ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଭୋଜି ଖାଇବା ହେଲା କାଳ; ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର

Published By : Harapriya Sethi | July 3, 2025 10:43 AM

ସାଲେପୁର,୦୩/୦୭: ଭୋଜି ଖାଇ ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ବିଳମ୍ୱିତ ରାତିରେ ପରିବାର ସହ ଫେରୁଥିବା ସମୟରେ ବାଇକ୍‌କୁ ସାମ୍ନାରୁ ପିଟିଲା ବୋଲେରୋ । ଦୁର୍ଘଟଣାରେ ସ୍ୱାମୀ ରାଜୁ ମଳିକ(୨୭ ବର୍ଷ)ଙ୍କ ମୃତ୍ୟୁ ହୋଇଛି । ସ୍ତ୍ରୀ ରିନି ମଳିକ(୨୪ବର୍ଷ) ଓ ପାଞ୍ଚ ବର୍ଷର ଝିଅ ଗୁରୁତର ହୋଇଛନ୍ତି । କଟକ-ସାଲେପୁର ରାସ୍ତାର ନାନ୍ଦୋଳ ବଜାର ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ବୁଧବାର ବିଳମ୍ବ ରାତିରେ ବାରିଗୋଳ ଗ୍ରାମର ରାଜୁ ମଳିକ, ସ୍ତ୍ରୀ ରିନି ମଳିକ ଓ ପାଞ୍ଚବର୍ଷ ଝିଅ ଏକ ବିବାହ ଭୋଜିରେ ଯୋଗଦେଇ ବାଇକ୍ ଯୋଗେ ବହୁଗ୍ରାମ ଅଞ୍ଚଳରୁ ଘରକୁ ଫେରୁଥିଲେ । ଏହି ସମୟରେ କଟକ-ସାଲେପୁର ରାସ୍ତାର ନାନ୍ଦୋଳ ବଜାର ନିକଟରେ ଏକ ବୋଲେରୋ ଉକ୍ତ ବାଇକ୍‌କୁ ସାମ୍ନାରୁ ଧକ୍କା ଦେଇଥିଲା । ଫଳରେ ରାଜୁଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ରିନି ଓ ପାଞ୍ଚ ବର୍ଷର ଝିଅ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ସାଲେପୁର ପୁଲିସ ଘଟଣା ସ୍ଥାଳରେ ପହଞ୍ଚି ତଦନ୍ତ ଚଳାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.