୍ରମାଣ ପତ୍ର ମିଳି ପାରୁନାହିଁ l 

କିଛି ଅଧିକାରୀ ରାଜସ୍ଥାନରୁ ମୃତ୍ୟୁ ପ୍ରମାଣ ପତ୍ର ମିଳିବ ବୋଲି କହୁଥିବା ବେଳେ ବିଭିନ୍ନ କାର୍ଯ୍ୟାଳୟ ସହ କୋର୍ଟ ଆଫିଡେଭିଟ ମଧ୍ୟ କରିଛନ୍ତି। କିନ୍ତୁ କୌଣସି ମୃତ୍ୟୁ ପ୍ରମାଣ ପତ୍ର ମିଳି ପାରିନାହିଁ । ବର୍ତ୍ତମାନ ନିଜର ପିଲା ମାନଙ୍କ ପାଇଁ ପାଠ ପଢିବା ପାଇଁ ବାପାଙ୍କ ମୃତ୍ୟୁ ପ୍ରମାଣ ପତ୍ର ସହ ଜାତି ପ୍ରମାଣ ପତ୍ର ଏବଂ ଘରର ପ୍ରମାଣ ପତ୍ର ଆବଶ୍ୟକ ହେଉଥିବାରୁ ଛୋଟ ଛୋଟ ପିଲାମାନଙ୍କ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ପାଠ ପଢ଼ାରେ ମଧ୍ୟ ଡୋରି ବାନ୍ଧି ହେଉଛି l ଦୀର୍ଘ ଦିନ ହେବ ସ୍ୱାମୀଙ୍କ ଏହି ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଧାଉଁ ଥିଲେ ମଧ୍ୟ  ମିଳୁ ନ ଥିବାରୁ ଭାଙ୍ଗି ପଡିଛନ୍ତି ସୁନିଆ ମତି l ପ୍ରଶାସନ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ଟିଏ ବ୍ୟବସ୍ଥା କରିଦେଲେ ସେ ଉପକୃତ ହେବା ସହ ନିଜ ପିଲାମାନଙ୍କ ପାଠ ପଢା ପାଇଁ ମଧ୍ୟ ସମସ୍ତ ସୁବିଧା ହୋଇ ପାରିବ ବୋଲି ସୁନିଆମତି କହିଛନ୍ତି l ମାସ ମାସ ଧରି ଦୌଡି ମୃତ୍ୟୁ ପ୍ରମାଣ ପତ୍ରଟିଏ ହୋଇ ପାରୁନାହିଁ ତେବେ ଉପାନ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା କିଭଳି ସମାଧାନ ହେଉଥିବ ଏହାକୁ ନେଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି l ତୁରନ୍ତ ସୁନିଆମତି ନିଜ ସ୍ବାମୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ପାଇପାରିବେ ସେ ନେଇଁ ବ୍ୟବସ୍ଥା କରିବାକୁ ଗ୍ରାମବାସୀଙ୍କ ସହ ସାଧାରଣ ରେ ଦାବୀ ହେଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.