ନୂଆଦିଲ୍ଲୀ,୧୪/୦୭; ଆଉ କିଛି ସମୟ ପରେ ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ । ବର୍ମିଂହାମରେ ଏଜବାଷ୍ଟନରେ ଖେଳାଯିବ ପ୍ରଥମ ଦିନିକିଆ ମ୍ୟାଚ୍ । ଏହା ପୂର୍ବରୁ ପ୍ରାକ୍ଟିସ୍ ସେସନରେ ଟିମ୍ ଇଣ୍ଡିଆ ସହିତ ଜଡି଼ତ ବଡ଼ ବିବାଦ ସାମ୍ନାକୁ ଆସିଛି । ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ କିଙ୍ଗ କୋହଲି ପରସ୍ପର ସହ କଥା ହୋଇନଥିବା ଦେଖିବାକୁ ମିଳିଛି । ରିପୋର୍ଟ ହୋଇଛି ଯେ, ବିରାଟ କୋହଲି ଏବଂ ଗୌତମ ଗମ୍ଭୀର କଥାବାର୍ତ୍ତା କରୁନାହାଁନ୍ତି । ଟିମ୍ ଇଣ୍ଡିଆର ଅଭ୍ୟାସ ଅଧିବେଶନ ସମୟରେ ଗମ୍ଭୀର ସମସ୍ତ ବରିଷ୍ଠ ଖେଳାଳିଙ୍କ ସହ କଥା ହୋଇଥିଲେ ମଧ୍ୟ, ବିରାଟଙ୍କ ସହ ତାଙ୍କର ଆଲୋଚନାର କୌଣସି ଫୁଟେଜ୍ ମିଳିନାହିଁ ।
ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ପାଇଁ ଟିମ୍ ଇଣ୍ଡିଆ ଏଜବାଷ୍ଟନରେ ବ୍ୟାପକ ଅଭ୍ୟାସ କରିଛି । ଅଭ୍ୟାସ ସେସନରେ କିଛି ଏପରି ଘଟିଥିଲା, ଯାହା ଏବେ ଏକ ନୂଆ ବିବାଦ ସୃଷ୍ଟି କରିଛି । ପ୍ରଶ୍ନ ହେଉଛି, ଟିମ୍ ଇଣ୍ଡିଆ ଭିତରେ ସବୁକିଛି ଠିକ୍ ଠାକ୍ ନାହିଁ କି ? କାରଣ ଯଦି ଏପରି ହୋଇଥାନ୍ତା, ତେବେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ବିରାଟ କୋହଲି କଥାବାର୍ତ୍ତା ନକରିବା ଅସମ୍ଭବ । ଟାଇମ୍ସ ନାଓ ରିପୋର୍ଟ ଅନୁଯାୟୀ, ବର୍ମିଂହାମରେ ଅଭ୍ୟାସ ସେସନ୍ ସମୟରେ ଗମ୍ଭୀର ଏବଂ ବିରାଟ କଥାବାର୍ତ୍ତା ହୋଇନଥିଲେ ।
ରିପୋର୍ଟ ଅନୁସାରେ, ଏଜବାଷ୍ଟନରେ ଅଭ୍ୟାସ ଅଧିବେଶନ ସମୟରେ ଗମ୍ଭୀର ଦଳର ପ୍ରାୟ ସମସ୍ତ ବରିଷ୍ଠ ଖେଳାଳିଙ୍କ ସହ କଥା ହୋଇଥିଲେ, ଯେଉଁଥିରେ ରୋହିତ ଶର୍ମା, ଶୁଭମନ ଗିଲ ଏବଂ କେଏଲ ରାହୁଲ ମଧ୍ୟ ସାମିଲ ଥିଲେ । ଏହା ବିସିସିଆ ସେୟାର କରିଥିବା ଭିଡ଼ିଓ ଏବଂ ଫଟୋରେ ମଧ୍ୟ ଦେଖବାକୁ ମିଳିଛି । ବିରାଟ କୋହଲିଙ୍କ ସହ ଗମ୍ଭୀରଙ୍କ କଥାବାର୍ତ୍ତୀର କୌଣସି ଠୋସ୍ ପ୍ରମାଣ ମିଳିନାହିଁ । ରିପୋର୍ଟ ଅନୁସାରେ, ଟିମ୍ ଇଣ୍ଡିଆର ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକଙ୍କୁ ମଧ୍ୟ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ସହ ନେଟ୍ ଅଭ୍ୟାସ ବିଷୟରେ ପୃଥକ ଭାବରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା । ଭାରତୀୟ ଶିବିରରୁ ଏପରି ଚିତ୍ରଗୁଡ଼ିକ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆ ଭିତରେ ଥିବା ଫାଟକୁ ପଦାରେ ପକେଇଛି ।
ଏହା ବି ପଢନ୍ତୁ...Suryakumar Yadav: ସୂର୍ଯ୍ୟକୁମାରଙ୍କ ଫେରିବା ନେଇ ବଡ଼ ଖବର, ଟିମ୍ ଇଣ୍ଡିଆରେ କମବ୍ୟାକ୍ ନେଇ BCCIର ବଡ଼ ଖୁଲାସା
ବିରାଟ ଏବଂ ଗମ୍ଭୀରଙ୍କ ସମ୍ପର୍କ ପୂର୍ବରୁ ତିକ୍ତ- ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ସମ୍ପର୍କ ପୂର୍ବରୁ ତିକ୍ତ ହୋଇସାରିଛି । ଆଇପିଏଲ ସମୟରେ ଉଭୟଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ଫଟୋ ଖବରର ହେଡଲାଇନ୍ସ ପାଲଟିଥିଲା । ପରିସ୍ଥିତି ସ୍ୱାଭାବିକ ହୋଇସାରିଥିବା ରିପୋର୍ଟ ଆସିଥିଲା । କିନ୍ତୁ ଏବେ ବି ଗମ୍ଭୀର ଏବଂ ବିରାଟଙ୍କ ମଧ୍ୟରେ ଫାଟ ଏପର୍ଯ୍ୟନ୍ତ ସୁଧୁରି ନଥିବା ପରି ମନେ ହେଉଛି । ଏଜବାଷ୍ଟନରୁ ଟାଇମ୍ସ ନାଓ ରିପୋର୍ଟରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଥିବା ଘଟଣା ସମ୍ନାକୁ ଆସିଛି । କୁହାଯାଉଛି କି, ଗମ୍ଭୀର ଏବଂ ବିରାଟ ବହୁତ ଦିନ ଧରି କଥାବାର୍ତ୍ତା ହେଉନାହାନ୍ତି ।