ନୂଆଦିଲ୍ଲୀ; ୨୧/୧ : ଭାରତରେ ବାଂଲାଦେଶ ଟି-୨୦ ବିଶ୍ବକପ ନ ଖେଳିବା ପ୍ରସଙ୍ଗରେ ଆଇସିସିର ପ୍ରତିକ୍ରିୟା । ବାଂଲାଦେଶର ଆବେଦନକୁ ଖାରଜ କଲା ICC । ୧୪:୨ ଭୋଟ୍ ଅନୁସାରେ ICC ଏଭଳି ନିଷ୍ପତ୍ତି ନେଇଛି । ସେପଟେ କୁହାଯାଇଛି କି,ବାଂଲାଦେଶ ଯଦି ନମାନେ ତାହେଲେ ବଦଳରେ ଖେଳିବ ସ୍କଟଲ୍ୟାଣ୍ଡ୍ । ୨୪ ଘଣ୍ଟା ଭିତରେ ଜବାବ ରଖିବାକୁ BCBକୁ ନିର୍ଦ୍ଦେଶ ଦେଇଛି ଆଇସିସି । ମଙ୍ଗଳବାର ତୃତୀୟଥର ପାଇଁ ଆଇସିସିକୁ ଚିଠି ଲେଖିଥିଲା ବାଂଲାଦେଶ । ଆଜି ଚୂଡ଼ାନ୍ତ ରାୟ ଆସିବା ପାଇଁ ରହିଥିବାବେଳେ ଆବେଦନକୁ ଖାରଜ କରାଯାଇଛି ।

କହି ରଖୁଛୁ କି,ଭାରତରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପରେ ବାଂଲାଦେଶ ଭାରତରେ ଖେଳିବାକୁ ମନା କରିଛି ।ଖେଳାଳିଙ୍କ ସୁରକ୍ଷାକୁ ନେଇଚିନ୍ତା ପ୍ରକଟ କରି ବାରମ୍ବାର ଆଇସିସିକୁ ଚିଠି ଲେଖିଥିଲା ବାଂଲାଦେଶ ।ତେବେ ଏହି ବିବାଦ ପଛର ମୁଖ୍ୟ କାରଣ ହେଉଛିବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା ଏବଂ ଅଚ୍ୟାଚାର ବୃଦ୍ଧି ପାଉଛି । ଯାହାକୁ ଭାରତରେ ବିରୋଧ କରାଯାଇଛି । ଯାହାର ପ୍ରଭାବ ଖେଳ ଉପରେ ମଧ୍ୟ ପଡ଼ିଛି । ବାଂଲାଦେଶ କ୍ରିକେଟର ମୁସ୍ତାଫିଜୁର ରେହେମାନଙ୍କୁ କେକେଆର ନିଜ ଟିମରେ ସାମିଲ୍ କରିଥିଲା । ମାତ୍ର ତାଙ୍କୁ ଦଳରୁବାହାର କରିବା ପାଇଁ ଲାଗି ରହିଥିଲା ବିବାଦ । ଯାହାକୁ ନେଇ ଶାହାରୁଖ ଖାନଙ୍କୁ ଦେଶଦ୍ରୋହୀ ବୋଲି ମଧ୍ୟ କୁହାଯାଇଥିଲା । ପରେ ବିସିସିଆର ନିଦ୍ଦେଶ ପରେ ତାଙ୍କୁ ଦଳରୁ ରିଲିଜ୍ କରିଥିଲା କେକେଆର । ଏହାପରେ ବାଂଲାଦେଶ କ୍ରିକେଟ ବୋର୍ଡ ତାଙ୍କ ସପକ୍ଷରେ ଆସି ଭାରତରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପ ଖେଳିବାକୁ ସିଧା ସିଧା ମନା କରି ଦେଇଥିଲା । ଯେଉଁ କାରଣରୁ ବାରମ୍ବାର ଆଇସିସିକୁ ତିନିଥର ଚିଠି ଲେଖି ଶ୍ରୀଲଙ୍କାରେ ଖେଳିବା ପାଇଁ ଚିଠି ଲେଖିଥିଲା ବାଂଲାଦେଶ ।