ନୂଆଦିଲ୍ଲୀ, ୧/୩ : ଟସ୍ ଜିତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିବ ଓ୍ଵେଷ୍ଟଇଣ୍ଡିଜ। ସମାନ ଏକାଦଶ ସହ ଟିମ୍ ଇଣ୍ଡିଆ ମଇଦାନକୁ ଓହ୍ଲାଉଥିବା ବେଳେ ଓ୍ଵେଷ୍ଟଇଣ୍ଡିଜରେ ଗୋଟିଏ ପରିବର୍ତ୍ତନ ହୋଇଛି । ପୂର୍ବ ମ୍ୟାଚରେ ଭାରତ ଜିମ୍ବାଓ୍ବେ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବାବେଳେ ଏହି ମ୍ୟାଚରେ ମଧ୍ୟ ସେହି ଦଳ ବିଶାଳ ସ୍କୋର ହେଲେ ମଧ୍ୟ ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିପାରିବ ବୋଲି ଆଶା ରଖାଯାଇଛି । କାରଣ ଆଜିର ମ୍ୟାଚଟିକୁ କ୍ବାଟରଫାଇନାଲ ବୋଲି ମଧ୍ୟ କୁହାଯାଇପାରେ । କାରଣ ଯେଉଁ ଦଳ ଜିତିବ ସିଧା ସେମିରେ ପହଞ୍ଚିବ । ଏହା ଉଭୟ ଦଳର ସୁପର-୮ ମୁକାବିଲାର ଅନ୍ତିମ ମ୍ୟାଚ୍ ।
ଐତିହାସିକ ଇଡେନ ଗାର୍ଡେନ୍ସ ଆଜି କୌଣସି ଏକ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ । ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଘରୋଇ ସମର୍ଥକଙ୍କ ଗହଣରେ ଖେଳୁଥିଲେ ହେଁ ବିଜୟ ଦାବିଦାର କହିବା ଭୁଲ ହେବ । ଶକ୍ତି ଓ ପ୍ରଦର୍ଶନ ଦୃଷ୍ଟିରୁ ଉଭୟ ସମାନ । ପୂର୍ବ ରେକର୍ଡ ଏଠାରେ କୌଣସି ଗୁରୁତ୍ୱ ରଖିବ ନାହିଁ । ତେଣୁ ମ୍ୟାଚ୍ ରୋମାଞ୍ଚର ଶିଖର ଛୁଇଁବ । ଭାରତୀୟ ବ୍ୟାଟ୍ସମ୍ୟାନମାନେ ପୂର୍ବ ମ୍ୟାଚରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଜିର ମ୍ୟାଚରେ ଦ୍ବିତୀୟ ପାଳିରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଇଣ୍ଡିଜ୍ ବୋଲରଙ୍କୁ ଧରାଶାୟୀ କରି ସେମିରେ ସ୍ଥାନ ସୁରକ୍ଷିତ କରିବେ ବୋଲି ଆଶା ରଖାଯାଇଛି ।
ଭାରତ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ ।
ୱେଷ୍ଟ ଇଣ୍ଡିଜ: ସାଇ ହୋପ୍(ଓ୍ଵିକେଟ୍/ଅଧିନାୟକ), ରୋଷ୍ଟନ ଚେଜ, ସିମରନ ହେଟମାୟର, ରୋଭମ୍ୟାନ ପାଓ୍ଵେଲ, ଶେରଫେନ ରଦରଫୋର୍ଡ, ରୋମାରିଓ ଶେଫାର୍ଡ, ଜାସନ ହୋଲଡର, ମାଥ୍ୟୁ ଫୋର୍ଡେ, ଅକିଲ ହୁସେନ, ଗୁଡାକେଶ ମୋଟି, ଶାମରା ଯୋଶେଫ।
ଏହାସହ ପଢ଼ନ୍ତୁ : ଅଧିନାୟକ ପଦ ଛାଡ଼ିବେ ନା ବାହାର କରିବ ପିସିବି ? ସାମ୍ବାଦିକ ସମ୍ମିଳନୀରେ କାହିଁକି ଏମିତି କହିଲେ ସଲମାନ...