ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଟ୍ରମ୍ପଙ୍କ ଶପଥ ଉତ୍ସବ; ହିଜ୍ଜବୁଲା ସମର୍ଥକ ମୁସଲିମ ହୁସାମ ଅଲ-ହୁସେନିକୁ ଦିଆଯାଇଥିଲା ବାଦ

Published By : Ankita S | January 21, 2025 10:47 AM

ୱାଶିଂଟନ,୨୧/ ୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଶପଥ ଗ୍ରହଣ ସମାରୋହରେ ୭୦୦ରୁ ଅଧିକ ଅତିଥି ସାମିଲ ହୋଇଥିଲେ । ୟୁଏସ କ୍ୟାପିଟାଲ ରୋଟୁଣ୍ଡାରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା । ଶପଥ ଗ୍ରହଣ ସମାରୋହରେ ହିଜ୍ଜବୁଲା ସମର୍ଥକ ମୁସଲିମ ନେତା ହୁସାମ ଅଲ-ହୁସେନିଙ୍କୁ ବାଦ ଦିଆଯାଇଥିଲା । ଜାଣନ୍ତୁ କାହିଁକି ।

ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଅଲ-ହୁସେନି ସାଉଦି ସାମିଲ ହୋଇନଥିଲେ । ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ଭଳି ମେଗା ଇଭେଣ୍ଟରେ ଅଲ ହୁସେନିକୁ ଆର୍ଶୀବାଦ ଦେବାକୁ ନିମନ୍ତ୍ରଣ ଦିଆଯାଇଥିଲା । ମାତ୍ର ଏହାକୁ ୟୁଏସ ଟ୍ରମ୍ପ ଟ୍ରାଞ୍ଜିସନ ଟିମ ସମାଲୋଚନା କରିଥିଲା । ତେବେ ହୁସେନି ସାଉଦି ଶପଥ ଗ୍ରହଣ ସମାରୋହରେ ସାମିଲ ନ ହେବା ନିମନ୍ତ୍ରଣକୁ ବାତିଲ କରାଯାଇଥିବା ଅନୁମାନ କରାଯାଉଛି । ରିପୋର୍ଟ ଅନୁସାରେ ଅଲ-ହୁସେନି ୨୦୦୬ରେ ଡିୟରବର୍ଣ୍ଣରେ ହିଜ୍ଜାବୁଲ ସମର୍ଥକ ରାଲିରେ ଯୋଗ ଦେଇଥିଲେ । ସେଠାରେ ହିଜ୍ଜାବୁଲ ନେତା ହାସନ ନସରଲ୍ଲାଙ୍କ ସହ ଫଟୋ ଉଠାଇଥିଲେ । ଗତ ବର୍ଷ ଇସ୍ରାଇଲ ଷ୍ଟ୍ରାଇକରେ ନସରଲ୍ଲାଙ୍କ ମୃତ୍ୟୁ ହୋଇଥିଲା ।


ଏହା ବି ପଢନ୍ତୁ...ଟ୍ରମ୍ପ ନୀତିକୁ ନେଇ ଆଶଙ୍କାରେ ବିଶ୍ୱ: ଜିତିବା ପରେ ଟଙ୍କା ଦୁର୍ବଳ, ଟାରିଫ୍‌ ବଢ଼ିଲେ ପ୍ରଭାବିତ ହେବ ଭାରତ


କାହିଁକି ବିବାଦରେ ହୁସାମ ଅଲ-ହୁସେନି- ମଧ୍ୟପ୍ରାଚୀର ଫୋରମ୍ ରିପୋର୍ଟ ଅନୁସାରେ  ଅଲ-ହୁସେନି କଠୋରପନ୍ଥୀ ବିରୋଧୀ ହିଜ୍ଜବୁଲା ସମର୍ଥକ ସିଆ ଇମାମ ଉଗ୍ରବାଦ ସହ ସମ୍ପର୍କ ରହିଥିଲା । ୨୦୧୫ରେ କାରବାଲ ଇସଲାମିକ ଏଜୁକେସନାଲ ରାଲିରେ ଅଲ-ହୁସେନି ସାଉଦି ଆରବ ମୃତ୍ୟୁ କାମନା କରିଥିଲା । ୨୦୦୭ରେ ଡେମୋକ୍ରାଟିକ କମିଟି ବୈଠକରେ ଦେଇଥିବା ଭାଷଣରେ ଆମେରିକା ଅତ୍ୟାଚାରୀ ଓ ଦଖଲକାରୀ ବୋଲି କହିଥିଲା । ଏହାକୁ ନେଇ ବିବାଦ ଉପୁଜିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.