ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍ ସମୟରେ ଫଶିଲେ ଗୌତମ ଗମ୍ଭୀର, ଜାଣନ୍ତୁ କାହିଁକି

Published By : Gurupada Nath | March 9, 2025 8:52 PM

ନୂଆଦିଲ୍ଲୀ, ୯/୩ :   ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ୍ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଛି। ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଭାରତ ପାଇଁ ୨୫୨ରନର ଟାର୍ଗେଟ ରଖିଥିଲା। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏହି ମ୍ୟାଚ୍ ସମ୍ପର୍କରେ ଏକ ପୋଷ୍ଟ କରିଥିଲେ । ଯାହା ଉପରେ ପ୍ରଶଂସକମାନେ ରାଗି ଯାଇଥିଲେ । ୟୁଜର୍ସମାନେ ତାଙ୍କୁ ବେଟିଂ ଆପ୍ ପ୍ରଚାର ପ୍ରମୋଟ କରିବା ନେଇ ଟ୍ରୋଲ୍ କରୁଛନ୍ତି।

ଗୌତମ ଗମ୍ଭୀର ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ଫାଇନାଲ ମ୍ୟାଚ୍ ସମ୍ପର୍କରେ ଏକ ପ୍ରମୋସନ୍ ପୋଷ୍ଟ କରିଛନ୍ତି। ଆପ୍ର ଡାଉନଲୋଡ୍ ଲିଙ୍କ୍ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି, "ରୋକୋ ଯୋଡ଼ି ଭାରତକୁ ଆଉ ଏକ ଚାମ୍ପିଅନ୍ସ ଓଡିଆଇ ଟ୍ରଫି ଜିତିବାରେ ସାହାଯ୍ୟ କରିବେ କି ?" ଏକ ଆପ୍‌ର ନାମ ଲେଖି ସେ ଲେଖିଲେ, ' ହଁ ଏବଂ ନା ପ୍ରଶ୍ନର ଉତ୍ତର ଦେଇ ଜିତନ୍ତୁ ପ୍ରଚୁର ପୁରସ୍କାର ।'

ଗୌତମ ଗମ୍ଭୀରଙ୍କ ଏହି ପୋଷ୍ଟରେ କିଛି ୟୁଜର୍ସ ଏକ ପୁରୁଣା ଖବରର ସ୍କ୍ରିନସଟ୍ ସେୟାର କରିଛନ୍ତି। ସେହି ଖବରରେ, ଗୌତମ ଗମ୍ଭୀର ତତ୍କାଳୀନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବିଷୟରେ କହୁଛନ୍ତି ଯେ, ଯଦି ବିସିସିଆଇ ସଭାପତି ଏକ ଫ୍ୟାଣ୍ଟସି ଲିଗ୍ ଆପ୍ ପ୍ରୋତ୍ସାହିତ କରନ୍ତି, ତେବେ ଖେଳାଳିମାନଙ୍କଠାରୁ କ'ଣ ଆଶା କରାଯିବା ଉଚିତ। ଭାରତୀୟ ଦଳର ମୁଖ୍ୟ କୋଚ୍ ଥିବା ସମୟରେ ଗୌତମ ଗମ୍ଭୀର ଏପରି ଏକ ଆପ୍ ପ୍ରଚାର କରିବା ପାଇଁ ଅନେକ ବ୍ୟବହାରକାରୀ ତାଙ୍କୁ ସମାଲୋଚନା କରୁଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.