ପ୍ରମୂଖ ଖବର
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ସୋରଡ଼ାରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ; ଯାନବାହାନ ଚଳାଚଳ ଠପ୍

Published By : Harapriya Sethi | July 17, 2025 1:53 PM

ସୋରଡ଼ା,୧୭/୦୭: ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ଦାରିଙ୍ଗବାଡି, ଆସ୍କା, ଭଞ୍ଜନଗର ବସ୍‌ ଚଳାଚଳ ବନ୍ଦ ରହିଛି । କଂଗ୍ରେସ, ବାମପନ୍ଥୀ, କୃଷକ ସଂଗଠନ ତରଫରୁ ପୃଥକ ପୃଥକ ଶୋଭାଯାତ୍ରା ସହ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଠାରେ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଉପସ୍ଥାପନ କମ୍ ରହିଥିବା ବେଳେ ଗ୍ରାମାଞ୍ଚଳ ଜନତା ସହରକୁ ଆସୁନାହାନ୍ତି । କଂଗ୍ରେସର ବ୍ଲକ ସଭାପତି ହରିକୃଷ୍ଣ ରଥ, ସତ୍ୟ ପାତ୍ର, ଅଭିଷେକ ଦଳ ବେହେରା, ସିପିଆଇର ବିଭୁ ପ୍ରସାଦ ପାଣିଗ୍ରାହୀ, କୃଷକ ସଂଗଠନର ସଂଗ୍ରାମ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ । ସବୁ ସଂଗଠନର ଦିନସାରା ବିକ୍ଷୋଭ ଚାଲିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.