ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସ୍ତ୍ରୀକୁ ଛୁରାମାଡ଼ କରି ସ୍ଵାମୀ ଫେରାର୍

Published By : Rasmita Pradhan | January 9, 2025 2:53 PM

ବାଲେଶ୍ଵର, ୦୯/୦୧ : ବାଲେଶ୍ଵର ଷ୍ଟେସନ ଛକ ନିକଟରେ ମହିଳାଙ୍କୁ ଛୁରାମାଡ଼। ଓଡ଼ିଶା କମ୍ୟୁନିକେଶନ ନିକଟରେ ମହିଳାଙ୍କୁ ଛୁରାମାଡ଼ କରି ସ୍ଵାମୀ ଫେରାର୍। ମହିଳାଙ୍କ ବେକ ଓ ହାତରେ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ବାଲେଶ୍ଵର ଷ୍ଟେସନ ଛକ ନିକଟ ଓଡ଼ିଶା କମ୍ୟୁନିକେଶନ ନିକଟରେ ଜଣେ ମହିଳାଙ୍କୁ ଛୁରାମାଡ଼ ହୋଇଛି। ମହିଳାଙ୍କୁ ତାଙ୍କ ସ୍ଵାମୀ ଛୁରାମାଡ଼ କରି ଫେରାର୍ ହୋଇଯାଇଛନ୍ତି। ମହିଳାଙ୍କ ହାତ ଓ ବେକରେ ଆଘାତ ଲାଗିଛି। ସହଦେବଖୁଣ୍ଟା ଥାନା ପୁଲିସ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଛାଡପତ୍ର ପାଇଁ କୋର୍ଟରେ କେସ୍ ଚାଲିଥିଲା। ଆଜି ଉକ୍ତ ମହିଳାଙ୍କୁ ତାଙ୍କ ସ୍ଵାମୀ ଡକାଇଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ଵାମୀ ସ୍ତ୍ରୀ ଉପରକୁ ଛୁରାମାଡ଼ କରିଥିଲେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.