ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଟାୟାରରୁ ବାହାରିଲା ୧୧ଟି ଟଙ୍କା ବଣ୍ତଲ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Published By : Anindita Ratha | November 15, 2024 2:46 PM

ନୂଆଦିଲ୍ଲୀ,୧୫/୧୧: ଟାୟାରରୁ ବାହାରିଲା ପୁଳା ପୁଳା ଟଙ୍କା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରେ ମିଳିଲା ୫୦ ଳକ୍ଷ ଟଙ୍କା ଅର୍ଥାତ ପାଖାପାଖି ୧୧ଟି ଟଙ୍କା ବଣ୍ତଲ  । ତେବେ ବର୍ତ୍ତମାନ ଝାଡ଼ଖଣ୍ତରେ ନିର୍ବାଚନ ଚାଲୁଥିବାବେଳେ ଏତେ ପରିମାଣରେ ଟଙ୍କା ମିଳିବା ପରେ ରାଜନୀତି ସରଗରମ ହୋଇଛି। 

ତେବେ ଝାଡଖଣ୍ଡ-ବିହାର ସୀମା ନିକଟ ଦେଓରି ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ଚେକ୍‌ ପୋଷ୍ଟରେ ଗାଡ଼ି ଚେକ୍‌ ସମୟରେ ଏତେ ପରିମାଣରେ ଟଙ୍କା ମିଳିଛି । ଆୟକର ବିଭାଗ କହିବା ଅନୁଯାୟୀ ଝାଡଖଣ୍ଡରେ ଏକ ଗାଡିର ଟାୟାର ଭିତରୁ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଆୟକର ଅଧିକାରୀ ଓ ସୁରକ୍ଷା କର୍ମୀମାନେ ଏକ ଭିଡିଓରେ ଟାୟାରରୁ ଟଙ୍କା ବାହାର କରୁଥିବା ଦେଖିବାକୁ ମିଳୁଛି। ଟାୟାରରେ ଥିବା କଣା ଭିତରୁ ଆୟକର ଅଧିକାରୀମାନେ ପାଖାପାଖି ୧୧ଟି ଟଙ୍କା ବଣ୍ତଲ ବାହାର କରିଥିବା ଜଣାପଡିଛି।  ତେବେ ଝାଡଖଣ୍ଡର ଗୋଦଡା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପିର ସାଂସଦ ନିଶିକାନ୍ତ ଦୁବେ ଏହି ଭିଡିଓକୁ ସୋସିଆଲ ମିଡ଼ିଆ ‘ଏକ୍ସ’ରେ ସେୟାର କରି ଝାଡ଼ଖଣ୍ତର ଶାସକ  ଦଳ ଜେଏମ୍‌ଏମ୍‌ ଓ କଂଗ୍ରେସକୁ ଟାଗେର୍ଟ କରିଛନ୍ତି ।

ରାଜ୍ୟରେ ଦୁର୍ନୀତିର ଶାସନ ଚାଳିଥିଲା ବୋଲି ଅଭିଯୋଗ କରିଛନ୍ତି । ଏହାପରେ ଝାଡଖଣ୍ଡର ବିଜେପି ରାଜ୍ୟ ସଭାପତି ମଧ୍ୟ ଏହି ଭିଡ଼ିଓକୁ ସେୟାର କରି ରାଜ୍ୟ ସରକାର ଓ କଂଗ୍ରେସକୁ ଟାଗେର୍ଟ କରିଛନ୍ତି । କହିଛନ୍ତି-କଂଗ୍ରେସ ଓ ଜେଏମ୍‌ଏମ୍‌ ଟଙ୍କା ବଳରେ ଏ ନିର୍ବାଚନକୁ ଜିତିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଝାଡ଼ଖଣ୍ତରେ ବିଧାନସଭା ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ ପଡ଼ି ସାରିଛି । ୪୩ଟି ବିଧାନସଭା ପାଇଁ ଦିନ ୫ଟା ସୁଦ୍ଧା ୬୪.୮୬ % ଭୋଟ ପଡ଼ିଛି । ଯାହା ୨୦୧୯ ବିଧାନସଭା ନିର୍ବାଚନରେ ୬୩.୯% ରହିଥିଲା । ଦ୍ବିତୀୟ ପର୍ଯ୍ୟାୟ ପାଇଁ ୨୦ ନଭେମ୍ବରରେ ଭୋଟ ପଡ଼ିବ  । ଯାହା ୩୮ଟି ବିଧାନସଭା ପାଇଁ ଭୋଟ ପଡ଼ିବ । ୨୩ ନଭେମ୍ବରରେ ଭୋଟ ଗଣିତ ହେବ । ଜାତୀୟ ନିର୍ବାଚନ କମିଶନ ଅନୁଯାୟୀ, ଝାଡ଼ଖଣ୍ତରୁ ପାୟ ୧୦.୪୬ କୋଟି ଟଙ୍କା ଜବତ ହୋଇଛି । ୭.୧୫ କୋଟିର ମଦ ଜବତ ହୋଇଥିବା ବେଳେ ୮.୯୯ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.