ମାଲକାନଗିରି,୨୦/୬ : ସାରା ଓଡ଼ିଶାରେ ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ବିଭିନ୍ନ ଫାଷ୍ଟଫୁଡ, ହୋଟେଲ ଏବଂ ଜଳଖିଆ ଦୋକାନ ଉପରେ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଏବଂ ପୌରପାଳିକାର ମିଳିତ ଚଢଉ କରାଯାଇଛି । ବାସୀ ଖାଦ୍ୟ ସହ ବିଭିନ୍ନ ଦୋକାନରେ ବ୍ୟବହାର ହେଉଥିବା ପାଣିର ନମୁନା ସଂଗ୍ରହ କରାଯାଇ ଯେପରି ସମସ୍ତ ହୋଟେଲ ଓ ଦୋକାନ ମାଲିକମାନେ ସରକାରୀ ନିୟମର ପାଳନ କରି ସ୍ବଚ୍ଛ ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରିବେ ସେ ନେଇ ତାଗିଦ କରିଛନ୍ତି।
ବିଭିନ୍ନ ଦୋକାନ ଗୁଡ଼ିକରୁ ସଂଗ୍ରହ ଖାଦ୍ୟ ଓ ପାଣି ନମୁନା ଯାଞ୍ଚ ହେବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ଯେଉଁ ଦୋକାନୀ ବେନିୟମ କାର୍ଯ୍ୟ ତଥା ବିନା ଅନୁମତିରେ ଦୋକାନ ଚଳାଉଥିଲେ । ସେମାନଙ୍କଠାରୁ ପାଖାପାଖି ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଶୁଦ୍ଧ ପାନୀୟ ଜଳ ସହ ସଜ ଖାଦ୍ୟ ପରିବେଷଣ ପାଇଁ ବିଭାଗ ପକ୍ଷରୁ ତାଗିଦ୍ କରାଯାଇଛି । ଏହି ଚଢଉରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ ସେଠୀ, ମହାମାରୀ ବିଶେଷଜ୍ଞ ଡାକ୍ତର ଦୁର୍ଗା ପ୍ରସାଦ ରାଜ, ସ୍ୱାସ୍ଥ୍ୟ ବିଭାଗ ଓ ପୌରପରିଷଦ କର୍ମଚାରୀ ଏବଂ ପୁଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।