ନୂଆଦିଲ୍ଲୀ,୨୬/୦୧: ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଛି । ଆଇଏଏଫ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଶାନ୍ତିକାଳୀନ ସର୍ବୋଚ୍ଚ ବୀରତା ସମ୍ମାନ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଛି । ଗଣତନ୍ତ୍ର ଦିବସ ଅବସରରେ କର୍ତ୍ତବ୍ୟପଥରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭାଂଶୁଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା ପାଇଁ ଶୁଭାଂଶୁ ସମ୍ମାନିତ ହୋଇଛନ୍ତି । ଅଶୋକ ଚକ୍ର ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ସାମରିକ ସମ୍ମାନ ।
ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କୁ ଶାନ୍ତିକାଳୀନ ସର୍ବୋଚ୍ଚ ବୀରତା ସମ୍ମାନ ଅଶୋକ ଚକ୍ର ପ୍ରଦାନ କରାଯାଇଛି । ୨୦୨୫ ଜୁନ ୨୫ରେ ଐତିହାସିକ ଆକ୍ସିଅମ ମିଶନ-୪ରେ ସେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ଯାତ୍ରା କରିଥିଲେ । ଚାରି ଦଶନ୍ଧିରୁ ଅଧିକ ସମୟ ପରେ ପ୍ରଥମ ଭାରତୀୟ ଭାବେ ସେ ମହାକାଶ କେନ୍ଦ୍ରକୁ ଯାଇଥିଲେ । ଆଇଏସ୍ଏସ୍ରେ ଦୀର୍ଘ ୧୮ ଦିନ ରହଣୀ କରିଥିଲେ । ଏହି ସମୟ ଭିତରେ ସେ ୬୦ଟି ବୈଜ୍ଞାନିକ ପରୀକ୍ଷା କରିଥିଲେ । ସେଥିରୁ ଇସ୍ରୋର ୭ଟି ପରୀକ୍ଷା ସାମିଲ ଥିଲା ।
77th #RepublicDay🇮🇳 | Indian astronaut IAF Group Captain Shubhanshu Shukla conferred with India's highest peacetime gallantry award, the Ashoka Chakra
— ANI (@ANI) January 26, 2026
(Source: DD) pic.twitter.com/Hhx0YuLKms
ଏହା ବି ପଢନ୍ତୁ...ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, କହିଲେ ରାଷ୍ଟ୍ର ନିର୍ମାଣରେ ଯୁବବର୍ଗଙ୍କ ରହିଛି ଭୂମିକା
ସେନାର ୩ ଜଣ ଅଫିସରଙ୍କୁ କୀର୍ତ୍ତିଚକ୍ର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ମେଜର ଅର୍ଶଦୀପ ସିଂହ, ନାଏବ ସୁବେଦାର ଡୋଲେଶ୍ୱର ସୁବା ଏବଂ ଗ୍ରୁପ କ୍ୟାପଟେନ ପ୍ରଶାନ୍ତ ବାଲକ୍ରିଷ୍ଣ ନାୟର । ଏଥିସହ ସେନାର ୧୩ ଜଣ ଅଫିସରଙ୍କୁ ମଧ୍ୟ ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ମିଳିଛି ।