ନୂଆଦିଲ୍ଲୀ,୧୦/୧୧: ଆସନ୍ତା ବର୍ଷ ଫେବ୍ରୁଆରୀ ୭  ତାରିଖରୁ ଆରମ୍ଭ ହେବ ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ ୨୦୨୬ । ଭାରତ ଓ ଶ୍ରୀଲଙ୍କା ଏହାକୁ ମିଳିତ ଭାବେ ଆୟୋଜନ କରିବେ । ଅଫିସିଆଲ ଭାବେ କେଉଁ  ଭେନ୍ୟୁରେ କେଉଁ ମ୍ୟାଚ ଖେଳାଯିବ ତାହା ଘୋଷଣା ହୋଇ ନାହିଁ । କିନ୍ତୁ  ମାର୍ଚ୍ଚ ୮ ତାରିଖରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି  ଜାତୀୟ ଗଣମାଧ୍ୟମରୁ ଜଣ ପଡ଼ିଛି । ଅହମ୍ମଦାବାଦରେ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ । ମୁମ୍ବାଇ ଓ କୋଲକାତାରେ ସେମି ଫାଇନାଲ ଖେଳାଯିବ। ଭାରତାରେ  ମୁମ୍ବାଇ, କୋଲକାତା, ଦିଲ୍ଲୀ, ଚେନ୍ନାଇ  ଓ ଅହମ୍ମଦାବାଦ ଭେନ୍ୟୁ ତାଲିକାରେ ରହିବ । ହେଲେ ଖୁବଶୀଘ୍ର  ଟୁର୍ଣ୍ଣାମେଣ୍ଟର ସଂପୂର୍ଣ୍ଣ ସୂଚୀ ଘୋଷଣା ହେବ ବୋଲି ଜାଣିବାକୁ ମିଳିଛି । ଭାରତ ଡିଫେଣ୍ଡିଂ ଚାମ୍ପିଅନ ରହିଛି ।