ନୂଆଦିଲ୍ଲୀ, ୧/୩ : ସୁପର-୮ ମୁକାବିଲରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବିଜୟ ପରେ ମଧ୍ୟ ସେମିରେ ନେଟ ରନରେଟ୍ ପାଇଁ ସ୍ଥାନ ପକ୍କା କରିପାରିନି ପାକିସ୍ତାନ । ହାରୁ ହାରୁ ଅଳ୍ପକେ ମ୍ୟାଚ ଜିତିଥିବା ପାକିସ୍ତାନକୁ ଏବେ ନିଜ ଦେଶର ପୂର୍ବତନ ଖେଳାଳିଙ୍କଠାରୁ ଆରମ୍ଭ କରି ଫ୍ୟାନ୍ସ ସମାଲୋଚନା କରୁଛନ୍ତି । ଏହାସହ ଦଳର ନେତୃତ୍ବଠାରୁ ଆରମ୍ଭ କରି ଖେଳାଳିଙ୍କ ପ୍ରଦର୍ଶନ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଦଳର ଅଧିନାୟକ ସଲମାନଅଲ୍ଲୀ ଆଗା ମ୍ୟାଚ ସରିବା ପରେ ସାମ୍ବାଦିକ ସମ୍ମିଳନୀରେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଯେଉଁଥରେ ତାଙ୍କ ଅଧିନାୟକ ପଦ ଛାଡ଼ିଠାରୁ ଆରମ୍ଭ କରି ଏବେ ମୁଖ୍ୟ ପ୍ରଶିକ୍ଷକ ମାଇକ ହାସନଙ୍କ ଦବଦବା ପର୍ଯ୍ୟନ୍ତ ପ୍ରଶ୍ନ କରାଯାଇଥିଲା । ଆଉ ଏହାର ଉତ୍ତର ରଖିଛନ୍ତି ସଲମାନ ।
— CRICKET HUB (@onlyjayX53) March 1, 2026
୨୦୨୩ ଦିନିକିଆ ବିଶ୍ବକପ, ୨୦୨୪ ଟି-୨୦ ବିଶ୍ବକପ ଏବଂ ୨୦୨୫ ଚାମ୍ପିୟନ୍ସ ଟ୍ରଫି ପରେ ଏବେ ୨୦୨୬ ଟି-୨୦ ବିଶ୍ବକପରେ ସେମିରେ ଜାଗା ବନାଇ ପାରିନି ପାକିସ୍ତାନ । ସୁପର-୮ର ଶେଷ ମୁକାବିଲାରେ ଶ୍ରୀଲଙ୍କାକୁ ୧୪୭ ରନ ମଧ୍ୟରେ ସୀତିତ ରଖିଥିଲେ ସେମିରେ ପହଞ୍ଚିଥାନ୍ତା । ମାତ୍ର ୨୦୭ ରନ୍ କରିଥିଲା ଶ୍ରୀଲଙ୍କା । ଏବେ ଦଳର ପ୍ରଦର୍ଶନକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ଉଠିଛି । ଯାହାକୁ ନେଇ ସଲମାନ ଅଲ୍ଲୀ ଆଗାଙ୍କୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରାଯାଇଥି କି, ଅଧିନାୟକ ପଦ ଛାଡ଼ିବେ ନା ପିସିବି ଆପଣଙ୍କୁ ହଟାଇବ ।
ଏହାର ଉତ୍ତରରେ ସଲମାନ ଅଲ୍ଲୀ ଆଗା କହିଥିଲେ କି, ଉଭୟ କଷ୍ଟକର ହେବ । ଆମେ ଏବେ ଦେଶକୁ ଫେରିବୁ ପରବର୍ତ୍ତୀ ପ୪କ୍ଷେପ ସମ୍ପର୍କରେ ଆପଣଙ୍କୁ ଜଣାଇବୁ ଏବଂ ନିଷ୍ପତ୍ତି ନେବୁ । ଏହାସହ ମାଇକ ହାସନ ଏବେ ସବୁକିଛି ଅଧିନାୟକ କେବଳ ରବରଷ୍ଟାମ୍ପ । ଏଭଳି ପ୍ରଶ୍ନ କରାଯାଇଥିବାବେଳେ ସେ ଉତ୍ତରରେ କହିଥିଲେ ଯଦି ଉତ୍ତର ନଦିଏ ତାହେଲେ ଆପଣଙ୍କୁ ଅସମ୍ମାନ ହେବ । ଗୋଟିଏ ଦଳରେ ସମସ୍ତଙ୍କ ଅବଦାନ ରହିଛି । ବାବର ଆଜମଙ୍କ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଥିଲେ କି, ତାଙ୍କ ମଧ୍ୟକ୍ରମ ବ୍ୟାଟିଂର ଦାୟିତ୍ବ ଦିଆଯାଇଥିଲା । ସେପଟେ ସଲମାନ ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ପ୍ରଭାବଶାଳି ବ୍ୟାଟିଂ ଦେଖାଇ ପାରିନଥିଲେ । ସେ ମାତ୍ର ୬୦ ରନ୍ କରିବାରେ ସକ୍ଷମ ହୋଇଥିଲେ ।
ଏହାସହ ପଢ଼ନ୍ତୁ : ଡ୍ରିପେସନ ମେଡିସିନ୍ ଖାଇ ଶୋଉଥିଲେ ମାଲିକାଣୀ, ଖରାପ କାମ କରି ଧରା ପଡ଼ିଲା ଘରୋଇ ସହାୟକ