ନୂଆଦିଲ୍ଲୀ: ଲଗାତାର ପରାଜୟ ଭାରତ ପାଇଁ ଚିନ୍ତାର କାରଣ । ଆୟାର୍ଲାଣ୍ଡ ପରେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ମଧ୍ୟ ଭାରତ ହାତରୁ ଯାଇଛି । ତେବେ କ୍ଲିନ୍ ସୁଇପରୁ ବଞ୍ଚିତ ହେବା ଏବଂ ସମ୍ମାନ ରକ୍ଷା ପାଇଁ ଭାରତ ଅନ୍ତିମ ମ୍ୟାଚ୍ ଜିତିବା ପାଇଁ ପ୍ରୟାସ କରିବ । ଏଣୁ ଦଳରେ ପରିବର୍ତ୍ତନ ନିହାତି ଜରୁରୀ ବୋଲି କ୍ରିକେଟ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ଟିମ୍ ଇଣ୍ଡିଆକୁ ବିଶ୍ବକପ ଜିତାଇଥିବା ଷ୍ଟାର ଓପନର ସଞ୍ଜୁ ସାମସନଙ୍କୁ ଦଳରେ ଖେଳାଇବାକୁ ବିଭିନ୍ନ ମହଲରେ ଦାବି କରାଯାଉଛି । ତେବେ ଅନ୍ତିମ ଟି-୨୦ରେ ସେ ଦଳକୁ ଫେରିବେ ବୋଲି କୁହାଯାଉଛି । ଏବେ ପ୍ରଶ୍ନ ଉଠୁଛି କାହା ସ୍ଥାନରେ ସଞ୍ଜୁଙ୍କୁ ଦିଆଯିବ ସୁଯୋଗ ?
ସଞ୍ଜୁ ସାମସନ ଲଗାତାର ତିନୋଟି ମ୍ୟାଚରେ ଖରାପ ପ୍ରଦର୍ଶନ କରିଥିବାବେଳେ ତାଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାକୁ ସୁଯୋଗ ଦିଆଯାଇଥିଲା । ତଥାପି ବୈଭବ ତିନୋଟି ମ୍ୟାଚରେ ବଡ଼ ପାଳି ଖେଳିବାରେ ବିଫଳ ହୋଇଛନ୍ତି । ଯାହାକୁ ନେଇ ସେ ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି । ବୈଭବଙ୍କ ଦୁର୍ବଳତାକୁ ଧରି ନେଇଛନ୍ତି ଜୋଫ୍ରା ଆର୍ଚର । ଲଗାତାର ତାଙ୍କୁ ଦୁଇଟି ମ୍ୟାଚରେ ଆଉଟ୍ କରି ପାଭିଲିୟନ୍ ପଠାଇଛନ୍ତି ।
ସେପଟେ କୁହାଯାଉଛି କି, ସଞ୍ଜୁ ପଞ୍ଚମ ଟି-୨୦ରେ ଦଳରେ ସ୍ଥାନ ପାଇବା ନିଶ୍ଚିତ । ତେବେ ଇଶାନ କିଷନ କିମ୍ବା ତିଲକ ବର୍ମାଙ୍କ ମଧ୍ୟରୁ ଜଣେ ବାଦ୍ ପଡ଼ିପାରନ୍ତି । କାରଣ ଟପ୍ ଅର୍ଡରରେ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ ଆବଶ୍ୟକ ରହିଛି । ଏଣୁ ଏମାନଙ୍କ ମଧ୍ୟରୁ ଜଣେ କିମ୍ବା ବୈଭବଙ୍କୁ ବାଦ୍ ଦେବାର ସମ୍ଭାବନା ରହିଛି । ତିଲକ ଏବଂ ଇଶାନ ମଧ୍ୟ ଲଗାତାର ବିଫଳ ହେବାରେ ଲାଗିଛନ୍ତି । ଏହା ବ୍ୟତୀୟ ଅନ୍ତିମ ମ୍ୟାଚରେ ଶିଭମ ଦୁବେଙ୍କ ସ୍ଥାନରେ ସେଜଡେ ସ୍ଥାନ ପାଇବାର ସମ୍ଭାବନା ଅଧିକ ରହିଛି । ସେ ମଧ୍ୟ ଜଣେ ଡାହାଣ ହାତୀ ବ୍ୟାଟ୍ସମ୍ୟାନ । ଏଣୁ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ବଦଳରେ ଏହି ଦୁଇ ଖେଳାଳି ଦଳରେ ସ୍ଥାନ ପାଇପାରନ୍ତି ।
ଏହାସହ ପଢ଼ନ୍ତୁ : IND VS ENG 5th T20: ସଞ୍ଜୁ ଇନ୍, ଇଶାନ ଆଉଟ୍...ଅନ୍ତିମ ଟି-ଟ୍ୱେଣ୍ଟିରେ ବଡ଼ ପରିବର୍ତ୍ତନ ପ୍ରସ୍ତୁତିରେ ଶ୍ରେୟସ ବାହିନୀ