ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆଇସିସି ଏକାଦଶ ଘୋଷିତ: ଟେଷ୍ଟରେ ସ୍ଥାନ ପାଇଲେ ଜୈସ୍ୱାଲ, ଜାଡେଜା, ବୁମରା, ମହିଳା ଦିନିକିଆ ଏକାଦଶରେ ମନ୍ଧନା, ଦୀପ୍ତି

Published By : Prameya | January 25, 2025 10:10 AM

ଦୁବାଇ, ୨୫/୦୧: ଆଇସିସି ପକ୍ଷରୁ ୨୦୨୪ ବର୍ଷର ଶ୍ରେଷ୍ଠ ଟେଷ୍ଟ, ଦିନିକିଆ ଏକାଦଶ  ଏବଂ ମହିଳା ଦିନିକିଆ ଏକାଦଶ ଘୋଷଣା ହୋଇଛି । ଟେଷ୍ଟ ଏକାଦଶରେ ଭାରତର ୩ଜଣ ଖେଳାଳି ସ୍ଥାନ  ପାଇଛନ୍ତି । ସେମାନେ ହେଲେ ଓପନର ଯଶସ୍ୱୀ  ଜୈସ୍ୱାଲ, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ପେସ୍‌ ବୋଲର ଯଶପ୍ରୀତ ବୁମରା । ପୁରୁଷ ଦିନିକିଆ ଏକାଦଶରେ କୌଣସି ଭାରତୀୟଙ୍କୁ ସ୍ଥାନ ମିଳିନାହିଁ ।  ମାତ୍ର ମହିଳା ଦିନିକିଆ ଏକାଦଶରେ ଓପନର ସ୍ମୃତି  ମନ୍ଧନା ଓ ଅଲରାଉଣ୍ଡର ଦୀପ୍ତି ଶର୍ମା ସ୍ଥାନ ପାଇଛନ୍ତି । 




ବୁମରା ଗତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ  ୩୨ଟି ୱିକେଟ୍‌ ନେଇ ପ୍ଲେୟାର ଅଫ୍‌ ଦ ସିରିଜ ବିବେଚିତ  ହୋଇଥିଲେ । ସେହିପରି ଜୈସ୍ୱାଲ ଏହି ସିରିଜରେ  ୩୯୧ (୧ଶତକ, ୨ ଅର୍ଦ୍ଧଶତକ) ରନ୍‌ କରିଥିବାବେଳେ  ଜାଡେଜା ୧୩୫ ରନ୍‌ କରିବା ସହ ୪ ୱିକେଟ୍‌ ହାସଲ  କରିଥିଲେ । ଚଳିତ ଡବ୍ଲ୍ୟୁଟିସି ଚକ୍ର (୨୦୨୩-୨୫) ରେ ବୁମରା ସର୍ବାଧିକ ୭୭ଟି ୱିକେଟ୍‌ ନେଇଛନ୍ତି ।  ଜୈସ୍ୱାଲ ୫୨.୮୮ ଆଭରେଜରେ ମୋଟ ୧୭୯୮ରନ୍‌  ସଂଗ୍ରହ କରିଛନ୍ତି । ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍ସଙ୍କୁ  ଟେଷ୍ଟ ଏକାଦଶର ଅଧିନାୟକ ମନୋନୀତ କରାଯାଇଛି । 




ପୁରୁଷ ଟେଷ୍ଟ ଏକାଦଶ: ପ୍ୟାଟ୍‌ କମିନ୍ସ (ଅଧିନାୟକ), ଯଶସ୍ୱୀ  ଜୈସ୍ୱାଲ, ବେନ୍‌ ଡକେଟ, କେନ୍‌ ୱିଲିୟମସନ୍‌, ଜୋ  ରୁଟ୍‌, ହ୍ୟାରୀ ବ୍ରୁକ୍‌, କାମିଣ୍ଡୁ ମେଣ୍ଡିସ୍‌, ଜାମି ସ୍ମିଥ୍‌,  ରବୀନ୍ଦ୍ର ଜାଡେଜା, ମାଟ୍‌ ହେନରୀ, ଯଶପ୍ରୀତ ବୁମରା । 

ମହିଳା ଦିନିକିଆ ଏକାଦଶ: ସ୍ମୃତି ମନ୍ଧନା, ଲାଉରା ଉଲଭାର୍ଟ  (ଅଧିନାୟିକା), ଚମାରୀ ଆଟାପଟୁ, ହେଲି ମାଥ୍ୟୁସ,  ମାରିଜନେ କାପ୍‌, ଆସଲି ଗାର୍ଡନର, ଆନାବେଲ ସୁଦରଲାଣ୍ଡ,  ଆମି ଜୋନ୍ସ, ଦୀପ୍ତି ଶର୍ମା, ସୋଫି ଏକ୍ଲେଷ୍ଟୋନ୍‌, କେଟ କ୍ରସ୍‌ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.