ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ପାକିସ୍ତାନୀ ଅଭିନେତ୍ରୀ ସଲିମ ଖାନଙ୍କ ଏକ ପ୍ରତିକ୍ରିୟା । ଯେଉଁଥିରେ ସେ ଦ୍ବିତୀୟ ବିବାହ ସମ୍ପର୍କରେ ଏକ ପୋଡକାଷ୍ଟରେ ନିଜର ମତ ରଖିଥିଲେ । ଭିଡିଓଟି ପାକିସ୍ତାନରେ ବେଶ ଭାଇରାଲ ହେଉଥିବାବେଳେ ନିଜ ଦେଶର ଫ୍ୟାନ୍ସମାନେ ତାଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି । ଏହାସହ ବହୁ ଖରାପ କମେଣ୍ଟମାନ ମଧ୍ୟ ଦେଉଛନ୍ତି ।
କହି ରଖୁଛୁ କି, ଏକ ପୋଡକାଷ୍ଟରେ ଯୋଗ ଦେଇଥିବାବେଳେ ସଲିମଙ୍କ ବିବାହ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ସେ ନିଜର ଉତ୍ତର ଦ୍ବିତୟ ବିବାହ ଏବଂ ପ୍ରଥମ ପତ୍ନୀଙ୍କୁ ଛାଡ଼ିବା ଉପରେ ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଛନ୍ତି କି, କେବେ ମଧ୍ୟ ପ୍ରଥମ ସ୍ତ୍ରୀ ଛାଡ଼ନ୍ତୁ ନାହିଁ । କାରଣ ସେ ଆପଣଙ୍କ ବଂଶକୁ ଆଗକୁ ନେଇଥାନ୍ତି । ତେଣୁ ତାଙ୍କୁ କେବେ ମଧ୍ୟ ଛାଡ଼ନ୍ତୁ ନାହିଁ ।
ଏହାପରେ ପ୍ରଶ୍ନ କରାଯାଇଥିଲା କି, ପ୍ରଥମ ସ୍ତ୍ରୀ ଥିବାବେଳେ ଦ୍ବିତୀୟ ବିବାହ କରିବା ଭୁଲ୍ କି ? ଉତ୍ତରରେ ସଲିମ କହିଥିଲେ କି, ଯଦି କୌଣସି ମହିଳାଙ୍କ ବୟସ ୪୦ ଉପରେ ହୋଇଯାଇଛି । ଆଉ ତାଙ୍କ ସ୍ବାମୀ ତାଙ୍କ ପାଖରେ ଖୁସି ନାହାନ୍ତି କିମ୍ବା ଭବିଷ୍ୟତ ଦେଖନ୍ତି ନାହିଁ ତାହେଲେ ସେ ଦ୍ବିତୀୟ ବିବାହ କରିବା ଉଚିତ୍ । ଯେଉଁଥିରେ କୌଣସି ଭୁଲ୍ ନାହିଁ । ତେବେ ସ୍ବାମୀ ତାଙ୍କ ପତ୍ନୀଙ୍କ ଅନୁମତି ନେବା ଜରୁରୀ ବୋଲି କହିଛନ୍ତି । କିନ୍ତୁ ୪୦ ବର୍ଷ ପରେ ଦ୍ବିତୀୟ ବିବାହ କହିଥିବା ମନ୍ତବ୍ୟକୁ ବିବାଦୀୟ ବୋଲି ନିଜ ଦେଶର ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।
ତାଙ୍କର ଭିଡିଓକୁ ବେଶ ସେୟାର କରି ଟ୍ରୋଲ କରି କ୍ୟାପସନ ଦେଉଛନ୍ତି ୟୁଜର୍ସ । ଜଣେ ୟୁଜର୍ସ ଲେଖିଛନ୍ତି କି, ବାହାଘର କଣ ଏକ ଉପଭୋଗ ଜିନିଷ କି ? ଏହା ଏକ ଦାୟିତ୍ବ । ଏହାସହ ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି କି, ଯଦି ଜଣେ ପୁରୁଷ ମହିଳାଙ୍କୁ ପସନ୍ଦ କରୁନି ତାହେଲେ ମହିଳା ଜଣକ କ’ଣ କରିବା ଉଚିତ୍ ବୋଲି ସେ କମେଣ୍ଟରେ ନିଜର ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଜଣେ ୟୁଜର୍ସ ବେଶ ରାଗିଯାଇଥିବା ଭଳି ମନେ ହେଉଛି । ସେ ନିଜର କମେଣ୍ଟରେ ଲେଖିଛନ୍ତି କି, ଏହି ଅଭିନେତ୍ରୀଙ୍କ ଏଭଳି ମନ୍ତବ୍ୟ ପାଇଁ ଜେଲ୍ ଦଣ୍ଡ ହେବା ଉଚିତ୍ ।
ଏହାସହ ପଢ଼ନ୍ତୁ : ପରମ୍ପରା ଭାଙ୍ଗି ପ୍ରଥମଥର ପାଇଁ ମମତା ବୁଥରୁ ବୁଥ୍ ବୁଲିଲେ କାହିଁକି,କଣ ଡରାଉଛି ପରାଜୟର ଭୟ ?