ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଶିଶୁ ବାଟିକାରେ ଆରମ୍ଭ ହେବ ପାଠପଢ଼ା; ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ, ନବରଙ୍ଗପୁରରେ ଗଣଶିକ୍ଷା ମନ୍ତ୍ରୀ ହେବେ ସାମିଲ

Published By : Anindita Ratha | April 2, 2025 9:25 AM

ଭୁବନେଶ୍ୱର,୦୨/୦୪: ଆଜିଠାରୁ ଶିଶୁ ବାଟିକାରେ ଆରମ୍ଭ ହେବ ପାଠପଢ଼ା । ପିଲାମାନେ ଖଡ଼ି ଛୁଇଁ ଆରମ୍ଭ କରିବେ ପାଠପଢ଼ା । ପାରମ୍ପରିକ ରୀତିନୀତିରେ ପିଲାଙ୍କର  ହେବ ବିଦ୍ୟାଳୟ ପ୍ରବେଶ ଉତ୍ସବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ବଡ଼ଗଡ଼ ହାଇସ୍କୁଲରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହେବେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନବରଙ୍ଗପୁରରେ ଆୟୋଜିତ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲିଠୁ ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦ । ଏହି ଅନୁଯାୟୀ ଆସନ୍ତାକାଲିଠୁ ଶିଶୁ ବାଟିକାରେ ହେବ ନାମଲେଖା । ଏନେଇ ଖଡ଼ି ଛୁଆଁ ସହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ । ପ୍ରସ୍ତୁତି ଅନୁଯାୟୀ, ସ୍କୁଲରେ ପିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯିବ । 

ଏହା ମଧ୍ୟ ପଢନ୍ତୁ-  ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା, ୩ ଓ ୪ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ

ଖଡ଼ି ଛୁଆଁ ଦିବସ ପାଇଁ ୪ ଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ଯେଉଁଥିରେ ପ୍ରଥମ ଦିନ ନାମଲେଖା ହେବ । ଉତ୍ସବ ପାଇଁ ସ୍କୁଲକୁ ସୁସଜ୍ଜିତ କରାଯିବ । ପିଲାଙ୍କୁ ତିଳକ ଲଗାଇ ଫୁଲ ପକାଇ ସ୍କୁଲକୁ ସ୍ୱାଗତ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବାର୍ତ୍ତାକୁ ପଢ଼ାଯିବ । ଏଥିସହ ପିଲାଙ୍କୁ କିଟ୍‌ ବଣ୍ଟନ ହେବ । ସ୍କୁଲରେ ଗାଁର ବୈଠକ ହେବ । ଅଭିଭାବକ ଛାତ୍ର ବନ୍ଧନକୁ ସୁଦୃଢ଼ କରାଯିବ । ଅଭିଭାବକମାନେ ନିଜର ପିଲା ଦିନର ଅଭୁଲା ସ୍ମୃତିକୁ ପିଲାଙ୍କ ଆଗରେ ବଖାଣିବେ । ପିଲାମାନେ ସ୍କୁଲର ଶ୍ରେଣୀ ଗୃହ ପରିଦର୍ଶନ କରିବା ସହ ସାକ୍ଷରତା ଷ୍ଟେସନ୍‌, ସଂଖ୍ୟାଜ୍ଞାନ ଷ୍ଟେସନ୍‌, କ୍ରିଏଟିଭ୍‌ ଷ୍ଟେସନ୍‌ ବୁଲିବେ । ଦ୍ୱିତୀୟ ଦିନ ନୂଆ ପିଲାଙ୍କୁ ନେଇ ପୁରୁଣା ପିଲାଙ୍କ ସହ ଏକ ଗ୍ରୁପ କରାଯିବ । ଯାହାକୁ କୁନି ସଂଗାତ କୁହାଯିବ । ଶେଷ ଦିନ ଶପଥ ପାଠ କରାଯିବ । ଅଭିଭାବକଙ୍କୁ ନେଇ ଏକ ହ୍ୱାଟସ୍‌ ଆପ୍‌ ଗ୍ରୁପ ହେବ ବୋଲି ସୂଚନା ରହିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.