ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଟ୍ରମ୍ପ ନୀତିକୁ ନେଇ ଆଶଙ୍କାରେ ବିଶ୍ୱ: ଜିତିବା ପରେ ଟଙ୍କା ଦୁର୍ବଳ, ଟାରିଫ୍‌ ବଢ଼ିଲେ ପ୍ରଭାବିତ ହେବ ଭାରତ

Published By : Prameya | January 21, 2025 10:47 AM

ନୂଆଦିଲ୍ଲୀ,୨୧/୦୧: ଡୋନାଲ୍ଡ ଟ୍ରମ୍ପ  ଦ୍ୱିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି  ଭାବେ ଶପଥ ଗ୍ରହଣ କରିଛନ୍ତି । ଦ୍ୱିତୀୟ  ଥର ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ରମ୍ପ  କିଭଳି ନୀତି ଘୋଷଣା କରିବେ ଏବେ ତାହା  ଉପରେ ସମସ୍ତଙ୍କ ନଜର । କେଉଁ ଦେଶ ଗୁଡିକ ଉପରେ ଟାରିଫ ବଢ଼ିବ ସେ ନେଇ ଏବେ କିଛି ସ୍ପଷ୍ଟ ସୂଚନା ମିଳିନି । ଟ୍ରମ୍ପ ନୀତିକୁ ନେଇ ବିଶ୍ୱ ଆଶଙ୍କାରେ । ବିଶ୍ୱରେ  ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ଉଦ୍ୟମ କିଭଳି ରହୁଛି ତାହା ମଧ୍ୟ ବର୍ତ୍ତମାନ ବିଶ୍ୱ  ବଜାର ଲାଗି ବେଶ ଗୁରୁତ୍ୱବହନ କରୁଛି ।  

ଦେଶର ବିଶିଷ୍ଟ ଉଦ୍ୟୋଗପତି ତଥା ଆଦିତ୍ୟ ବିରଲା ଗ୍ରୁପର ଅଧ୍ୟକ୍ଷ  କୁମାର ମଙ୍ଗଳମ ବିର୍ଲା ଟ୍ରମ୍ପ ଫ୍ୟାକ୍ଟରକୁ  ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ୨୦୨୫ରେ ଟ୍ରମ୍ପଙ୍କ ଉଦ୍ୟମ ବିଶ୍ୱ ସ୍ତରରେ  ଭୂରାଜନୈତିକ ଏବଂ ବିଶ୍ୱ ଅର୍ଥନୀତିକୁ  ନୂଆ ଆକାର ଦେବ ବୋଲି କହିଛନ୍ତି । ଏପଟେ ବିଶେଷଜ୍ଞ କହିଛନ୍ତି, ଟ୍ରମ୍ପ  କ୍ଷମତାକୁ ଫେରିବା ପରେ ଟଙ୍କା ଉପରେ ସବୁଠାରୁ ବଡ ପ୍ରଭାବ ପଡିଛି । ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟ ତ୍ରୈମାସରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଛି । 

ତେବେ ବିଶେଷଜ୍ଞ  କହିଛନ୍ତି ଯେ, ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ  ଲାଗି ଭାରତ ପ୍ରସ୍ତୁତ ରହିଛି । ଏବେ ଦେଶ ନିଜ ନୀତି ଉପରେ କାମ  କରୁଛି। ଏକ ଆଲେଖ୍ୟରେ ବିର୍ଲା ଯୁକ୍ତରାଷ୍ଟ୍ର ଆମେରିକାର ଦୀର୍ଘସ୍ଥାୟୀ  ମହତ୍ୱ ଉପରେ ଜୋର ଦେଇଛନ୍ତି । ଭାରତ ବାହାରେ ଏହାକୁ ସବୁଠାରୁ ବଡ ବଜାର ବୋଲି ସେ କହିଛନ୍ତି । ବିର୍ଲା ଗ୍ରୁପ ଆମେରିକାରେ ୧୫  ବିଲିୟନ ଡଲାର ନିବେଶ କରିଛି ।  କେବଳ ନୂଆ ପ୍ରକଳ୍ପ ଗୁଡିକରେ କମ୍ପାନି  ୪ ବିଲିୟନ ଡଲାର ଖର୍ଚ୍ଚ ଯୋଜନା  ରଖିଛି । ଭାରତ ଏବଂ ଆମେରିକା ମଧ୍ୟରେ  ସମ୍ପର୍କ ଦୃଢ଼ୀକରଣ ଦିଗରେ ଟ୍ରମ୍ପ ବିଭିନ୍ନ  କାର୍ଯ୍ୟକ୍ରମ ଗ୍ରହଣ କରିବେ ବୋଲି କହିଛନ୍ତି  ଶ୍ରୀ ବିର୍ଲା । ଆମେରିକା ଅର୍ଥନୀତି ଆଗାମୀ  ଦିନରେ ମଧ୍ୟ ଉନ୍ନତ ସ୍ଥିତିରେ ରହିବ ।  ସେହିଭଳି ଭାରତ ଏକ ଅଭିବୃଦ୍ଧିଶୀଳ  ମହାଶକ୍ତି ଭାବେ ଉଭା ହେଉଥିବା  ସେ କହିଛନ୍ତି । ବିଶ୍ୱର ଏକ ଚତୁର୍ଥାଂଶ  ଆଇଫୋନ ଶୀଘ୍ର ନିର୍ମାଣ କରିବ ।  

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ରିସର୍ଚ୍ଚ  ମୁତାବକ, ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁ ଟଙ୍କା ଉପରେ ପଡିଥିବା ପ୍ରଭାବ ସ୍ୱଳ୍ପ  ସମୟ ଲାଗି ରହିପାରେ। ଯଦି ଏଭଳି  କୌଣସି ବିଶେଷ ଘଟଣା ଘଟେ ତେବେ  ଏହାର ପ୍ରଭାବ ଟଙ୍କା ଉପରେ ରହିଥାଏ ।  ଆଗାମୀ ଦିନ ଗୁଡିକରେ ଟଙ୍କା ପୁଣି ଥରେ  ଟ୍ରାକକୁ ଫେରିବ । ସେହିଭଳି ଗ୍ଳୋବାଲ  ଟ୍ରେଡ ଇନିସିଏଟିଭ ଏକ ରିପୋର୍ଟ  ଜାରି କରି କହିଛି ଯେ, ଟଙ୍କା ଦୁର୍ବଳ  ହେବା ଯୋଗୁ ଆମଦାନି ବିଲ୍‌ ବଢ଼ିବ । 

ଏଥିଯୋଗୁ ଅଶୋଧିତ ତେଲ,  କୋଇଲା, ଇଲେକଟ୍ରୋନିକ୍ସ, ମେଶିନାରୀ,  ପ୍ଲାଷ୍ଟିକ ଏବଂ କେମିକାଲ୍ସ ଏବଂ ଖାଇବା  ତେଲ ଭଳି ସାମଗ୍ରୀ ଲାଗି ଭାରତକୁ ଅଧିକ  ଖର୍ଚ୍ଚ କରିବାକୁ ପଡିବ । ସେହିଭଳି ଆମଦାନି  ଉପରେ ନିର୍ଭର କରୁଥିବା ଶିଳ୍ପ ଗୁଡିକର  ଖର୍ଚ୍ଚ ମଧ୍ୟ ବଢ଼ିଯିବ । ବଜାର ବିଶେଷଜ୍ଞ  ନିମିଶ ଶାହା କହିଛନ୍ତି, ଟଙ୍କା ଦୁର୍ବଳ ହେବା  ଯୋଗୁ ରପ୍ତାନି କରୁଥିବା କମ୍ପାନି ଗୁଡିକ  ଉପରେ ଏହାର ଭଲ ପ୍ରଭାବ ପଡିବ । ଏହି କମ୍ପାନିଗୁଡିକ ଡଲାରରେ ଆୟ  କରୁଥିବାରୁ ଲାଭବାନ ହେବେ । ସରକାର  ଗତ କିଛି ବର୍ଷ ହେବ ଆମଦାନି କମ୍‌ କରିବା  ଲାଗି ଉଦ୍ୟମ ଜାରି କରିଛନ୍ତି । ତେବେ  ଟଙ୍କା ଦୁର୍ବଳ ହେବା ଯୋଗୁ ଆମଦାନି ବିଲ୍‌  ଉପରେ କିଭଳି ପ୍ରଭାବ ରହୁଛି ସେ ନେଇ  ମଧ୍ୟ ଘରୋଇ ବଜାର ଚିନ୍ତିତ ରହିଛି ।  କାରଣ ମୁଦ୍ରାସ୍ଫୀତି ଚାପ ଏଥିଯୋଗୁ  ବଢିବାର ଢ଼େର ସମ୍ଭାବନା ରହିଛି । 

ପିଏଲ୍‌ କ୍ୟାପିଟାଲର ଆଡଭାଇଜର  ବିକ୍ରମ ଫାସଟ କହିଛନ୍ତି, ଇସ୍ପାତ ଭଳି  କ୍ଷେତ୍ରରେ ଆମେରିକାକୁ ହେଉଥିବା ରପ୍ତାନି  ଉପରେ ଟାରିଫ ବୃଦ୍ଧି ହୋଇପାରେ । ଏବେ  ଚୀନ ପ୍ଲସ ନୀତି ଉପରେ ଆମେରିକାର  ଧ୍ୟାନ ରହିଛି । ଆମେରିକା କମ୍ପାନିଗୁଡିକ  ଭାରତୀୟ କମ୍ପାନି ଗୁଡିକ ଦ୍ୱାରା ସେମାନଙ୍କ  ଚାହିଦା ପୂରଣ କରିପାରନ୍ତି । ତେବେ ଏହା  ସେତେବେଳେ ସମ୍ଭବ ହେବ ଯେବେ ଟ୍ରମ୍ପ  ଚୀନ ଉପରେ ଅଧିକ ଟିକସ ଲଗାଇବେ । 

ରିପୋର୍ଟ ମୁତାବକ, ଭାରତ  ଆମେରିକାର ସବୁଠାରୁ ବଡ ବାଣିଜ୍ୟିକ  ସହଯୋଗୀ । ୨ ଦେଶ ମଧ୍ୟରେ ଦ୍ୱିପାକ୍ଷୀକ  କାରବାର ୧୯୦ ବିଲିୟନ ଡଲାର ସ୍ତରରେ  ରହିଛି । ଆର୍ôଥକ ବର୍ଷ ୨୦୧୯-୨୦ରୁ  ୨୦୨୩-୨୪ ଯାଏ ଆମେରିକାକୁ ଭାରତର  ରପ୍ତାନି ୪୬% ବୃଦ୍ଧି ହୋଇ ୭୭.୫  ବିଲିୟନ ଡଲାର ଛୁଇଁଛି । ଆମେରିକାରୁ  ଆମଦାନି ୧୭% ବୃଦ୍ଧି ହୋଇ ୪୨ ବିଲିୟନ  ଡଲାର ରହିଛି । ମେକ୍ସିକୋ ଭଳି ଦେଶ  ଉପରେ ଟାରିଫ ବଢ଼ିଲେ ଇଲେକ୍ଟ୍ରିକ,  ମେଶିନାରୀ, ଫାର୍ମା ଭଳି କ୍ଷେତ୍ର ଗୁଡିକ  ଲାଗି ରପ୍ତାନିର ଢ଼େର ସୁଯୋଗ ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.