ବେଙ୍ଗାଲୁର,୧୬।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବେଙ୍ଗାଲୁରରେ ଖେଳା ହେବାକୁ ଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଖେଳ ରଦ୍ଦ। ବେଙ୍ଗାଲୁରରେ ପ୍ରବଳ ବର୍ଷା କାରଣରୁ ମ୍ୟାଚ୍ ଆରମ୍ଭ ହୋଇପାରିନଥିଲା। ଏପରିକି ଟସ୍ ମଧ୍ୟ ପଡିବା ସମ୍ଭବ ହୋଇନଥିଲା। ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ ଏନେଇ ସୂଚନା ଦଇଛି। ଏବେ ଟସ୍‌ ମ୍ୟାଚ୍‌ର ଦ୍ବିତୀୟ ଦିନ ଗୁରୁବାର ପକାଯିବ। ବିସିସିଆଇ ଟସ୍‌ ଓ ମ୍ୟାଚ୍‌ର ସମୟ ମଧ୍ୟ କହିଛନ୍ତି।

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ସକାଳ ୯ଟା ୩୦ ମିନିଟ୍‌ରେ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାର ଥିଲା। ଏଥିପାଇଁ ସକାଳ ୯ଟା ବେଳେ ଟସ୍‌ ପଡିବାର ଥିଲା। କିନ୍ତୁ ଏହାରେ ଖୁବ୍ ବର୍ଷା ହୋଇଥିଲା। ଏହି କାରଣରୁ ଟସ୍‌ ପଡିପାରିନଥିଲା। ବେଙ୍ଗାଲୁରରେ ରହି ରହି ବର୍ଷା ହେଉଛି। ଏବେ ବିସିସିଆଇ ମ୍ୟାଚ୍‌ ଓ ଟସ୍‌ର ନୂଆ ଟାଇମ୍ କହିଛି। ଏହି ମ୍ୟାଚ୍‌ ପାଇଁ ଗୁରୁବାର ସକାଳ ୮ଟା ୪୫ ମିନିଟ୍‌ରେ ଟସ୍ ପଡିବ। ସେଭଳି ୯ଟା ୧୫ ମିନିଟ୍‌ରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ମ୍ୟାଚର ପ୍ରଥମ ଦିନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। 

ବେଙ୍ଗାଲୁର ଟେଷ୍ଟର ଦ୍ବିତୀୟ ଦିନ ସେସନ୍ ଟାଇମ୍‌ ମଧ୍ୟ ବଦଳି ଯିବ। ଦିନର ପ୍ରଥମ ସେସନ୍ ସକାଳ ୯ଟା ୧୫ ମିନିଟ୍‌ରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ହେବ। ସେଭଳି ଦ୍ବିତୀୟ ସେନନ୍‌ ମଧ୍ୟାହ୍ନ ୧୨ଟା ୧୦ ମିନିଟ୍‌ରୁ ମଧ୍ୟାହ୍ନ ୨ଟା ୨୫ ପର୍ଯ୍ୟନ୍ତ ହେବ। ସେଭଳି ତୃତୀୟ ସେସନ୍ ମଧ୍ୟାହ୍ନ ୨ଟା ୪୫ ମିନିଟ୍‌ରୁ ସନ୍ଧ୍ୟା ୪ଟା ୪୫ ପର୍ଯ୍ୟନ୍ତ ହେବ।