ନୂଆଦିଲ୍ଲୀ,୨୧/୦୪; ବିରାଟ କୋହଲି ଏବଂ ନୋଭାକ୍ ଜୋକୋଭିକ୍ । କ୍ରୀଡା ଜଗତର ଦୁଇ ଷ୍ଟାର । ଜଣେ କ୍ରିକେଟର କିଙ୍ଗ୍ ଆଉ ଜଣେ ଟେନିସର ମୁକୁଟ ବିହୀନ ରାଜା । ଉଭୟ ନିଜ ନିଜ କ୍ରୀଡାର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଅନ୍ୟତମ । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଏବଂ ପାରସ୍ପରିକ ସମ୍ମାନ ବି ରହିଛି । ଟେନିସ୍ ଆଇକନ୍ ନୋଭାକ ଜୋକାଭିକଙ୍କ ଘରୋଇ ଦେଶ ସର୍ବିଆରେ କ୍ରିକେଟ ଏତେ ଲୋକପ୍ରିୟ ନୁହେଁ କିନ୍ତୁ ଟେନିସ୍ ତାରକା ଗୋଟିଏ କାରଣ ପାଇଁ କ୍ରିକେଟ ଅନୁସରଣ କରନ୍ତି । ସେ ହେଉଛନ୍ତି ବିରାଟ କୋହଲି । କ୍ରୀଡା ଜଗତର ଅସ୍କାର ଭାବେ ବିବେଚିତ ଲୌରିୟସ ବିଶ୍ୱ କ୍ରୀଡା ପୁରସ୍କାର ଅବସରରେ ଜୋକୋଭିକ୍ କ୍ରୀଡା ପୁରସ୍କାର ଅବସରରେ ଏହା କହିଛନ୍ତି । ସେ ବିରାଟ କୋହଲିଙ୍କ ପାଇଁ କ୍ରିକେଟ ଫଲୋ କରନ୍ତି । ସେ ଆଶା ରଖିଛନ୍ତି, ଯେତେବେଳେ ଭାରତ ଗସ୍ତ କରିବେ ତେବେ କୋହଲିଙ୍କ ସହିତ ନିଶ୍ଚିତ ରହିବେ । ଜୋକୋଭିକ ଖୁବଶୀଘ୍ର ଭାରତ ଆସିପାରନ୍ତି ।
ଟେନିସ୍ ତାରକା ନୋଭାକ୍ ଜୋକୋଭିକ୍ କହିଛନ୍ତି,'' ବିରାଟ କୋହଲି ମୋର ବନ୍ଧୁ । ଆମ ବନ୍ଧୁତା ଏତେ ଖାସ୍ ଯାହାକୁ ମୁଁ ସମ୍ମାନ କରେ ପ୍ରଶଂସା କରେ । ସତ କହିବାକୁ ଗଲେ, ତାଙ୍କ କାରଣରୁ ମୁଁ କ୍ରିକେଟକୁ ଅନୁସରଣ କରିବା ଆରମ୍ଭ କରିଥିଲି । ମୁଁ ପୂର୍ବରୁ ଏହାକୁ ଫଲୋ କରୁଥିଲି କିନ୍ତୁ ତାଙ୍କ ପାଇଁ ଏହାକୁ ଅଧିକ ଅନୁସରଣ କରିବା ଆରମ୍ଭ କଲି । ଆମେ ଯୋଗାଯୋଗରେ ରହିଥାଉ, ମୁଁ ଆଶା କରୁଛି ଯେବେ ଭାରତ ଯିବି ନିର୍ଦ୍ଧିଷ୍ଟ ଭାବେ ତାଙ୍କ ସହିତ ରହିବି । ଆମେ ଟିକିଏ ଟେନିସ୍ ଏବଂ ଟିକିଏ କ୍ରିକେଟ ଖେଳିବୁ । ଆମେ ମଜା କରିବୁ ଏବଂ ଖେଳ ଉପଭୋଗ କରିବା ସହିତ ସକାରାତ୍ମକ, ଭଲ ପାଇବା ବାଣ୍ଟିବୁ । '' ନିଜକୁ ଭାରତୀୟ ଦଳର ପ୍ରଶଂସକ ବୋଲି କହି ନୋଭାକ୍ ଜୋକୋଭିକ୍ କହିଛନ୍ତି,'' ସେ ଖୁବଶୀଘ୍ର ଏହି ଦେଶକୁ ଗସ୍ତ କରିବାକୁ ଯୋଜନା କରୁଛନ୍ତି । ଯେଉଁ ଦେଶର ସେ ଦୀର୍ଘଦିନ ଧରି ପ୍ରଶଂସକ ରହି ଆସିଛନ୍ତି ।
NOVAK DJOKOVIC TALKING ABOUT THE FRIENDSHIP WITH KING KOHLI. 🐐pic.twitter.com/Z5cowWnLae
— Mufaddal Vohra (@mufaddal_vohra) April 21, 2026
ଏହା ବି ପଢନ୍ତୁ...IPL 2026: ୭ ଛକା, ୮ ଚୌକା ସହ ପ୍ରଥମ ଶତକ, ତିଲକ ଝଡ଼ରେ ଅନେକ ରେକର୍ଡ ଧ୍ୱସ୍ତ
ନୋଭାକ୍ ଜୋକୋଭିକ୍ ଟେନିସ ଜଗତର ନିର୍ବିବାଦ ରାଜା । ସେ ୨୪ଟି ଗ୍ରାଣ୍ଡ ସ୍ଲମ ଟାଇଟଲ୍ ଜିତିଛନ୍ତି । ମହିଳା ଟେନିସରେ ଏହି ସଫଳତା ହାସଲ କରିଥିବା ମାର୍ଗାରେଟ କୋର୍ଟଙ୍କ ସହ ସର୍ବାଧିକ ଗ୍ରାଣ୍ଡ ସ୍ଲାମ ଟାଇଟଲର ରେକର୍ଡ ଭାଗ କରିଛନ୍ତି । ଜୋକୋଭିକ୍ କହିଛନ୍ତି, ବର୍ଷ ବର୍ଷ ଧରି ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଭାରତୀୟ ଟେନିସ୍ ଏବଂ କ୍ରୀଡ଼ା ପ୍ରଶଂସକଙ୍କଠାରୁ ମୁଁ ପାଇଥିବା ସମର୍ଥନ ପାଇଁ ମୋର ସର୍ବଦା ପ୍ରେମ, ସମ୍ମାନ ଏବଂ କୃତଜ୍ଞତାର ବାର୍ତ୍ତା ରହିବ । ମୋର ବର୍ତ୍ତା ମଧ୍ୟ ହେବ ଖୁବଶୀଘ୍ର ଭାରତରେ ଦେଖାହେବ କାରଣ ମୋତେ ସେଠାକୁ ଯିବାକୁ ପଡିବ । ମୁଁ ଭାରତ ଯିବାକୁ ଅପେକ୍ଷା କରିଛି । ମାଦ୍ରିଦରେ ଅନୁଷ୍ଠିତ ଲୌରସ ବିଶ୍ୱ କ୍ରୀଡ଼ା ପୁରସ୍କାର ୨୦୨୬ରେ ଟେନିସରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲା । କାର୍ଲୋସ ଆଲକାରାଜ ଏବଂ ଆରିନା ସାବାଲେଙ୍କାଙ୍କୁ ଯଥାକ୍ରମେ ବର୍ଷର ଶ୍ରେଷ୍ଠ କ୍ରୀଡାବିତ୍ ଭାବରେ ସମ୍ମାନିତ ହୋଇଥିଲେ ।